ଭୟ ବଢ଼ାଇଲାଣି କରୋନା । ପୁଣି ପ୍ରଭାବିତ ହେବ କି ଦଶମ ଓ ଦ୍ୱାଦଶ ପରୀକ୍ଷା ? ସଂକ୍ରମଣମୁକ୍ତ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କଲା ଗଣଶିକ୍ଷା ବିଭାଗ । କୋଭିଡ୍ କଟକଣା ଅନୁଯାୟୀ ପରୀକ୍ଷା କରିବାକୁ ହୋଇଛି ନିଷ୍ପତ୍ତି । ପରୀକ୍ଷା କେନ୍ଦ୍ରରେ ଥର୍ମାଲ ସ୍କାନିଂ, ସାନିଟାଇଜ୍ କରି ପରୀକ୍ଷାର୍ଥୀଙ୍କୁ ଭିତରକୁ ଛଡ଼ାଯିବ
କଟକଣା ଭିତରେ ପରୀକ୍ଷା ପାଇଁ ଗଣଶିକ୍ଷା ବିଭାଗର ସଜବାଜ । କାଲି ରାଜ୍ୟ କୋଭିଡ୍ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟରେ ତତ୍ପରତା। କରୋନା ପରିସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।
କୋଭିଡ୍ ମୁକାବିଲା କ୍ଷେତ୍ରରେ କେନ୍ଦ୍ରର ସତର୍କତା ପରେ ରାଜ୍ୟରେ ବି ତତ୍ପରତା। ଆଜି ଭିଡିଓ କନ୍ଫରେନ୍ସିଂରେ ସ୍ୱାସ୍ଥ୍ୟ ବିଭାଗ କରିଛି ଉଚ୍ଚସ୍ତରୀୟ ବୈଠକ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଜିଲ୍ଲାସ୍ତରୀୟ କୋଭିଡ୍ ମୁକାବିଲା ପ୍ରସ୍ତୁତି ପରଖିବାକୁ ଆସନ୍ତା ୨୭ରେ ହେବ ମକଡ୍ରିଲ୍। ଏହାସହ ବିଭିନ୍ନ ଦେଶରେ କୋଭିଡ୍ ଭୟାବହତା ବଢ଼ୁଥିବାରୁ ଟେଷ୍ଟିଂ ବଢ଼ାଇବା ସହ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବାକୁ ବି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କୋଭିଡ୍ ମୁକାବିଲା କ୍ଷେତ୍ରରେ କେନ୍ଦ୍ରର ସତର୍କତା ପରେ ରାଜ୍ୟରେ ବି ତତ୍ପରତା।
କରୋନାର ନୂଆ ଭ୍ୟାରିଆଣ୍ଟର ସଂକ୍ରମଣକୁ ନଜରରେ ରଖି ମେଡିକାଲ ଅକ୍ସିଜେନ୍ ଓ ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ । ଏବେ ଦେଶରେ କୋଭିଡ଼ ସଂକ୍ରମଣ କମ୍ ଥିଲେ ବି ପ୍ରସ୍ତୁତ ରହିବାକୁ ପଡ଼ିବ । ଭବିଷ୍ୟତରେ କିଛି ଚ୍ୟାଲେଂଜ ଆସିଲେ ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ସିଜେନ ପ୍ରସ୍ତୁତକାରୀ ପ୍ଲାଣ୍ଟ ପୂର୍ଣ୍ଣ କାର୍ଯ୍ୟକ୍ଷମ ସହ ଅକ୍ସିଜେନ୍ ପ୍ରସ୍ତୁତି ଓ ନିର୍ବିଘ୍ନ ଯୋଗାଣ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି।
ଏବେ ଦେଶରେ କୋଭିଡ଼ ସଂକ୍ରମଣ କମ୍ ଥିଲେ ବି ପ୍ରସ୍ତୁତ ରହିବାକୁ ପଡ଼ିବ
ଚୀନ, ଜାପାନ ସମେତ ଅନ୍ୟ କିଛି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି।
କରୋନାର ନୂଆ ଭ୍ୟାରିଆଣ୍ଟକୁ ପ୍ରତିହତ କରିପାରିବ ବୁଷ୍ଟର ଡୋଜ୍। ୨୮ ନଭେମ୍ବରରୁ ରାଜ୍ୟରେ ସରକାରୀ ଟୀକାକାରଣ ବନ୍ଦ ଥିବାବେଳେ ଟିକା ଯୋଗାଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ। ତାସହ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ କୋଟି ୧୪ ଲକ୍ଷ ଡୋଜ୍ ଟିକା ଦିଆସରିଛି। ଯେଉଁମାନେ ପ୍ରିକସନ ଡୋଜ ନେଇଛନ୍ତି, ସେମାନେ ସୁରକ୍ଷିତ। ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାରେ ହର୍ଡ ଇମ୍ୟୁନିଟି ଅଧିକ ରହିଛି। ଓଡ଼ିଶାରୁ ଯେତିକି ସାମ୍ପଲ ଜିନମ୍ ସିକ୍ୟେନସିଂ ପାଇଁ ଯାଇଛି, ସେଥିରେ BF.7 ଭ୍ୟାରିଆଣ୍ଟର ପ୍ରମାଣ ମିଳିନାହିଁ।
