Advertisment

ସପ୍ତାହକୁ ୫ଦିନ ୟୁଟ୍ୟୁବ୍‌ କ୍ଲାସ୍ !

ଆସନ୍ତା ୨୧ରୁ ଖୋଲିବ ଏକାଦଶ। ତେବେ ସଂକ୍ରମଣମୁକ୍ତ ଶିକ୍ଷାଦାନ ଲାଗି ଉଭୟ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ ସ୍ପେଶାଲ ସର୍ଭିଲାନ୍ସ ଟିମ୍‌ର ନଜର ରହିବ ପିଲାଙ୍କ ଉପରେ।

author-image
Chandan Shishu
Offline Class

Offline Class

ଭୁବନେଶ୍ୱର: ଏକାଦଶ ଶ୍ରେଣୀ ଖୋଲିବା ନେଇ ଗାଇଡଲାଇନ୍ ଜାରି କରିଛି ଗଣଶିକ୍ଷା ବିଭାଗ। ଏନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖିଛନ୍ତି। ୧୬ ତାରିଖ ବୈଠକରେ ବିସ୍ତୃତ ଆଲୋଚନା ନେଇ ଅବଗତ କରାଇଛନ୍ତି। ଗାଇଡ୍‌ଲାଇନ୍ ଅନୁସାରେ ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକସନ ସେସନ୍ କରାଯିବ। ଇଣ୍ଡକସନ ସେସନରେ ପିଲାଙ୍କ ସହ ଜଣେ ଅଭିଭାବକ ରହିବେ। ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ଇଣ୍ଡକସନ କ୍ଲାସ ପରିଚାଳନା କରିବେ।

Advertisment

ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୟୁଟ୍ୟୁବ୍ କ୍ଲାସ ବି ହେବ। ଏକାଦଶ ପିଲାଙ୍କୁ ଦଶମ ଶ୍ରେଣୀ ସହ ଲିଙ୍କ୍ ପାଠ ମଧ୍ୟ ପଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଆସନ୍ତା ୨୧ରୁ ଖୋଲିବ ଏକାଦଶ। ତେବେ ସଂକ୍ରମଣମୁକ୍ତ ଶିକ୍ଷାଦାନ ଲାଗି ଉଭୟ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ ସ୍ପେଶାଲ ସର୍ଭିଲାନ୍ସ ଟିମ୍‌ର ନଜର ରହିବ ପିଲାଙ୍କ ଉପରେ। ଲକ୍ଷଣ ଥିବା ପିଲାଙ୍କର ଟେଷ୍ଟିଂ କରାଯିବ। ଶିକ୍ଷକ ଓ କର୍ମଚାରୀ ଡବଲ୍ ଡୋଜ ଟିକା ନେଇଛନ୍ତି ନା ନାହିଁ ତାଉପରେ ତୀକ୍ଷ୍ଣ ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ।

ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ପଞ୍ଚାୟତରାଜ ବିଭାଗ ସଚିବ ମିଳିତ ଭାବେ ସବୁ ଜିଲ୍ଲାପାଳଙ୍କୁ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବା ନେଇ ଗତକାଲି ଚିଠି ଲେଖିଥିଲେ। ବିଶୋଧନ, ପାନୀୟ ଜଳ ମହଜୁଦ ସହ କୋଭିଡ ଗାଇଡ ଲାଇନ୍ ପାଳନରେ ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟମାନେ ସହଯୋଗ କରିବେ। ଉଭୟ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ପାଠ ପଢାଯିବ। 

Advertisment
YouTube Class Guidelines For Student
Advertisment
Advertisment