/odishatv-khabar/media/post_attachments/uploadimage/library/16_9/16_9_0/omicron_1638611125.jpg)
omicron
ଗାନ୍ଧିନଗର : ଗୁଜରାଟରେ ଓମିକ୍ରନ୍ ଆକ୍ରାନ୍ତ । ଭାରତରେ କରୋନାର ନୂଆ ଭ୍ୟାରିଏଣ୍ଟ୍ ଓମିକ୍ରନର ଅନ୍ୟ ଏକ ମାମଲା ଚିହ୍ନଟ ହୋଇଛି । ଗୁଜୁରାଟର ଜାମନଗରରୁ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜାମନଗରରୁ ଚିହ୍ନଟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକା ଫେରନ୍ତା ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତି ଦୁଇ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକାରୁ ଗୁଜରାଟ ଆସିଥିଲେ । ବିମାନ ବନ୍ଦରରେ ହୋଇଥିବା ଯାଞ୍ଚରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ଏହା ପରେ ସଂକ୍ରମିତଙ୍କ ନମୁନା ସଂଗ୍ରହ କରି ଜିନୋମ୍ ସ୍ୱିକେନ୍ସିଂ ପାଇଁ ପଠାଯାଇଥିଲା ।
ବର୍ତ୍ତମାନ ତାଙ୍କ ରିପୋର୍ଟରୁ ସ୍ପଷ୍ଟ ହୋଇଛି, ସେ ଓମିକ୍ରନ୍ ସଂକ୍ରମିତ । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭାରତରେ ଓମିକ୍ରନର ଏହା ତୃତୀୟ ମାମଲା । ସଂକ୍ରମିତ ବ୍ୟକ୍ତି ଜଣଙ୍କ ଏୟାରପୋର୍ଟରୁ ଓହ୍ଲାଇବା ପରେ ତାଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରଖାଯାଇଛି । ଏବେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ସେହିପରି ତାଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଇଛି ।
ଏହା ପୂର୍ବରୁ କର୍ଣ୍ଣାଟକରେ ନୂଆ ଭ୍ୟାରିଏଣ୍ଟର ଦୁଇ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଥିଲା । ଆକ୍ରାନ୍ତ ୨ ଜଣ ପୁରୁଷ ହୋଇଥିବା ବେଳେ ଉଭୟଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ବୋଲି ଜଣାପଡ଼ିଛି । ଉଭୟଙ୍କୁ ଆଇସୋଲେଟ୍ କରି ରଖାଯାଇଛି । ୪୬ ବର୍ଷୀୟ ବ୍ୟକ୍ତି ଜଣେ ଡାକ୍ତର ହୋଇ ଥିବାବେଳେ ସେ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି । ସେ କରୋନା ଟିକା ନେଇ ସାରିଥିଲେ । ସେହିପରି ୬୬ ବର୍ଷୀୟ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକୀୟ ନାଗରିକ । ସେ କୋଭିଡ୍ ନେଗେଟିଭ୍ ରିପୋର୍ଟ ସହ ଭାରତ ଆସିଥିଲେ । ନଭେମ୍ବର ୨୦ରେ ସେ ଭାରତରେ ପହଞ୍ଚିଥିଲେ ଓ ଏହାର ୭ ଦିନ ପରେ ସେ ଏକ ଫ୍ଲାଇଟ୍ରେ ଦୁବାଇ ଯାଇଥିଲେ ।
ଓମିକ୍ରନ୍ ଭ୍ୟାରିଏଣ୍ଟ ଦ୍ୱାରା ସଂକ୍ରମିତ ମାନେ କରୋନାରୁ ସୁସ୍ଥ ହୋଇଥିଲେ ବି, ପୁଣି ସଂକ୍ରମିତ ହେବାର ଆଶଙ୍କା ରହିଛି । କୋଭିଡ୍ ସଂକ୍ରମଣର ୯୦ ଦିନ ଭିତରେ ଯଦି ପୁଣି ଥରେ ସଂକ୍ରମଣ ହୁଏ, ତେବେ ସେଗୁଡିକ ପୁନଃ ସଂକ୍ରମଣ ତାଲିକାରେ ଗଣାଯାଇଥାଏ । ଉଦବେଗଜନକ କଥା ହେଉଛି ଡେଲ୍ଟା ଓ ବିଟା ଭ୍ୟାରିଏଣ୍ଟ ଠାରୁ ଓମିକ୍ରନ୍ର ପୁନଃ ସଂକ୍ରମଣ କ୍ଷମତା ୩ ଗୁଣ ଅଧିକ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)