ଓଡ଼ିଶାରୁ ଯେତିକି ସାମ୍ପଲ ଜିନମ୍ ସିକ୍ୟେନସିଂ ପାଇଁ ଯାଇଛି, ସେଥିରେ BF.7 ଭ୍ୟାରିଆଣ୍ଟର ପ୍ରମାଣ ମିଳିନାହିଁ।
କେନ୍ଦ୍ର ଓ ରାଜ୍ୟ ଆଣିଲେ ନୂଆ କୋଭିଡ୍ ଆଡଭାଇଜରି।
ଭାରତ ବାୟୋଟେକ୍ ପ୍ରସ୍ତୁତ ନାଜାଲ୍ ଭ୍ୟାକ୍ସିନ୍କୁ ଅନୁମତି ମିଳିଛି। ବୁଷ୍ଟର ଡୋଜ୍ ଭାବେ ନେବାକୁ କେନ୍ଦ୍ର ସରକାରଙ୍କ ଅନୁମତି ପ୍ରଦାନ କରିଛନ୍ତି।
ନୂଆବର୍ଷ ଓ ଆସନ୍ତା ପର୍ବପର୍ବାଣୀ ପାଇଁ ଆସିବ ନୂଆ ଗାଇଡ୍ଲାଇନ୍
କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡ୍ଲାଇନ୍ ଜାରି ହୋଇଛି।
ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ବେଳେ ସତର୍କ ରୁହ। ମାସ୍କ ପିନ୍ଧ, ସାମାଜିକ ଦୂରତା ରଖ।
କେତେକ ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଚୀନ୍ ଓ ଜାପାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି ।
ବଢୁଥିବା କରୋନା ସଂକ୍ରମଣକୁ ଦେଖି ଆଲର୍ଟରେ ଭାରତ, ପାର୍ଲାମେଣ୍ଟରେ ଆଜିଠୁ ବାଧ୍ୟତାମୂଳକ ହେଲା ମାସ୍କ ପରିଧାନ
ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ଖାଲି ବିଶ୍ୱ ନୁହେଁ ଭାରତ ପାଇଁ ମଧ୍ୟ ଚିନ୍ତା ବଢ଼ାଇଛି। ଗତ କିଛିଦିନ ମଧ୍ୟରେ କରୋନା କେସ୍ ହ୍ରାସ ପାଇଥିବାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା। ହେଲେ ଏବେ ଚୀନ, ଜାପାନ, ଆର୍ଜେଣ୍ଟିନା, ଦକ୍ଷିଣ କୋରିଆ, ଆମେରିକା ଓ ବ୍ରାଜିଲରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।
ବଢିଲା ଚିନ୍ତା। ଓଡିଶାକୁ ଆସିଲା କରୋନାର ନୂଆ ଭାରିଏଣ୍ଟ...ବଡ ଖତରନାକ୍ ଏହି ଭାରିଏଣ୍ଟ
ଓଡ଼ିଶାରେ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ନୂଆ ଭାରିଏଣ୍ଟ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା।
ଚୀନ୍ରେ କରୋନାର ବିସ୍ଫୋରଣ ପରେ ସଜାଗ ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବରିଷ୍ଠ ଅଧିକାରୀଙ୍କ ସହ ଦେଶର କରୋନା ମହାମାରୀ ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସମୀକ୍ଷା ପରେ ମାଣ୍ଡଭିୟ କହିଛନ୍ତି, ବର୍ତ୍ତମାନ କରୋନାର ଭୟବହତା ସମ୍ପୂର୍ଣ୍ଣ ଦୂର ହୋଇନି ।
ମାସ୍କ ପିନ୍ଧିବା ସହ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି ।