Advertisment

Deepika Padukone ଦୀପିକାଙ୍କ ପରୀକ୍ଷା ଟିପ୍ସ; ଛାତ୍ରଛାତ୍ରୀଙ୍କୁ ଦେଲେ ଏହି ପରାମର୍ଶ

ଅଭିନେତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ଅଭିଭାବକ ନିଜ ପିଲାଙ୍କ ଦକ୍ଷତାକୁ ଚିହ୍ନନ୍ତୁ । ରୁଚି ଅନୁସାରେ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତୁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Exam

Exam

ଆଗକୁ ପରୀକ୍ଷା ଆସୁଛି...। ପରୀକ୍ଷାରେ କିପରି ପରୀକ୍ଷାର୍ଥୀ ଭଲ କରିବେ, ଚାପ ମୁକ୍ତ ରହିବେ ଏନେଇ 'ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇଛନ୍ତି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ। ଏହି ମତ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ଦୀପିକା ସିଧାସଳଖ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ହୋଇଛନ୍ତି।

Advertisment

ଦୀପିକା କହିଛନ୍ତି, ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ସୁସ୍ଥ ମେଣ୍ଟାଲିଟିରେ ରହିବା ବେଶ ଜରୁରୀ। ଏହାକୁ ବଜାୟ ରଖିବା ଉଭୟ ପରୀକ୍ଷାର୍ଥୀ ଓ ଅଭିଭାବକମାନଙ୍କ ଦାୟିତ୍ୱ। ପର୍ଯ୍ୟାପ୍ତ ନିଦ୍ରା, ପ୍ରତିଦିନ ବ୍ୟାୟମ,ଧ୍ୟାନକୁ ଦୈନନ୍ଦିନ ଜୀବନରେ ସାମିଲ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ଅଭିନେତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ ଅଭିଭାବକ ନିଜ ପିଲାଙ୍କ ଦକ୍ଷତାକୁ ଚିହ୍ନନ୍ତୁ । ରୁଚି ଅନୁସାରେ ଆଗକୁ ବଢ଼ିବାକୁ ପ୍ରୋତ୍ସାହନ ଦିଅନ୍ତୁ।

Advertisment

ଦୀପିକା କହିଛନ୍ତି, ଛାତ୍ରଛାତ୍ରୀମାନେ ଚାପଗ୍ରସ୍ତ ପରିସ୍ଥିତିରୁ ନିଜକୁ ଦୂରେଇ ରଖନ୍ତୁ। ଚାପଗ୍ରସ୍ତ ଅନୁଭବ କଲେ ଲୁଚାନ୍ତୁ ନାହିଁ। ପିତାମାତାଙ୍କ ସହ କଥା ହୁଅନ୍ତୁ। ପ୍ରତିଦିନ ଧ୍ୟାନ ଓ ବ୍ୟାୟାମ କରନ୍ତୁ। ନିଜ ଦକ୍ଷତା  ନିଜେ ଚିହ୍ନନ୍ତୁ ଓ ଜାଣନ୍ତୁ। ପରୀକ୍ଷାରେ ବିଫଳ ହେଲେ ମନଉଣା କରନ୍ତୁ ନାହିଁ, ଉତ୍ସାହିତ ରୁହନ୍ତୁ ଓ ଉତ୍ସାହିତ କରନ୍ତୁ। ଚାପଗ୍ରସ୍ତ ପରିସ୍ଥିତିରୁ ନିଜକୁ ଦୂରେଇ ରଖନ୍ତୁ।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରୀ ୧୦ରେ ପରୀକ୍ଷା ପେ’ ଚର୍ଚ୍ଚାର ପ୍ରଥମ ଏପିସୋଡ ପ୍ରସାରଣ ହୋଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ପରୀକ୍ଷାର୍ଥୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ।

ଅଧିକ ପଢ଼ନ୍ତୁ: PM Narendra Modi: ପିଏମ୍ ମୋଦି ଦେଲେ ପରୀକ୍ଷା ଟିପ୍ସ; ଛାତ୍ରଛାତ୍ରୀଙ୍କୁ ଦେଲେ ଏହି ପରାମର୍ଶ।

Deepika Padukone Bollywood
Advertisment
Advertisment