Advertisment

ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରହୁ: ମନ୍ତ୍ରୀ

ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଙ୍କ ଆନ୍ଦୋଳନ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାର ବିକାଶ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଶଢେଇକଳାରେ ଆଜି ଶତାଧିକ ଓଡ଼ିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।

author-image
Chandan Shishu
ମନ୍ତ୍ରୀ ସମୀର ଦାଶ

ମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ଝାଡ଼ଖଣ୍ଡରେ ଓଡ଼ିଆ ଭାଷାରେ ଶିକ୍ଷାଦାନ ବାତିଲ ପ୍ରସଙ୍ଗ ନେଇ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ। ଝାଡ଼ଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ବିଷୟ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଅନୁରୋଧ କରିଛନ୍ତି। ସେ ରାଜ୍ୟରେ ଓଡ଼ିଆ ଭାଷାକୁ ଶିକ୍ଷକ କରିକୁଲମରୁ ବାଦ୍ ଦିଆଯିବା ନେଇ ମନ୍ତ୍ରୀ କହିଛନ୍ତି। ଓଡ଼ିଆ ଭାଷାକୁ ଝାଡ଼ଖଣ୍ଡରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନାହିଁ। ସେଠାରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାର ମାନ୍ୟତା ଦିଆଯାଇଛି।

Advertisment

ସେପ୍ଟେମ୍ବର ୨୦ରେ ଝାଡ଼ଖଣ୍ଡ ସରକାର ଶିକ୍ଷକ ତାଲିମ ନୋଟିଫିକେସନ କରିଥଲେ। ଶିକ୍ଷକଙ୍କ ତାଲିମ ନୋଟିଫିକେସନରେ ଓଡ଼ିଆ ଶିକ୍ଷକଙ୍କ ବିଷୟରେ କିଛି ନଥିଲା। ସେପଟେ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପଡୋଶୀ ରାଜ୍ୟକୁ ୧୬୦ ଶିକ୍ଷକ ଦିଆଯାଇଛି। ପ୍ରତିବର୍ଷ ପଡୋଶୀ ରାଜ୍ୟକୁ ଓଡ଼ିଆ ପାଠ୍ୟକ୍ରମର ବହି ମଧ୍ୟ ପଠାଯାଉଥିବା ବେଳେ ଦୀର୍ଘଦିନ ଧରି ପଡୋଶୀ ରାଜ୍ୟମାନଙ୍କ ସହ ଆମର ସୁସମ୍ପର୍କ ରହିଛି ବୋଲି ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି।

ଓଡ଼ିଆ ଭାଷାର ସୁରକ୍ଷା ପାଇଁ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆଙ୍କ ଆନ୍ଦୋଳନ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାର ବିକାଶ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗରେ ଶଢେଇକଳାରେ ଆଜି ଶତାଧିକ ଓଡ଼ିଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଥିଲା।

Advertisment
Primary Teacher Odia Jharkhand
Advertisment
Advertisment