Advertisment

ଆଜିଠୁ ଓଡ଼ିଶାର ଏହି ସହରରେ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ

ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ। ଆଜିଠୁ ନଭେମ୍ବର ୧ ତାରିଖ ଯାଏ ଏହି ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

author-image
Rajalaxmi Sahoo
Night Curfew

Night Curfew

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଆଜିଠୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ରାତି ୧୦ଟାରୁ ସକାଳ ୫ଟା ଯାଏ କେନ୍ଦ୍ରାପଡ଼ା ସହରରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ। ଆଜିଠୁ ନଭେମ୍ବର ୧ ତାରିଖ ଯାଏ ଏହି ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। 

Advertisment

ସୂଚନାଥାଉ କି, ଅକ୍ଟୋବର ୧୧ରୁ ଭୁବନେଶ୍ୱର ଓ କଟକ ସହରରେ ନାଇଟ୍ କର୍ଫ୍ୟୁ ହୋଇଛି। ୨୦ ତାରିଖ ପର୍ଯ୍ୟନ୍ତ ଟ୍ୱିନସିଟିରେ ରାତି ୮ଟାରୁ ସକାଳ ୫ଟା ଯାଏ ନାଇଟକର୍ଫ୍ୟୁ ଲାଗୁ ହୋଇଛି। ସଂକ୍ରମଣ ବଢ଼ୁଥିବା ବେଳେ ପାର୍ବଣ ଯୋଗୁ ବଜାରରେ ଭିଡ଼ ଜମିଲେ ସ୍ଥିତି ସଂଗୀନ ହେବା ଆଶଙ୍କା କରି ପୋଲିସ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। 

Advertisment

ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୮ ବର୍ଷରୁ କମ୍ ବର୍ଗର ୭୫ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେହିଭଳି କ୍ୱାରେଣ୍ଟିନ ସେଣ୍ଟରରୁ ୨୫୮ ଏବଂ ଲୋକାଲ କେସ୍ ୧୮୫ ଜଣ ଚିହ୍ନଟ ହୋଇଛନ୍ତି ।

Odisha Kendrapara Night Curfew
Advertisment
Advertisment