ଜବତ ଅସ୍ତ୍ରଶସ୍ତ୍ର ଭିତରେ ରହିଛି AK-47, SLR, INSAS, ଥ୍ରୀ ନଟ୍ ଥ୍ରୀ, BGL ଲଂଚର ଓ ବିପୁଳ ପରିମାଣର ବିସ୍ଫୋରକ। ଆହୁରି କିଛି ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସୀମାନ୍ତ ଅଞ୍ଚଳକୁ ସିଲ୍ କରି ଦିଆଯାଇଛି।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ଦିଲ୍ଲୀ ନିର୍ବାଚନ ପ୍ରଭାରୀ ହିସାବରେ ଲୋକଙ୍କ ପାଖକୁ ଯିବା ସମୟରେ କେଜ୍ରିୱାଲଙ୍କ ପ୍ରତି ଆକ୍ରୋଶକୁ ଆମେ ଅନୁଭବ କରିଥିଲୁ ।
ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରାଷ୍ଟ୍ରପତି ସକାଳୁ ସଂଗମ ସ୍ଥଳୀରେ ପହଞ୍ଚି, ତ୍ରିବେଣୀ ସଂଗମରେ ବୁଡ଼ ପକାଇବେ ।
୩୦୫ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲେ ହିଟ୍ମ୍ୟାନ୍ ତଥା ଅଧିନାୟକ ରୋହିତ୍ ଶର୍ମା ଓ ଶୁଭମନ୍ ଗିଲ୍।
ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ଚୟନ କସରତ । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଯୋଗ ଦେଇଛନ୍ତି ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା, ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ସାଂଗଠନିକ ମହାସଚିବ ବି.ଏଲ୍. ସନ୍ତୋଷ ପ୍ରମୁଖ ।
ଛତିଶଗଡ ଜଙ୍ଗଲରେ ବଡ ଧରଣର ମାଓ ନିପାତ ଅପରେସନରେ ସାମିଲ ଯବାନଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।
ବିଜେପି ଦଖଲରେ ଦିଲ୍ଲୀ, ଚିନ୍ତାରେ ବିଜେଡି। ବଢୁଥିବା ବିଜେପି ଶାସିତ ରାଜ୍ୟ ସଂଖ୍ୟାକୁ ନେଇ ଆଶଙ୍କା ପ୍ରକାଶ କଲାଣି ବିଜୁ ଜନତା ଦଳ। ଦେଶର ଆଞ୍ଚଳିକ ଦଳଗୁଡିକ ପାଇଁ ଏହା ବଡ଼ ଚାଲେଞ୍ଜ ବୋଲି ବିଜେଡି କହିଛି। ସେପଟେ କଂଗ୍ରେସ କହିଛି ଆଗକୁ ଦେଶରେ ଆଞ୍ଚଳିକ ଦଳ ଲୋପ ପାଇବେ ଆଉ ସତ୍ତାକୁ ଆସିବ କଂଗ୍ରେସ।
ଶୁଭୁଥିଲା ଇଣ୍ଡିଆ ଇଣ୍ଡିଆ। କିଏ କୋହଲି ଫ୍ୟାନ୍, କିଏ ରୋହିତ ଫ୍ୟାନ୍। କିନ୍ତୁ ସବୁ ଏଠି ଏକାକାର। ମ୍ୟାଚ୍ ସମୟ ପାଖେଇବା ସହ ବଢ଼ିଥିଲା ଉତ୍ସାହ ଓ ଉତ୍କଣ୍ଠା। କ୍ରିକେଟ୍ ପ୍ରେମୀଙ୍କ ଗହଳି ଭିତରେ ବାରି ହୋଇ ପଡ଼ୁଥିଲେ କିଛି ସ୍ୱତନ୍ତ୍ର ଫ୍ୟାନ।
