ଚୀନ, ଜାପାନ ସମେତ ଅନ୍ୟ କିଛି ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍ କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି।
ଚୀନ୍, ଜାପାନ, ଆମେରିକା, ବ୍ରାଜିଲ ଏବଂ କୋରିଆରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ଦେଶରେ ସପ୍ତାହକୁ ପ୍ରାୟ ୩୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।ବିଶେଷ କରି ଚୀନରେ କୋଭିଡ ସ୍ଥିତି ଅତି ସାଂଘାତିକ ରହିଛି।
ନୂଆଦିଲ୍ଲୀ: ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ୍ଙ୍କୁ କରୋନ। ଆଜି ତାଙ୍କର କୋଭିଡ୍-୧୯ ରିପୋର୍ଟ ପଜିଟିଭ ଆସିଛି। ପ୍ରଥମେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଦ୍ୱିତୀୟ ଥର ଟେଷ୍ଟ କରିବା ପରେ ରିପୋର୍ଟ ପଜିଟିଭ୍ ଆସିଛି। ସୋମବାର ଜୈନ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ସୋମବାର ରାତିରେ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍ପିଟାଲ୍ରେରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କର କୋଭିଡ୍-୧୯ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଥିଲା। ତେବେ ଆଜି […]
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ରବିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ୨୪,୮୫୦ ନୂଆ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ଯାହାକି କୌଣସି ଗୋଟିଏ ଦିନରେ ଭାରତରେ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୩,୧୬୫ରେ ପହଞ୍ଚିଛି। ଭାରତରେ କ୍ରମାଗତ ନବମ ଦିନରେ ୧୮ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହେବାର ନୂଆ ରେକର୍ଡ […]
ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଏତେ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ଯେ, ବ୍ରିଟେନ୍କୁ ପଛରେ ପକାଇ ଭାରତ ବିଶ୍ୱରେ କରୋନା ସଂକ୍ରମଣରେ ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆମେରିକା, ଦ୍ୱିତୀୟରେ ବ୍ରାଜିଲ୍, ତୃତୀୟରେ ଋଷିଆ ଓ ଚତୁର୍ଥରେ ଭାରତ ରହିଛି। ଆମେରିକାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ଲକ୍ଷ ପାର୍ କରିଥିବାବେଳେ ବ୍ରାଜିଲ୍ରେ ୮ଲକ୍ଷ ପାର୍ ହୋଇଛି। ସେହିପରି ଋଷିଆରେ ୫ଲକ୍ଷ ଅତିକ୍ରମ କରିଛି ଆକ୍ରାନ୍ତଙ୍କ ସଂଖ୍ୟା। ଭାରତରେ ୨ଲକ୍ଷ ୯୭ହଜାର ୫୩୫ଜଣ କରୋନାରେ […]