କୋଭିଡରେ ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ପାଇଁ ଆଶ୍ୱାସନା । ମହାମାରୀ କରୋନାରେ ଯେଉଁ ଛାତ୍ରଛାତ୍ରୀମାନେଅଭିଭାବକଙ୍କୁ ହରାଇଛନ୍ତି, ସେମାନଙ୍କର ଦେୟ ଛାଡ କରାଯିବ । ଏନେଇ ସିବିଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କୋଭିଡରେ ଅଭିଭାବକଙ୍କୁ ହରାଇଥିବା ଛାତ୍ରଛାତ୍ରୀମାନେ ୨୦୨୧-୨୨ ଶିକ୍ଷା ବର୍ଷରେ ପରୀକ୍ଷା ଫି କିମ୍ବା ପଂଜୀକରଣ ଫି ଦେବେ ନାହିଁ
ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଗଁପୁର ପଞ୍ଚାୟତର ଅଙ୍ଗାରୁଆ ଗାଁ । ଗାଁ କଜଳେଇ ମନ୍ଦିରର ଶାନ୍ତ ଓ ଶୁଦ୍ଧ ବାତାବରଣରେ ପାଠ ପଢୁଛନ୍ତି ପିଲାଏ । ପ୍ରଥମ ଶ୍ରେଣୀରୁ କଲେଜ୍ ପିଲାମାନଙ୍କୁ ଏଠାରେ ପାଠ ପଢାଉଛନ୍ତି ମାୟାଧର ସାର୍ । ଏଥିପାଇଁ ପିଲାଙ୍କଠାରୁ କୌଣସି ପାରିଶ୍ରମିକ ନିଅନ୍ତି ନାହିଁ ମାୟାଧର ସାର୍ ।
ଆସନ୍ତା ଶିକ୍ଷା ବର୍ଷରୁ ଓଡ଼ିଆରେ ପଢାଯିବ ଇଞ୍ଜିନିୟରିଂ ଶିକ୍ଷା । ଏନେଇ AICTE ପକ୍ଷରୁ ମିଳିଛି ଗ୍ରୀନ୍ ସିଗନାଲ୍ । ନିକଟରେ ଅଲ୍ ଇଣ୍ଡିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ ଏଜୁକେସନ, AICTE ଏବଂ ରାଜ୍ୟ ଭିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
କରୋନା ପ୍ରକୋପ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ଗତ ଜୁଲାଇ ମାସରେ ଦଶମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି।
କୋଭିଡ଼ କଟକଣା ପାଇଁ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ କେବଳ ୯ ଏବଂ ୧୦ମ ଶ୍ରେଣୀର ପିଲାମାନେ ସ୍କୁଲ ଯାଉଛନ୍ତି । ଏଭଳି ସ୍ଥିତିରେ ପଛୁଆ ଗାଁରେ ଶିକ୍ଷାର ଦୂତ ହୋଇ ଗାଁ ପିଲାଙ୍କ ନିକଟରେ ଛିଡ଼ା ହୋଇଛନ୍ତି ରାଜେଶ । ନିଜ ଘର ବାରଣ୍ଡାରେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ବସାଇ ପାଠ ପଢାଉଛନ୍ତି ।
ଭୁବନେଶ୍ୱର ସୈନିକ ସ୍କୁଲରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣ ଛାତ୍ରୀଙ୍କୁ ନାମ ଲେଖାର ସୁଯୋଗ ମିଳିଥିବାବେଳେ ଆଗମୀ ଦିନରେ ଏହି ସଂଖ୍ୟା ବଢ଼ିପାରେ । ସ୍କୁଲ ପାଇଁ ୧୦୦ ବେଡ଼ ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଅନୁମୋଦନ ମିଳିସାରିଛି । ଆଜି ଏହି ସୂଚନା ଦେଇଛନ୍ତି ମଧ୍ୟ ଭାରତ GOC ବା ଜେନେରାଲ ଅଫିସର କମାଣ୍ଡିଙ୍ଗ, ଲେଫଟାଣ୍ଟ ଜେନେରାଲ ଏସ. ମୋହନ।