ମଣିପୁର ମୁଖ୍ୟମନ୍ତ୍ରୀ ଏନ୍.ବୀରେନ୍ ସିଂହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ତା’ପରେ ସନ୍ଧ୍ୟା ବେଳେ ସେ ରାଜ ଭବନ ଯାଇ ଇସ୍ତଫା ଦେଇଛନ୍ତି।
ଫେବ୍ରୁଆରୀ ୧୩ ପରେ ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ହୋଇପାରେ ଶପଥ ଗ୍ରହଣ । ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କଲାଣି ବିଜେପି ।
ପୂର୍ବରୁ ଦୁଇ ଦୁଇଥର ସାଂସଦ ହୋଇସାରିଥିବା ପରଭେଶଙ୍କୁ ଏଥର ଲୋକସଭା ଟିକେଟ୍ ଦେଇନଥିଲା ବିଜେପି । ହେଲେ ବିଧାନସଭା ନିର୍ବାଚନରେ ଟିକେଟ୍ ଦେଇ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ ଲଢ଼ିବାକୁ ପଠାଇଥିଲା । ଆଉ ବିଜେପିର ଏହି ରଣନୀତି ଏବେ ସଫଳ ହୋଇଛି ।
ଟ୍ରାଇ ସୁପାରିଶ କରି କହିଛି, ଫିକ୍ସଡ ଲାଇନ୍ ଅର୍ଥାତ୍ ଲ୍ୟାଣ୍ଡ ଲାଇନରେ ନମ୍ବରିଂ ସିଷ୍ଟମକୁ ମୋବାଇଲ ଭଳି ୧୦ ଅଙ୍କ କରାଯିବାର ଆବଶ୍ୟକତା ରହିଛି ।
ଛତିଶଗଡ଼ ନକ୍ସଲ ଏନକାଉଣ୍ଟରକୁ ବଡ଼ ସଫଳତା କହିଲେ ଅମିତ ଶାହ । ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲମୁକ୍ତ ଭାରତ ପାଇଁ ନେଇଥିବା ସଂକଳ୍ପକୁ ଦୋହରାଇଲେ ।
ବିମାନ ଭିତରେ ବନ୍ଧୁକଧାରୀର ଆତଙ୍କ । ମଝି ଆକାଶରେ ବନ୍ଧୁକ ଦେଖାଇ ଯାତ୍ରୀମାନଙ୍କୁ ମାରିବାକୁ ଧମକ ଦେଲା । ଜାଣନ୍ତୁ ତା' ପରେ କ'ଣ ଘଟିଲା
ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ମାଓ ଅପରେସନ୍ ସଫଳ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩୧ ମାଓବାଦୀ ନିହତ ହୋଇଥିଲା ବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି ।
ଆଜି ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଓ ରାଜ୍ୟ ସଭାପତି ବୀରେନ୍ଦ୍ର ସଚ୍ଚଦେବା ଏଥିରେ ଉପସ୍ଥିତ ରହିବେ ।
ବେଡ୍ ରୁମରେ ବାସ୍ତଦୋଷ ଥିଲେ ବା କିଛି ଜିନିଷ ଶୟନ କକ୍ଷରେ ରଖିବା ଦ୍ୱାରା ଏପରି ସମସ୍ୟା ଉପୁଜି ଥାଏ। ତାହାହେଲେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ରରେ ଶୟନ କକ୍ଷରେ କ’ଣ ରଖିଲେ ଓ କେଉଁ ଫଟୋ ଲଗାଇଲେ ଘରେ ଆଶନ୍ତି ଲାଗି ରହେ। ଆସନ୍ତୁ ଜାଣିବା ସେ ବିଷୟରେ।
