ଏଣିକି ୟୁଟ୍ୟୁବ୍ରେ ପାଠ ପଢ଼ିବେ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ । ୟୁଟ୍ୟୁବ୍ରେ ପାଠ ପଢ଼ିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ +୩ ନାମଲେଖା ପାଇଁ ଆବେଦନ। ଯୁକ୍ତ ୩ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଅଗଷ୍ଟ ୨୦ରୁ ସେମ୍ବେର ୪ ତାରିଖ ଯାଏଁ ଅନଲାଇନ୍ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୯ରୁ ୧୪ ଯାଏଁ ସାମ୍ସ ପୋର୍ଟାଲରେ ଅନଲାଇନ୍ ଫି ଦାଖଲ କରିବେ ଛାତ୍ରଛାତ୍ରୀ। ଏହାସହ ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେରିଟ୍ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।
ଆଜିଠାରୁ ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍ରୁମ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।
ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। CHSE କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଗଣଶିକ୍ଷା ମନ୍ତ୍ରୀ ରେଜଲ୍ଟ ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ orissaresults.nic.in ୱେବ୍ସାଇଟ୍କୁ ଯାଇ ରେଜଲ୍ଟ ଚେକ୍ କରିପାରିବେ।
କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କରୋନା ପାଇଁ ଏଥର ପରୀକ୍ଷା ବାତିଲ ହୋଇଥିବାରୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ କରାଯିବ ।
ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । orissaresults.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ତେବେ ଆଜି କେଉଁ ସମୟରେ ଫଳ ପ୍ରକାଶ ପାଇବ, ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ
ଖୁବଶୀଘ୍ର ଏହାର ରୂପରେଖ ପ୍ରସ୍ତୁତ କରି ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବି ଏଦିଗରେ କାର୍ଯ୍ୟ ଆରମ୍ଭ କରିଛି। ଭବିଷ୍ୟତରେ ମହାମାରୀ ଯୋଗୁ ପରୀକ୍ଷା ବାତିଲ ହେଲେ ବି କଲେଜ୍ ଏବଂ ପରିଷଦ ପାଖରେ ପିଲାଙ୍କ ପ୍ରଦର୍ଶନର ତଥ୍ୟ ରହିବ ଆଉ ସିବିଏସ୍ଇ ଭଳି ପିଲାଙ୍କୁ ଆସେସ୍ କରିବା ବି ସହଜ ହେବ।
ସେପ୍ଟେମ୍ୱର ୬ରୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା । ଏହି ପରୀକ୍ଷା ସେପ୍ଟେମ୍ବର ୧୮ ଯାଏ ଚାଳିବ । ପରୀକ୍ଷା ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି ।
ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ପରୀକ୍ଷା ରେଜଲ୍ଟ। ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ମଧ୍ୟ କାଲି ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। orissaresults.nic.inରେ ରେଜଲ୍ଟ ଉପଲ୍ଲବ୍ଧ ହେବ।
ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହେବ । ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଦିନ ୧୧ଟାରୁ ଖୋଲିବ ସାମସ ପୋର୍ଟାଲ । ତେବେ ଏଥିପାଇଁ www.samsodisha.gov.in ୱେବସାଇଟ୍ ଭିଜିଟ୍ କରିବାକୁ ପଡ଼ିବ
ନବମ ଓ ଦଶମ ଶ୍ରେଣୀରେ ଲାଗୁ ହେଲା ସଂସ୍କାର ମୂଳକ ପଦକ୍ଷେପ । ଉଭୟ ଶ୍ରେଣୀରେ ୪ଟି ଲେଖାଏଁ ଫର୍ମେଟିଭ ଓ ୨ଟି ଟର୍ମ ଏଣ୍ଡ ପରୀକ୍ଷା ହେବ । ଅର୍ଥାତ ଚଳିତ ଶିକ୍ଷା ବର୍ଷରେ ମାଟ୍ରିକ୍ରେ ଅନୁଷ୍ଠିତ ହେବ ଦୁଇଟି ବୋର୍ଡ ପରୀକ୍ଷା ।
ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ନୂଆ ସର୍କୁଲାର ଜାରି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ବର୍ଷରେ ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ସର୍କୁଲାର ଜାରି କରିଛି।
