ଋଷରେ କାୟା ବିସ୍ତାର କରୁଛି କରୋନା । ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ଆଖିରେ ରଖି ମସ୍କୋରେ କୋଭିଡ କଟକଣାକୁ କଡାକଡି ଭାବେ ଲାଗୁ କରାଯାଇଛି । ସୂଚନା ଅନୁଯାୟୀ ଋଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦ ଲକ୍ଷ ଟପିଲାଣି । ମୁଖ୍ୟ କଥା ଏହା ଯେ ଦେଶରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ଦେଶରେ ଭୟାବହ ପରିବେଶ ଖେଳିଯାଇଛି । ଦିନକରେ ୧,୦୧୫ ଜଣଙ୍କର କରୋନା ଜନିତ ମୃତ୍ୟୁ ପରେ ବିଶ୍ୱରେ ବିଶ୍ୱ ରେକର୍ଡ କରିଛି ଋଷ ।
ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୫୫୯ ଜଣ ସଂକ୍ରମଣର ଶିକାର ହୋଇଛନ୍ତି। କରୋନାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ରୁ ଅର୍ଥାତ୍ ସଂଗରୋଧରୁ ୩୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ଅର୍ଥାତ୍ ସ୍ଥାନୀୟ ଅଂଚଳରୁ ୨୩୮ ଚିହ୍ନଟ ହୋଇଛନ୍ତି
ଏକ କୋଟି ଲୋକ କରୋନାର ଦୁଇଟି ଯାକ ଡୋଜ୍ ଟିକା ନେଇ ସାରିଥିବା ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେପଟେ କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ACS ଭାବେ ଦାୟିତ୍ୱ ଦିଆଯାଇଛି।
ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ୨୪ ଘଣ୍ଟାରେ ରାଜ୍ୟରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୦ ଆକ୍ରାନ୍ତ ଅଛନ୍ତି।
ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ। ଆଜିଠୁ ନଭେମ୍ବର ୧ ତାରିଖ ଯାଏ ଏହି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୩ ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରୁ ୭୫ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ବି ସର୍ବାଧିକ ୨୪୩ ଜଣ ଚିହ୍ନଟ ହୋଇଛନ୍ତି । ୩ ଜଣଙ୍କ ମୃତ୍ୟୁ ହୋଇଛି । ସୁନ୍ଦରଗଡ , ଜଗସିଂହପୁର ଓ କଟକରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବା ସୂଚନା
ରାଜ୍ୟରେ ଗତକାଲିଠୁ ଆଜି ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୪୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮ ବର୍ଷରୁ କମ୍ ବର୍ଗର ୭୫ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।
ପୂଜାଛୁଟି ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ ଖୋଲିବାକୁ ଯାଉଥିବାରୁ ସ୍କୁଲରେ ବଢିବ ଗହଳି। ତେଣୁ କୋଭିଡରୁ ପିଲାଙ୍କ ସୁରକ୍ଷା ସରକାରଙ୍କ ପାଇଁ ବଡ଼ ଚାଲେଞ୍ଜ ହେବାକୁ ଯାଉଛି।
ପିଲାଙ୍କ ଭିତରେ ସ୍କୁଲ ଯିବାକୁ ଆଗ୍ରହ ଅଛି। କରୋନା ସମ୍ପୂର୍ଣ୍ଣ ଭାବେ ଯାଇନି। ସ୍କୁଲ ଖୋଲିଲେ ସବୁ ଶିକ୍ଷକ ଡବଲ ଡୋଜ ଟିକା ନେଇଥିବେ ତାହା ସୁନିଶ୍ଚିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ।
ସର୍ଭିଲାନ୍ସ ଚାଲିଛି, ଧୀରେ ଧୀରେ ଜଣାପଡିବ ଭିଡରେ କେତେ ସଂକ୍ରମଣ ବଢିଛି। ଭିଡକୁ ଯାଇଥିବା ଲୋକମାନଙ୍କର ଲକ୍ଷଣ ଆସିଲେ ସେମାନେ ପରୀକ୍ଷା କରେଇନେବା ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସ୍କୁଲ ଖୋଲିଲା ପରେ ଲକ୍ଷଣ ଥିବା ପିଲାଙ୍କ ଟେଷ୍ଟିଂ ହେବ।
୨୪ ଘଣ୍ଟାରେ ରାଜ୍ୟରେ ୩୫୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୭ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୪୯ ରହିଛି।
କୋଭାକ୍ସିନ୍କୁ ମିଳିବ WHO ଅନୁମତି। ଟେକ୍ନିକାଲ କମିଟି ଅନୁଧ୍ୟାନ ପରେ ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି
ଦେଶରେ ୧୦୦ କୋଟି ଟିକାକରଣ ପରେ ଉତ୍ସବ ପାଳନ କରୁଛି ଦେଶ। ପ୍ରାଚୀନ ଐତିହ୍ୟକୁ ଲାଇଟ୍ରେ ତ୍ରୀରଙ୍ଗାର ରୂପ ଦେବା ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା
୨୪ ଘଣ୍ଟାରେ ରାଜ୍ୟରେ ୪୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୬ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୭୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୯୬ ରହିଛି।
ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ଜଗଜ୍ଜନନୀ ମା ଦୁର୍ଗାଙ୍କର ବିଜୟା ଦଶମୀ ବା ଦଶହରା ପର୍ବ। ଏଥିପାଇଁ ଆଜି ଉଭୟ ପୀଠ ଓ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ହେଲେ କଟକଣା ପାଇଁ ନାହିଁ ଭକ୍ତଙ୍କ ଗହଳି
ଦିନକରେ ୫୨୧ ପଜିଟିଭ, ୬ ମୃତ, ରାଜ୍ୟରେ ୨୪ ଘଣ୍ଟାରେ ୫୨୧ ସଂକ୍ରମିତ ଚିହ୍ନଟ । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତI ଗତକାଲି ଅପେକ୍ଷା ଆଜି କମିଛି ଆକ୍ରାନ୍ତଙ୍କ ସଂଖ୍ୟା
୨୪ ଘଣ୍ଟାରେ ରାଜ୍ୟରେ ୫୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୫ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୦୪ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୧୭ ରହିଛି।
କୋଭିଡ୍ ମୃତକ ପରିବାରକୁ ମାସକୁ ଅତିରିକ୍ତ ୫ ହଜାର ସହାୟତା । କେରଳରେ କୋଭିଡ -19 ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ଗରିବ ପରିବାରକୁ ସରକାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମୃତକଙ୍କ ପରିବାରକୁ ବର୍ତ୍ତମାନ ଦିଆଯାଉଥିବା ଆର୍ଥିକ ସହାୟତା ବ୍ୟତୀତ ଅତିରିକ୍ତ ୫୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ବୁଧବାର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି
ଦିନ କେତେଟାର ବ୍ରେକ୍ ପରେ ଏବେ ରାଜ୍ୟରେ ପୁଣି ଉର୍ଦ୍ଧ୍ୱ ମୁହାଁ କରୋନା ସଂକ୍ରମଣ ସ୍ଥିତି। ଗଲା ତିନି ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ଅଧା ଚିହ୍ନଟ ହେଉଛନ୍ତି କେବଳ ଖୋର୍ଦ୍ଧା ଜିଲ୍ଲାରୁ
ଦିନ କେତେଟାର ବ୍ରେକ୍ ପରେ ଏବେ ରାଜ୍ୟରେ ପୁଣି ଉର୍ଦ୍ଧ୍ୱ ମୁହାଁ କରୋନା ସଂକ୍ରମଣ ସ୍ଥିତି। ଗଲା ତିନି ଭିତରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ଦୈନିକ ସଂକ୍ରମିତଙ୍କ ମଧ୍ୟରୁ ଅଧା ଚିହ୍ନଟ ହେଉଛନ୍ତି କେବଳ ଖୋର୍ଦ୍ଧା ଜିଲ୍ଲାରୁ।
ଖୁବ୍ ଶୀଘ୍ର ହେବ ୨ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟିକାକରଣ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାର ବି ଏନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ର ଗାଇଡଲାଇନ୍ ଆସିଲେ ରାଜ୍ୟ ସରକାର ଟିକାକରଣ ନେଇ ରଣନୀତି କରିବେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି।
ଖୋର୍ଦ୍ଧା ଓ କଟକରେ ଅମାନିଆଙ୍କ ଲାଗି ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଅନେକ ଲୋକ କରୋନା କଟକଣାକୁ ପାଳନ କରୁ ନାହାନ୍ତି। ସାମାଜିକ ଦୂରତା, ମାସ୍କ ବ୍ୟବହାରରେ ଅବହେଳା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।
ମହାମାରୀ କରୋନାର ସୃଷ୍ଟି ଚୀନରୁ ହିଁ ହୋଇଛି ବୋଲି ସନ୍ଦେହ କରାଯାଉଥିବା ବେଳେ ଚୀନ କିନ୍ତୁ ଏନେଇ ସର୍ବଦା ଅସ୍ୱୀକାର କରିଆସୁଛି । ଅନୁମାନ କରାଯାଉଛି ଯେ ଚୀନର ବାଦୁଡିଙ୍କ ଠାରୁ କରୋନା ସଂକ୍ରମଣ ମଣିଷକୁ ବ୍ୟାପିଛି । ମହାମାରୀ କରୋନାର ଉତ୍ପତ୍ତି ଉହାନ୍ ସହର ପରିଦର୍ଶନ ପାଇଁ WHO ପକ୍ଷରୁ ଏକ ପ୍ରସ୍ତାବ ରଖାଯାଇଛି । କିନ୍ତୁ ଚୀନ ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛି ।
୨୪ ଘଣ୍ଟାରେ ରାଜ୍ୟରେ ୬୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୮ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୫୮ ରହିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ମାନଙ୍କୁ କୋଭିଡର ତୃତୀୟ ଡୋଜ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦୁଇଟି ଡୋଜ ପରେ ମଧ୍ୟ ଇମ୍ୟୁନିଟି ପାୱାର କମ ରହୁଥିବା କାରଣରୁ ଚୀନର ୬୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ତୃତୀୟ ଡୋଜ ଦେବା ପାଇଁ WHO ପକ୍ଷରୁ ସୋମବାର ପରାମର୍ଶ ଦିଆଯାଇଛି । ଏହି ବୁଷ୍ଟର ଡୋଜ ପାଇଁ ସମସ୍ତ ଦେଶ ପ୍ରସ୍ତୁତି ହେବା ପାଇଁ WHO ପକ୍ଷରୁ କୁହାଯାଇଛି ।