ଦିଲ୍ଲୀ ନିର୍ବାଚନରେ ଆପର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ । ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ ।
ଛୁଟି ନମିଳିବାରୁ ଅଫିସରେ ବୋହିଲା ରକ୍ତର ନଈ। ୪ ଜଣ ସହଯୋଗୀଙ୍କୁ ଛୁରୀ ଭୁସି ହତ୍ୟା ଉଦ୍ୟମ କଲେ ଜଣେ କର୍ମଚାରୀ। କୋଲକାତାର ନିଉଟାଉନ ଅଞ୍ଚଳରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ଉଦିତ ନାରାୟଣଙ୍କର ପୂର୍ବର୍ ଗୋଟିଏ କିସ୍ ଭିଡିଓ ଭାଇରାଲ୍ ହେଉଥିବା ବେଳେ ବର୍ତ୍ତମାନ ଆଉ ଏକ ଭିଡିଓ ଆସିଛି। ମହିଳାମାନେ ଉଦିତ ନାରାୟଣଙ୍କ ସହ ସେଲ୍ଫି ନେଉଛନ୍ତି କିନ୍ତୁ ଉଦିତ ନାରାୟଣ ସେମାନଙ୍କ ଓଠ ଖୋଜୁଛନ୍ତି ଏବଂ ସେମାନଙ୍କୁ ଚୁମ୍ବନ ଦେଉଛନ୍ତି। ଦେଖନ୍ତୁ ଏହି ନୂଆ ଭିଡିଓ…
ଗୌତମ ଆଦାନୀ ସମାଜ ସେବା ପାଇଁ ୧୦ ହଜାର କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ଏହି ଟଙ୍କା ଶିକ୍ଷା,ସ୍ବାସ୍ଥ୍ୟସେବା ଏବଂ ଦକ୍ଷତା ବିକାଶ ପାଇଁ ମୌଳିକ ଭିତ୍ତିଭୂମି ନିର୍ମାଣରେ ବ୍ୟବହୃତ ହେବ ।
ଗୋଟିଏ ଦଶନ୍ଧିର ଖେଳ ଶେଷ ହୋଇଛି । ଯେଉଁଠି ଉତ୍ଥାନ, ସେଇଠି ପତନ ହୋଇଛି । ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ଗଡ଼ ଆଜି ଧୂଳିସାତ୍ ହୋଇଥିବା ବେଳେ, ଖୋଦ୍ କେଜ୍ରିୱାଲଙ୍କୁ ବି ମାତ୍ ଖାଇବାକୁ ପଡ଼ିଛି ।
ମୋଦିଙ୍କ ଆପ୍କୁ ମହାପ୍ରହାରରେ ଚୁରମାର ଆମ୍ ଆଦମୀ ପାର୍ଟିର ବଳ। ଭାଙ୍ଗିଗଲା ଲଗାତର ଚତୁର୍ଥ ଥର ପାଇଁ ଶାସନ ଗାଦିକୁ ଆସିବାର ସ୍ବପ୍ନ। ଏକଦା କଂଗ୍ରେସର ଲମ୍ବା ଶାସନକୁ ବିତାଡ଼ିତ କରି ଦିଲ୍ଲୀକୁ ନିଜ ଗଡରେ ପରିଣତ କରିଥିବା ଆପକୁ ମାତ୍ ଦେଇଛି ବିଜେପି।
ଏବେ ଚର୍ଚ୍ଚା, କିଏ ବସିବ ଦିଲ୍ଲୀ ସିଂହାସନରେ ? ମୁଖ୍ୟମନ୍ତ୍ରୀ ହେବ କିଏ ? ଅନ୍ୟ ରାଜ୍ୟ ଭଳି ବିନା ସିଏମ୍ ଫେସରେ ନିର୍ବାଚନ ଲଢିଥିବା ବିଜେପିର ମୁଖ୍ୟମନ୍ତ୍ରୀ ରେସରେ ଥିବା ସମ୍ଭାବ୍ୟ ନେତାଙ୍କୁ ନେଇ ଆସନ୍ତୁ ଜାଣିବା...
ଆପ୍ର ଅନ୍ୟତମ ପ୍ରମୁଖ ଚେହେରା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ସକୁର୍ ବସ୍ତି ଆସନରୁ ହାରି ଯାଇଛନ୍ତି। ସେହିପରି ସୋମନାଥ ଭାରତୀ ଓ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ପରାଜୟର ମୁହଁ ଦେଖିବାକୁ ମିଳିଛି।