ରୋନା ମହାମାରୀ ସହ ଲଢୁଛି ସାରା ଦେଶ। ବିଶେଷକରି କେରଳର ସ୍ଥିତି ବେଶି ଖରାପ। ଏବେ ଦେଶରେ ସର୍ବାଧିକ କରୋନା ମାମଲା କେରଳରୁ ହିଁ ଆସୁଥିବା ଲକ୍ଷ୍ୟ କରାଯାଉଛି। ଇତି ମଧ୍ୟରେ କେରଳରେ ଏକାଦଶ ଶ୍ରେଣୀ ପରୀକ୍ଷା ଅଫ୍ଲାଇନ୍ରେ କରିବାକୁ ସୁପ୍ରିମ୍ କୋର୍ଟ ଅନୁମତି ଦେଇଛନ୍ତି।
ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି JEE (ମେନ୍)-୨୦୨୧ ଫଳାଫଳ। ୪୪ ପରୀକ୍ଷାର୍ଥୀ ୧୦୦% ମାର୍କ ହାସଲ କରିଛନ୍ତି। ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ।
ଆଜିଠାରୁ ରାଜ୍ୟରେ ଯୁକ୍ତ ୨ ପାଇଁ ନାମଲେଖା ଆରମ୍ଭ ହେଉଛି । ଆଡମିଶନ ସମୟରେ କୋଭିଡ୍ ଗାଇଡଲାଇନ୍ ପାଳନ ଲାଗି କଲେଜ୍ ଗୁଡିକୁ ନିର୍ଦ୍ଦେଶ ରହିଛି । ସେହିପରି ଯେଉଁମାନେ ଚାହିଁବେ ଅନଲାଇନ୍ ଜରିଆରେ ମଧ୍ୟ ଆଡମିଶନ କରିପାରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କୋଭିଡ୍ ଓ ଲଘୁଚାପ ଜନିତ ବର୍ଷା ଭିତରେ ଯୁକ୍ତ ତିନି ଆଡମିଶନ୍ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀମାନେ କ୍ୟାମ୍ପସକୁ ଯାଇ ମନ ପସନ୍ଦର କଲେଜରେ ନେଲେ ଆଡମିଶନ। ଆବଶ୍ୟକ ଡକୁମେଣ୍ଟ ଦାଖଲ କରି ନାମ ଲେଖାଉଛନ୍ତି ଛାତ୍ରଛାତ୍ରୀ
ଏବର୍ଷ ପରୀକ୍ଷା ନଦେଇ ପିଲାମାନଙ୍କ ରେଜଲ୍ଟ ପ୍ରକାଶ ପାଇଥିଲା। ଜୁଲାଇ ୩୧ ତାରିଖରେ ପ୍ରକାଶ ପାଇଥିଲା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ। ଚଳିତବର୍ଷ ବିଜ୍ଞାନରେ ବିଜ୍ଞାନରେ ୮୯ ହଜାର ୯୫୧ ପିଲା ପାସ୍ କରିଥିଲେ। ସେଥିରୁ ୫୫୪୬୮ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୧୬୯୪୩ ଓ ତୃତୀୟ ଶ୍ରେଣୀରେ ୧୪୬୩୧ ଉତ୍ତୀର୍ଣ୍ଣ ହୋଇଥିଲେ।
ରାଜ୍ୟ କଥା ଛାଡ଼ନ୍ତୁ, ଦେଶରେ ବି କରୋନା କାଳରେ ପାଠପଢ଼ା ନେଇ ଉଦବେଗଜନକ ତଥ୍ୟ ଦେଇଛି ଲକ୍ଡ୍ ଆଉଟ୍। ଏମର୍ଜେନ୍ସି ରିପୋର୍ଟ ଅନ୍ ସ୍କୁଲ ଏଜୁକେସନ୍ ସର୍ଭେ ରିପୋର୍ଟ ସଂଗୃହୀତ ତଥ୍ୟ କହୁଛି, ଗ୍ରାମାଞ୍ଚଳର ୩୭ ପ୍ରତିଶତ ଓ ସହରାଞ୍ଚଳର ୧୯ ପ୍ରତିଶତ ଛାତ୍ରଛାତ୍ରୀ ପାଠ ପଢ଼ା ଛାଡ଼ିଦେଲେଣି।ସାରା ଦେଶରେ ମାତ୍ର ୮ ପ୍ରତିଶତ ଛାତ୍ରଛାତ୍ରୀ ନିୟମିତ ଅନଲାଇନ୍ରେ ପଢ଼ୁଛନ୍ତି।
ଆଇଆଇଟି ଭୁବନେଶ୍ୱର ୨୮, ସୋଆ ୩୨, କିଟ୍ ୩୯ ଓ ସିଭି ରମଣ ଗ୍ଲୋବାଲ ୟୁନିଭରସିଟି ୧୦୦ତମ ସ୍ଥାନରେ ରହିଛି। ମ୍ୟାନେଜମେଣ୍ଟରେ ଓଡ଼ିଶାରୁ କିଟ୍ ୩୧ତମ ସ୍ଥାନରେ ରହିଛି। ସେହିଭଳି ଜାଭିୟର ୟୁନିଭରସିଟି ଶ୍ରେଷ୍ଠ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନର ୩୪ତମ ସ୍ଥାନରେ ରହିଛି।
ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଶିକ୍ଷକ ପଦବୀ। ଆଜି ବିଧାନସଭାରେ ବିଧାୟକ ଅମର ପ୍ରସାଦ ଶତପଥୀ ପଚାରିଥିବା ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
ଣିକି ନୂଆ ଢାଞ୍ଚାରେ ହେବ ମାଟ୍ରିକ ପରୀକ୍ଷା। ଆଉ ଏଥିପାଇଁ ଆରମ୍ଭ ହୋଇଛି ମାନସ ମନ୍ଥନ। ନୂଆ ଢାଞ୍ଚାରେ ପରୀକ୍ଷା ପାଇଁ ବୋର୍ଡ଼ ପକ୍ଷରୁ ପୂର୍ବରୁ ନିଷ୍ପତ୍ତି ନିଆଯାଇ ଥିବାବେଳେ ମଙ୍ଗଳବାରଠାରୁ ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।
କିଛି କିଛି ସ୍ଥାନରେ ସ୍କୁଲ ପିଲା କରୋନା ସଂକ୍ରମିତ ହୋଇଥିବା ଖବର ଆସିଛି । ସ୍କୁଲ ଖୋଲାବା ମାତ୍ରେ ପଶିଛି କରୋନା । ଢେଙ୍କାନାଳ ଓ ବରଗଡ଼ର ୨ଟି ସ୍କୁଲରେ ୩୪ ପିଲା ସଂକ୍ରମିତ ଚିହ୍ନଟ ହେବାପରେ କରୋନା କଟକଣା ପାଇଁ ଆହୁରି କଠୋର ହୋଇଛନ୍ତି ସରକାର। ଏ ସମ୍ପର୍କରେ ସୂଚନା ପାଇଥିବା କଥା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉତ୍କର୍ଷ କେନ୍ଦ୍ରରେ ଆକର୍ଷଣୀୟ କ୍ଲାସରୁମ, ବିଶ୍ୱସ୍ତରୀୟ ବିଜ୍ଞାନଗାର, ଗ୍ରନ୍ଥାଗାର, ଗଣିତ ଓ ଭାଷା ବିଜ୍ଞାନଗାର, ଉନ୍ନତ କମ୍ପ୍ୟୁଟର ଲାବୋରାଟୋରୀ ଆଦିର ନିର୍ମାଣ କରିବା ପାଇଁ ଯୋଜନା ରହିଛି। ଶହେ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ OB & CC ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୮ ମାସ ମଧ୍ୟରେ ନିର୍ମାଣ କାମ ଶେଷ ହେବ।
ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲୁଙ୍ଗା ପଂଚାୟତ ନୂଆସାହିର ଭାସ୍କର ସାର୍ । ବୟସ ୬୦ ପାରି ହେଲାଣି । ଦୃଷ୍ଟିଶକ୍ତିକୁ ନାହିଁ ସତ, ହେଲେ ମେଧାଶକ୍ତି ବଳରେ ସେ ବହୁ ମେଧାବୀ ଛାତ୍ର ତିଆରୀ କରି ଚାଲିଛନ୍ତି । ସକାଳ ସନ୍ଧ୍ୟା ଦୁଇ ବେଳା ତାଙ୍କ ଘର ପାଖରେ ପିଲାମାନଙ୍କ ଭିଡ ଲାଗୁଛି । ପିଲାଟି ବେଳୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିଲେ ଭାଷ୍କର ସାର୍ ।
ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ବିଲରେ ସିଇଟି କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି। ଏହି ଶିକ୍ଷାଅନୁଷ୍ଠାନରେ ଇଂଜିନିୟରିଂ ଏବଂ ବିଜ୍ଞାନ ଓ କାରିଗରୀ, ବୈଷୟିକ ଜ୍ଞାନ କୌଶଳ, ସ୍ଥପତି ଓ ମ୍ୟାନେଜମେଣ୍ଟ ଏବଂ ଗବେଷଣା କ୍ଷତ୍ରରେ ଅଧିକ ସହାୟକ ହୋଇପାରିବ। ତେବେ ଗୃହରେ ଆଜି ଏହିସବୁ ବିଲ ଉପସ୍ଥାପନ ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷ ତ୍ୟାଗ କରିଥିଲେ।
