Advertisment

ପ୍ରକାଶ ପାଇଲା OAS ରେଜଲ୍ଟ : ଅଶ୍ୱିନୀ କୁମାର ପଣ୍ତା ଟପ୍ପର

ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା(OAS) ପରୀକ୍ଷାର ଫଳାଫଳ । ଏଥର ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ଓ ତୃତୀୟରେ ରଶ୍ମୀରେଖା ପାତ୍ର ରହିଛନ୍ତି। ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ମୋଟ ୧୫୩ଜଣଙ୍କ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସୁପାରିଶ କରିଥିବାବେଳେ ଏଥିରେ ୫୬ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଖୁସିର କଥା ଏହା ଯେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Ashwini Kumar Panda

Ashwini Kumar Panda

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡିଶା ପ୍ରଶାସନିକ ସେବା(OAS) ପରୀକ୍ଷାର ଫଳାଫଳ । ଏଥର ବିଭିନ୍ନ ବର୍ଗର ୧୫୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ଓ ତୃତୀୟରେ ରଶ୍ମୀରେଖା ପାତ୍ର ରହିଛନ୍ତି। ଖାଲି ପଡ଼ିଥିବା ପଦବୀ ପୂରଣ ନିମନ୍ତେ ମୋଟ ୧୫୩ଜଣଙ୍କ ପ୍ରାର୍ଥୀଙ୍କ ନାଁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ସୁପାରିଶ କରିଥିବାବେଳେ ଏଥିରେ ୫୬ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଖୁସିର କଥା ଏହା ଯେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ରହିଛନ୍ତି ।

Advertisment

ଏହି ପରୀକ୍ଷା ପାଇଁ ମୋଟ ୪୭ ହଜାର ୭୧୯ ଜଣ ଆବେଦନ କରିଥିଲେ । ଏଥିମଧ୍ୟରୁ ୨୫ ହଜାର ୭୮୦ ଜଣ ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୧୫, ୨୦୨୦ରେ ହୋଇଥିବା ଏହି ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ୧୮୮୦ ଜଣ କୃତକାର୍ଯ୍ୟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୧୬୧୦ ଜଣ ଲିଖିତ ପରୀକ୍ଷା ଦେଇଥିବା ବେଳେ ମୋଟ ୩୦୭ ଜଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୧୫୩ ଜଣଙ୍କ ମଧ୍ୟରୁ ୩୦ ଜଣଙ୍କୁ OAS, ୯ ଜଣଙ୍କୁ OFS, ୭ ଜଣଙ୍କୁ OPS ଏବଂ ୮୨ ଜଣଙ୍କୁ ORS ପଦବୀରେ ନିଯୁକ୍ତି ଦିଆଯିବ । ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୫ତାରିଖ ପର୍ଯ୍ୟନ୍ତ ୯ଦିନ ଧରି ଏହି ସାକ୍ଷାତକାର ଓ ସାର୍ଟିଫିକେଟ୍ ଯାଂଚ କାର୍ଯ୍ୟ ହୋଇଥିଲା ।

Advertisment

ଓଏସ୍‌ ଟପ୍ପର ହୋଇଥିବା ଅଶ୍ୱିନୀ କୁମାର ପଣ୍ତା ଗଣମାଧ୍ୟମରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଟପ୍ପର ହେବା ନେଇ ସେ କେବେ ଆଶା କରିନଥିଲେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ବୋଲି ତାଙ୍କର ଦୃଢ ବିଶ୍ୱାସ ଥିଲା । ସେ ତାଙ୍କର ଏହି ସଫଳତାର ଶ୍ରେୟ ନିଜ ପରିବାରକୁ ଦେଇଛନ୍ତି । ତାଙ୍କର ବହୁ ବର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ସଫଳ ହୋଇଥିବାର ସେ କହିଛନ୍ତି । ସେ ଚଣ୍ତିଖୋଲର ଜନକଲ୍ୟାଣ ହାଇସ୍କୁଲରୁ ନିଜ ସ୍କୁଲ କ୍ୟାରିୟର ସମାପ୍ତ ପରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଯୁକ୍ତ ଦୁଇ , ପରେ ଭିଗ୍ନାନ୍ ଇନସ୍ଟିଚ୍ୟୁଟ ଅଫ୍ ଟେକନୋଲୋଜିରେ ଇଂଜିନିୟରିଂ ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ UPSC ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି ।

Topper Ashwini Kumar Panda OAS Result
Advertisment
Advertisment