Advertisment

Maha Kumbha 2025: ମାଘ ପୂର୍ଣ୍ଣିମା ପାଇଁ ପ୍ରୟାଗରାଜ ଜନସମୁଦ୍ର; ସଂଗମରେ ବୁଡ଼ ପକାଇଲେଣି ୭୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ମାଘ ପୂର୍ଣ୍ଣିମା ଅବସରରେ ବୁଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ମହାକୁମ୍ଭ ମେଳା ଅଂଚଳ ସହ ସାରା ପ୍ରୟାଗରାଜରେ ଲାଗୁ ହୋଇଛି ନୋ ଭେୟିକିଲ୍ ଜୋନ୍

author-image
Tapaswini Nayak
ଅଦ୍ୟତନ ହୋଇଛି
Maha kumbh

Maha kumbh

ଆଜି ମାଘ ପୂର୍ଣ୍ଣିମା। ତ୍ରିବେଣୀ ସଙ୍ଗମରେ ମାଘ ସ୍ନାନ ପାଇଁ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ। ମହାକୁମ୍ଭରେ ଏଯାଏଁ ବୁଡ଼ ପକାଇଲେଣି ୭୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ। ସାରା ଦେଶରୁ ଏପରିକି ବିଦେଶରୁ ବି ଶ୍ରଦ୍ଧାଳୁ ପହଞ୍ଚିଛନ୍ତି ଆସ୍ଥାର ବୁଡ ପକାଇବାକୁ। ଜନସମୁଦ୍ର ପାଲଟିଛି ପ୍ରୟାଗରାଜ

Advertisment

ଅନ୍ୟପକ୍ଷରେ ମାଘ ପୂର୍ଣ୍ଣିମା ଅବସରରେ ବୁଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ମହାକୁମ୍ଭ ମେଳା ଅଂଚଳ ସହ ସାରା ପ୍ରୟାଗରାଜରେ ଲାଗୁ ହୋଇଛି ନୋ ଭେୟିକିଲ୍ ଜୋନ୍। ଯାନ ବାହାନ ଚଳାଚଳ ସମ୍ପୂର୍ଣ୍ଣ ନିଷେଧ ରହିଛି। ହସପିଟାଲ ଗୁଡିକୁ ହାଇଆଲର୍ଟରେ ରଖାଯାଇଛି।ସୁରକ୍ଷା ଦୃଷ୍ଟିରୁ ସହରରେ ଭାରିଯାନ ଚଳାଚଳ ଉପରେ କଟକଣା

୭ଟି ଆମ୍ବୁଲାନ୍ସ ଏବଂ ଗୋଟିଏ ଏୟାର ଆମ୍ବୁଲାନ୍ସ ସମେତ ମୋଟ ୧୩୩ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ପ୍ରୟାଗରାଜ ସଙ୍ଗମ ଷ୍ଟେସନ ଏବଂ ଦାରାଗଞ୍ଜ ଷ୍ଟେସନକୁ ବନ୍ଦ କରି ଦିଆଯାଇଛି। ମହାକୁମ୍ଭରେ ଏଯାଏ ୭୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ, ସାଧୁସନ୍ଥ ବୁଡ଼ ପକାଇ ସାରିଲେଣି। 

Advertisment

 ସେହିପରି ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପାଇଁ ପ୍ରୟାଗରାଜ ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।ତ୍ରିବେଣୀ ସଂଗମରେ କୋଟି କୋଟି ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଅମୃତ ସ୍ନାନ କରିଥିଲେ।

ଅଧିକ ପଢ଼ନ୍ତୁ:ସଂଗମ ନଗରୀରେ ପୁଣି ଅସମ୍ଭାଳ ଭିଡ଼, ୩ ଶହ କିଲୋମିଟର ଯାଏଁ ଲାଗିଛି ଗାଡ଼ି ଲାଇନ୍।

Prayagraj Maha Kumbh Mela
Advertisment
Advertisment