ଆସନ୍ତା ୬ ତାରିଖରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଆଗକୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇପାରନ୍ତି। ତେବେ ପୂର୍ଣ୍ଣ ମାତ୍ରାରେ କ୍ୟାମ୍ପସ ଖୋଲିବା ପୂର୍ବରୁ ରାଜନୈତିକ ଉଷ୍ମତା ଆସ୍ତେ ଆସ୍ତେ ବଢିବାକୁ ଲାଗିଲାଣି।
କେବଳ ଡିଜିଟାଲ ମୋଡରେ ଅନଲାଇନ୍ ପାଠପଢାକୁ ବିକଳ୍ପ ଭାବେ ନେଇ ମୋବାଇଲ ଓ କମ୍ପ୍ୟୁଟରକୁ ଛାତ୍ରଛାତ୍ରୀ ଆପଣାଇଛନ୍ତି। ତେବେ ଏହି ବ୍ୟବସ୍ଥାରେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବା ଚାହୁଁଛନ୍ତି ଉଭୟ ପିଲା ଓ ଅଭିଭାବକ। ତେବେ ତୃତୀୟ ଲହର ଆଶଙ୍କା ମନରେ ଭୟ ବି ସୃଷ୍ଟି କରୁଛି।
ଚଳିତ ବର୍ଷ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ରେଜଲ୍ଟରେ ଯେଉଁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାନ୍ତି ସେମାନେ ଅଫ୍ଲାଇନ୍ରେ ପରୀକ୍ଷା ଦେଇ ପାରିବେ।ସେପ୍ଟେମ୍ବର ୩ରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅନ୍ଲାଇନ୍ ଯୋଗେ ଆବେଦନ କରିପାରିବେ। ସେପ୍ଟେମ୍ବର ୭ ହେଉଛି ଆବେଦନର ଶେଷ ତାରିଖ।
ଆସନ୍ତା ୬ ତାରିଖରୁ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ସବୁ ସେମିଷ୍ଟର ପାଇଁ କ୍ଲାସ୍ ରୁମ୍ ଶିକ୍ଷାଦାନ ଆରମ୍ଭ ହେବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସବୁ ବୈଷୟିକ ଶିକ୍ଷାନୁଷ୍ଠାନକୁ ଚିଠି ଲେଖିଛନ୍ତି। ଏହାସହ SOP ମଧ୍ୟ ଜାରି ହୋଇଛି।
ଘଟଣାସ୍ଥଳରେ ଟିଟିଲାଗଡ ଉପଜିଲ୍ଲାପାଳ ଓ ପୋଲିସ ପହଞ୍ଚି ବୁଝାସୁଝା କରୁଛନ୍ତି। ପରୀକ୍ଷାର୍ଥୀଙ୍କୁ ବଲାଙ୍ଗିର ସ୍ଥିତ ପରୀକ୍ଷା କେନ୍ଦ୍ରକୁ ନିଆଯିବ କହିଲେ। ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବସ୍ରେ ପରୀକ୍ଷାର୍ଥୀଙ୍କୁ ବଲାଙ୍ଗିର ନିଆଯିବ। ଦିନ ୧୨ଟାରୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ସୁଯୋଗ ଦିଆଯିବ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେବ +୨ ସିଲାବସ୍ରେ ପରିବର୍ତ୍ତନ । ପାଖାପାଖି ୩୦% ସିଲାବସ୍ ହ୍ରାସ କରାଯିବ । ଏଭଳି ଏକ ବଡ଼ ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।