‘ରିସ୍କ’ଦେଶରୁ ଓଡ଼ିଶା ଆସିଥିବା ୨୪୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିନୋମ୍ ସିକ୍ୟୁଏନ୍ସିଂ ରିପୋର୍ଟ ଆସିବା ପରେ ଜଣାପଡ଼ିବ ଏମାନେ ଓମିକ୍ରନ୍ରେ ଆକ୍ରାନ୍ତ କି ନୁହେଁ।
କିଛି ବ୍ୟକ୍ତି ଅନ୍ୟ ରାଜ୍ୟର ମଧ୍ୟ ଠିକଣା ଦେଇଥିବା ଜଣାପଡ଼ିଛି। ୪୦ ପ୍ରତିଶତ ଅର୍ଥାତ ପାଖାପାଖି ୩୨୦ ଜଣଙ୍କ ପତ୍ତା ମିଳୁନି।
ଓମିକ୍ରନ ନେଇ ଚିନ୍ତା ବଢୁଥିବା ବେଲେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ତଥ୍ୟ ମିଳୁନି । ରାଜ୍ୟକୁ ଓମିକ୍ରନ ଆକ୍ରାନ୍ତ ଦେଶରୁ ୮ ଶହରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଶା ଫେରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ପତ୍ତା ମିଳୁନି ।
ଓମିକ୍ରନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଅଭୟବାଣୀ ଶୁଣାଇଛନ୍ତି। ଓମିକ୍ରନ ନେଇ ଆଲୋଚନା ଚାଲିଛି, ଭୟର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। କିଏ କେଉଁଠୁ ଆସୁଛି ତଥ୍ୟ ଦେବାକୁ କେନ୍ଦ୍ରକୁ ଅନୁରୋଧ କରୁଛୁ। ହୁ ସଠିକ୍ ତଥ୍ୟ ଦେଇନି, ଓଡ଼ିଶା ପୂରା ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି।
କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି। ୫ରୁ ୭ ଦିନ ଭିତରେ ତାର ଗବେଷଣା ଓଡ଼ିଶା ସରକାରଙ୍କୁ ଜଣାଇବ।
ଭାରତରେ ୪ ଦିନରେ ୨୧ ଓମିକ୍ରନ୍ ସଂକ୍ରମିତ I ରାଜସ୍ଥାନରେ ଉପସ୍ଥିତି ଜାହିର କଲା ଓମିକ୍ରନ୍ ଭାରିଆଣ୍ଟ୍ I ଜୟପୁରରେ ଚିହ୍ନଟ ହେଲେ ୯ ଜଣ ନୂଆ ଓମିକ୍ରନ୍ ଆକ୍ରାନ୍ତ
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି ।
ଭାରି ସାଙ୍ଘାତିକ ଏ କରୋନା !! ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି, ଦ୍ରୁତ ଗତିରେ ବଢ଼ି ଚାଲିଛି ଓମିକ୍ରନ୍ ।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏପଟେ ଓଡ଼ିଶାରେ ଏଯାଏଁ ଓମିକ୍ରନ୍ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର କହିଛନ୍ତି, ଜାତୀୟ ହାର ତୁଳନାରେ ଓଡ଼ିଶାର କୋଭିଡ୍ ସ୍ଥିତି ବେଶ ଭଲ ରହିଛି ।
୧୪ ଦିନ ଭିତରେ ଲକ୍ଷଣ ଦେଖାଗଲେ ଟେଷ୍ଟ କରାନ୍ତୁ । ଏହାସହ ବିଦେଶରୁ ପ୍ରତିଦିନ କେତେ ଜଣ ଫେରୁଛନ୍ତି ସେନେଇ କେନ୍ଦ୍ରଠାରୁ ତଥ୍ୟ ସଂଗ୍ରହ କରାଯାଉଛି ।
ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ପ୍ରତିଟି ଯାତ୍ରୀଙ୍କ ଉପରେ ତର୍ଜମା କରାଯାଉଛି। ଆଜି ଏନେଇ ସୂଚନା ଦେଉଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ରାଜ୍ୟକୁ କେତେ ଲୋକ ବିଦେଶରୁ ଆସୁଛନ୍ତି ସେ ନେଇ ଜିଲ୍ଲାପାଳଙ୍କୁ ଜଣାଯାଉଛି।
ରାଜଧାନୀ ଦିଲ୍ଲୀରେ ପ୍ରଥମ ଓମିକ୍ରନ୍ ରୋଗୀ ଚିହ୍ନଟ ହୋଇଛି । ତାଞ୍ଜାନିଆ ଫେରନ୍ତା ଯୁବକ ଓମିକ୍ରନ ସଂକ୍ରମିତ ହୋଇଥିବାର ସୂଚନା ମିଳିଛି। ସଂକ୍ରମିତ ଯୁବକଙ୍କୁ LNJP ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏନେଇ ସୂଚନା ଦେଇଛନ୍ତି । ତେବେ ଦିନକୁ ଦିନ ଓମିକ୍ରନର ଭୟ ସାରା ଦେଶରେ ଆତଙ୍କ ଖେଳାଇବାରେ ଲାଗିଛି। କେନ୍ଦ୍ର ପକ୍ଷରୁ ଏନେଇ ସତର୍କବାଣୀ ଜାରି କରାଯାଇଛି ।
ଅଧ୍ୟୟନ ଅନୁସାରେ ତୃତୀୟ ଲହରୀ ଦ୍ୱିତୀୟ ଲହରୀ ଭଳି ମାରାତ୍ମକ ହେବ ନାହିଁ । ମଣିନ୍ଦ୍ର ଅଗ୍ରୱାଲ ଅଗ୍ରୱାଲଙ୍କ ଗାଣିତିକ ମଡେଲ ଆଧାରରେ ସେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।
ଦେଶକୁ ଉଠାଇବ ଓ ପକାଇବ ଓମିକ୍ରନ : ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୁଛି ସଂକ୍ରମଣ....
ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡିଯିବାରୁ ତାଙ୍କୁ ଯାଜପୁର ଜିଲ୍ଲା ହେଡକ୍ୱାର୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କରୋନା ପଜିଟିଭ ଚିହ୍ନଟ ପରେ କୋଭିଡ଼ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
୭୨ ବର୍ଷୀୟ ବୟସ୍କ ବ୍ୟକ୍ତି ଦୁଇ ଦିନ ତଳେ ଜିମ୍ବାୱେରୁ ଫେରିଥିଲେ । କ୍ୱାରେଣ୍ଟିନ୍ ରଖାଯାଇ ତାଙ୍କ ରିପୋର୍ଟ ପୁଣେ ଲ୍ୟାବ୍କୁ ପଠାଯାଇଥିଲା । ଆଜି ରିପୋର୍ଟ ପଜିଟିଭ୍ ଆସିବା ସହ ଓମିକ୍ରନ୍ ଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।
କୋଭିଡ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି କେନ୍ଦ୍ର ସରକାରଙ୍କ ୫ ରାଜ୍ୟକୁ ସତର୍କ ସୂଚନା । ଓଡିଶା ସମେତ କର୍ଣ୍ଣାଟକ, ତାମିଲନାଡୁ, କେରଳ, ମିଜୋରାମ୍, କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରକୁ ସତର୍କ ରହିବା ପାଇଁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୬ ନଭେମ୍ବର ସୁଦ୍ଧା ରାଜ୍ୟରେ ପ୍ରତି ସପ୍ତାହରେ ୪ ଲକ୍ଷ ୧ ହଜାର ୧୬୪ ଟେଷ୍ଟ କରାଯାଉଥିଲା । ତେବେ ଏହି ସଂଖ୍ୟାରେ ଡିସେମ୍ବର ୩ ସୁଦ୍ଧା ଅନେକ ହ୍ରାସ ପାଇଛି ।
କର୍ଣ୍ଣାଟକାର ବେଙ୍ଗାଲୁରୁ ପରେ ଏବେ ଗୁଜରାଟର ଜାମନଗରରୁ ଓମିକ୍ରନ ଭ୍ୟାରିଏଣ୍ଟ ଠାବ ହୋଇଛି। ଦକ୍ଷିଣ ଆଫ୍ରିକାରୁ ଏଠାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ଶରୀରରୁ ଓମିକ୍ରନ ଭ୍ୟାରିଏଣ୍ଟ ଠାବ ହୋଇଛି।
କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ ବିରୋଧରେ ଟିକା କାମ କରୁଛି। ଏଣୁ ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।
ଓଡ଼ିଶାରେ ବି ଓମିକ୍ରନ ପାଇଁ ବଢିଲା ସତର୍କତା I କର୍ଣ୍ଣାଟକରେ ଓମିକ୍ରନ୍ ଚିହ୍ନଟ ପରେ ବଢିଲା ଭୟ I ୨ଆକ୍ରାନ୍ତଙ୍କ କଣ୍ଟା୍ ଟ୍ରେସିଂ ଜାରିI କଣ୍ଟାକ୍ଟ ଟ୍ରେସିଂରୁ ୫ କୋଭିଡ ପଜିଟିଭ
କର୍ଣ୍ଣାଟକରେ ଓମିକ୍ରନ୍ ଆକ୍ରାନ୍ତ ପରେ ଏବେ ଦେଶର ଅନ୍ୟ ରାଜ୍ୟକୁ ଘାରିଛି ଓମିକ୍ରନର ଭୟ । ଓମିକ୍ରନ ଚିହ୍ନଟ ଦକ୍ଷିଣ ଆଫ୍ରିକୀୟ ନାଗରିକ ଜଣକ ସ୍ୱଦେଶ ଫେରିଥିଲେ ବି ୭ ଦିନର ରହଣି ଭିତରେ ସେ କେଉଁଠି ଯାଇଥିଲେ, କାହା ସହ ମିଶିଥିଲେ ସେ ନେଇ ତନାଘନା ଚାଲିଛି।
ଡେଲଟା ପରି ତାଣ୍ଡବ ରଚିବ କି ଓମିକ୍ରନ୍ । ଅଳ୍ପ ସମୟ ମଧ୍ୟରେ ବିଶ୍ୱର ପ୍ରାୟ ୩୦ଟି ଦେଶକୁ ମାଡ଼ି ସାରିଛି ନୂଆ ଭାରିଏଣ୍ଟ୍ । କ’ଣ ହେବ ଆଗାମୀ ସ୍ଥିତି ?
ରାଜଧାନୀ ଦିଲ୍ଲୀରେ ଆଜି ଓମିକ୍ରନ୍ ସନ୍ଦିଗ୍ଧଙ୍କ ସଂଖ୍ୟା ବଢ଼ି ୧୨ରେ ପହଞ୍ଚିଛି । ଗତକାଲି ପର୍ଯ୍ୟନ୍ତ ୬ ଜଣ ଥିଲେ ।
ଟେନ୍ସନ୍ ଦେଲାଣି ଓମିକ୍ରନ । ଭାରତରେ ପ୍ରବେଶ କଲା ଭୟଙ୍କର ଭୂତାଣୁ । ଚାଲିଛି କଂଟାକ୍ଟ ଟ୍ରେସିଂ ।