ଯୁକ୍ତ ଦୁଇ ନାମଲେଖାକୁ ନେଇ ଦୂର ହୋଇଛି ଦ୍ୱନ୍ଦ୍ୱ? ଏଥର ସଂଖ୍ୟାଧିକ ଛାତ୍ରଛାତ୍ରୀ ମାଟ୍ରିକରେ ପାସ୍ କରିବା ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିଟ୍ ବୃଦ୍ଧି ନେଇ ଲାଗି ରହିଥିଲା ଦ୍ୱନ୍ଦ୍ୱ। ଶେଷରେ ସାରା ରାଜ୍ୟରେ ୫୪ ହଜାର ୯୦୦ ସିଟ୍ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମୋଟ୍ ୭୨ ହଜାର ସିଟ୍ ବୃଦ୍ଧି ନେଇ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଆବେଦନ ହୋଇଥିଲା
ଯେଉଁମାନେ ଆବେଦନ କରି ସାରିଛନ୍ତି ସେମାନେ ଚାହିଁଲେ ସଂଶୋଧନ ବି କରିପାରିବେ। ନିଜ ପସନ୍ଦର ସେଣ୍ଟର ପରିବର୍ତ୍ତନ କିମ୍ବା ଅନ୍ୟାନ୍ୟ ସଂଶୋଧନ ନେଇ ମଧ୍ୟ ଅନୁମତି ଦିଆଯାଇଛି । ତେବେ ଆଗାମୀ ସୟରେ ଆଉ ଆବେଦନ ବୃଦ୍ଧି ସମୟ ବଢ଼ାଯିବ ନାହିଁ ବୋଲି କହିଛନ୍ତି OJEE ଅଧ୍ୟକ୍ଷ। ତେବେ ପୂର୍ବରୁ ମଧ୍ୟ କରୋନା ଲାଗି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା।
ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରେକର୍ଡ ସଂଖ୍ୟକ ପିଲା ପାସ୍ କରିବା ପରେ ସେମାନଙ୍କ ପାଇଁ ଯୁକ୍ତ ଦୁଇରେ ଆବଶ୍ୟକ ସିଟ୍ ନଥିବା ଅଭିଯୋଗ ହୋଇଥିଲା। ଏହା ପରେ ସରକାର ଯୁକ୍ତ ଦୁଇ ସିଟ୍ ବଢ଼ାଯିବ ବୋଲି କହିଥିଲେ।
ସ୍କୁଲ୍ ଓ କଲେଜ ପରେ ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଏଥିପାଇଁ କ୍ୟାମ୍ପସ୍କୁ ସାନିଟାଇଜ୍ କରାଯିବା ସହ ଛାତ୍ରଛାତ୍ରୀ ଯେଭଳି କରୋନାରେ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।
ଅପରପକ୍ଷେ ଯୁକ୍ତ ତିନି ଆଡମିଶନ୍ କ୍ଷେତ୍ରରେ ବି ପାଖାପାଖି ସମାନ ଅବସ୍ଥା। ୟା ଭିତରେ କଳା ଓ ଧନ୍ଦାମୂଳକ ଶିକ୍ଷାକୁ ଛାଡ଼ି ଦେଲେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇସାରିଲାଣି। ଏ ଦୁଇ ଷ୍ଟ୍ରିମ୍ରେ ବି ରେକର୍ଡ ସଂଖ୍ୟକ ପିଲା ପାସ୍ କରିଛନ୍ତି। ଏଥିସହ ସିବିଏସ୍ଇ ଓ ଆଇସିଏସ୍ଇ ବୋର୍ଡରୁ ମଧ୍ୟ ପିଲା ଆସିବେ।
ମାଟ୍ରିକ ଅଫ୍ଲାଇନ୍ ପରୀକ୍ଷା ସରି ଥିବାବେଳ ଆସନ୍ତା ୧୨ରୁ ଖାତା ଦେଖା ହେବ। ୨୦ ତାରିଖ ସୁଦ୍ଧା ମାଟ୍ରିକ୍ ଅଫ୍ଲାଇନ୍ ରେଜଲ୍ଟ ପ୍ରକାଶ କରିବା ପାଇଁ ବୋର୍ଡ ପ୍ରକ୍ରିୟା ଆରମ୍ଭ କରିଛି।
ଚିତ୍ରକୋଣ୍ଡା ବ୍ଲକ ଅଂଚଳରେ ଇଣ୍ଟରନେଟ ଶିକ୍ଷା ଫେଲ ମାରିବାର ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମ ହେଉଛି ମୋବାଇଲ ସେବାଠାରୁ ଆରମ୍ଭ କରି ଇଣ୍ଟରନେଟ ସେବା ଏଠାରେ ପୂରା ବିଫଳ ରହିଛି । ଦ୍ୱିତୀୟଟି ହେଉଛି ଏହି ଅଂଚଳଟି ୮୦ଭାଗରୁ ଅଧିକ ଲୋକ ଗରିବ ଶ୍ରେଣୀର ଆଦିବାସୀ। ପରିବାର ଚଳାଇବା ପାଇଁ ପାଖରେ ଟଙ୍କା ନାହିଁ, ସେମାନେ ମୋବାଇଲ ବା ଆଣିବା କେଉଁଠୁ?
କରୋନା ମହାମାରୀରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା। ଦେଢବର୍ଷ ହେଲେ ବନ୍ଦ ରହିଛି ସ୍କୁଲ କଲେଜ। ଏବେ ରାଜ୍ୟରେ କରୋନାର ୨ୟ ଲହର ପ୍ରଭାବ କମିବା ପରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ଯୋଜନା କରୁଛନ୍ତି।
ଅଗଷ୍ଟ ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ କ୍ଲାସ୍। ସକାଳ ୯ଟାରୁ ସାଢ଼େ ୧୨ଟା ଯାଏ କ୍ଲାସ୍ରୁମ୍ରେ ପାଠ ପଢ଼ା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
ସରିଲା ମାଟ୍ରିକ୍ ଅଫଲାଇନ ପରୀକ୍ଷା। ଆସନ୍ତା ୧୨ରୁ ଖାତା ଦେଖା ହେବ। ବୋର୍ଡ ସଭାପତି ରାମାଶିଷ ହାଜରା ଏହି ସୂଚନା ଦେଇଛନ୍ତି।
ଶିକ୍ଷାନୁଷ୍ଠାନ ଖୋଲିବା ନେଇ ବଡ ଘୋଷଣା କଲେ ସରକାର। କୋଭିଡ ମହାମାରୀ ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ।
ଗତକାଲି ପ୍ରକାଶ ପାଇଛି CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ। ଏଥର ଦଶମ ଫଳାଫଳ ରେକର୍ଡ କରିଛି। ତଥାପି କିଛି ପିଲା ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏଇ ଖୁସି ଖବର। ବୋର୍ଡ ଘୋଷଣା କରିଛି ଅଫ୍ ଲାଇନ ପରୀକ୍ଷା ତାରିଖ।
ପ୍ରକାଶ ପାଇଲା କେନ୍ଦ୍ରୀୟ ପ୍ରାଥମିକ ଶିକ୍ଷା ବୋର୍ଡ (ସିବିଏସଇ) ୧୦ମ ପରୀକ୍ଷା ଫଳ।