• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଦେଶର ଦ୍ୱିତୀୟ ବଡ ଆଇଟି କମ୍ପାନୀ ଇନଫୋସିସ୍ ଏହାର ମହୀଶୂର କ୍ୟାମ୍ପସର ୩୦୦ରୁ ଅଧିକ ଟ୍ରେନି କର୍ମଚାରୀଙ୍କୁ ଛଟେଇ କରିଛି । ଏହି କର୍ମଚାରୀମାନେ କମ୍ପାନୀର ଇଣ୍ଟରନାଲ ଆସେସମେଣ୍ଟରେ ଫେଲ୍ ହୋଇଯାଇଥିଲେ । ଏକ ରିପୋର୍ଟ ଅନୁସାରେ, ଫେଲ୍ କର୍ମଚାରୀମାନଙ୍କୁ ସେହି ଦିନ କ୍ୟାମ୍ପସ୍ ଖାଲି କରିବାକୁ କୁହାଯାଇଥିଲା । ଏହି ସମୟରେ ଜଣେ ମହିଳା କର୍ମଚାରୀ ହଠାତ୍ କୁଆଡେ ଯିବେ ଜାଣିନପାରି ରାତିଟିଏ ପାଇଁ କ୍ୟାମ୍ପସରେ ରହିବାକୁ କାନ୍ଦି କାନ୍ଦି ନିବେଦନ କରିଥିଲେ । ହେଲେ କମ୍ପାନୀ ମ୍ୟାନେଜମେଣ୍ଟ ତାଙ୍କୁ ତୁରନ୍ତ ସେଠାରୁ ଚାଲିଯିବାକୁ ରୋକଠୋକ୍ କହିଥିଲେ । ଯାହାକୁ ନେଇ ଏବେ ଇନଫୋସିସ୍ କଡା ସମୋଲାଚନାର ଶିକାର ହୋଇଛି ।

ଅଧିକ ପଢନ୍ତୁ: ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନାଦର; ଜାଣନ୍ତୁ କାହିଁକି ବଢୁଛି ଦାମ୍...

ମହିଳା ଜଣକ ସେହି ଶତାଧିକ ଟ୍ରେନି କର୍ମଚାରୀଙ୍କ ମଧ୍ୟରୁ ଜଣେ ଥିଲେ ଯାହାଙ୍କୁ ୭ ତାରିଖ ଦିନ ଅଚାନକ ଚାକିରିରୁ ବାହାର କରାଯିବା ପରେ ସନ୍ଧ୍ୟା ସୁଦ୍ଧା କ୍ୟାମ୍ପସ୍ ଖାଲି କରିବାକୁ କୁହାଯାଇଥିଲା । ତାଙ୍କ ଘର ମଧ୍ୟପ୍ରଦେଶରେ । ଛଟେଇ ହେବା ପରେ ସେ ଇନଫୋସିସ୍ ଅଧିକାରୀଙ୍କୁ ରାତିଟିଏ ରହିବା ପାଇଁ ଅନୁମତି ଦେବାକୁ ନେହୁରା ହୋଇଥିଲେ ।  କାନ୍ଦି କାନ୍ଦି କହିଥିଲେ, ମୁଁ ଏବେ କୁଆଡେ ଯିବି ? ଦୟାକରି ମୋତେ ରାତିରେ ରହିବାକୁ ଦିଅନ୍ତୁ । ମୁଁ କାଲି ସକାଳୁ ଚାଲିଯିବି ।  

ମାତ୍ର ଇନଫୋସିସ୍ ଅଧିକାରୀଙ୍କ ହୃଦୟ ତରଳି ନଥିଲା । ଓଲଟା ଜବାବ ମିଳିଥିଲା, ତୁମେ କୁଆଡେ ଯିବ ଆମେ ଜାଣିନୁ । କିନ୍ତୁ ତୁମେ ଆଉ ଏଠି ଚାକିରି କରିପାରିବନି । ସନ୍ଧ୍ୟା ୬ଟା ସୁଦ୍ଧା କ୍ୟାମ୍ପସ୍ ଖାଲି କର । 

ନ୍ୟୁଜ ଏଜେନ୍ସି PTI ଅନୁସାରେ, ଛଟେଇ ଟ୍ରେନି କର୍ମଚାରୀମାନେ ମହୀଶୂର କ୍ୟାମ୍ପସରେ ଫଣ୍ଡାମେଣ୍ଟାଲ ଟ୍ରେନିଂ ନେଇଥିଲେ । କିନ୍ତୁ ୩ ଥରର ପ୍ରଚେଷ୍ଟା ସତ୍ତ୍ୱେ ଇଣ୍ଟରନାଲ ଆସେସମେଣ୍ଟ ପାସ୍ କରି ପାରିନଥିଲେ, ଯାହାକି କମ୍ପାନୀରେ ରହିବା ପାଇଁ ଆବଶ୍ୟକ ଥିଲା ।

ଏନେଇ କମ୍ପାନି ପକ୍ଷରୁ କୁହାଯାଇଛି, ଇନଫୋସିସରେ ଆମର ନିଯୁକ୍ତି ପ୍ରକ୍ରିୟା ଖୁବ୍ କଠିନ । ସବୁ ଫ୍ରେସର ମହୀଶୂର କ୍ୟାମ୍ପସରେ ଫଣ୍ଡାମେଣ୍ଟାଲ ଟ୍ରେନିଂ ପରେ ଇଣ୍ଟରନାଲ ଆସେସମେଣ୍ଟ ପାସ୍ କରିବା ଜରୁରୀ ହୋଇଥାଏ । ଏଥିରେ ପାସ୍ ହେବାକୁ ୩ଟି ସୁଯୋଗ ଦିଆଯାଏ । ବିଫଳ ହେଲେ କମ୍ପାନୀରୁ ବାହାର କରି ଦିଆଯାଏ ।

ଅନ୍ୟପଟେ ଆଇଟି କର୍ମଚାରୀ ସଂଘ NITES ଦାବି କରିଛି ଯେ, ଇନଫୋସିସରୁ ବାହାର କରାଯାଇଥିବା କର୍ମଚାରୀଙ୍କ ସଂଖ୍ୟା କୁହାଯାଇଥିବା ସଂଖ୍ୟାଠାରୁ ଢେର୍ ଅଧିକ । ଏନେଇ ସଂଘ ଇନଫୋସିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ନିକଟରେ ଅଭିଯୋଗ କରିବାକୁ ଧମକ ଦେଇଛି ।

ଅଧିକ ପଢନ୍ତୁ:  ବିବାଦ ପରେ ଭୁଲ ମାଗିଲେ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦିଆ

OTV is now on Whatsapp

Join and get latest news update delivered to you via whatsapp

Join Now