Advertisment

ଚୀନ୍‌ରେ ତାଣ୍ଡବ ରଚୁଛି କୋଭିଡ ଭୂତାଣୁ: ଦିନକରେ ୧୦ ଲକ୍ଷ ଲୋକ ସଂକ୍ରମିତ

ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
China reports 37 million Covid cases in a day, shattering global record

China reports 37 million Covid cases in a day, shattering global record

ଚୀନରେ ଦିନକୁ ଦିନ ତାଣ୍ଡବ ରଚୁଛି କୋଭିଡ ଭୂତାଣୁ। ଗ୍ଲୋବାଲ ହେଲଥ ଇଣ୍ଟେଲିଜେନ୍ସର ରିପୋର୍ଟ ମୁତାବକ, ଚୀନରେ ଦିନକରେ ପ୍ରାୟ ୩୭ ମିଲିୟନ ଅର୍ଥାତ ୩ କୋଟି ୭୦ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। ଡିସେମ୍ବର ମାସର ପ୍ରଥମ ୨୦ ଦିନରେ ଅତି କମରେ ୨୪୮ ନିୟୁତ ଲୋକ କିମ୍ବା ପ୍ରାୟ ୧୮% ଲୋକ ଏହି ଭୂତାଣୁରେ ସଂକ୍ରମିତ ହେବା ସମ୍ଭାବନା ରହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଚୀନରେ ଏବେ ଦୈନିକ ୧୦ ଲକ୍ଷ ଲୋକ ସଂକ୍ରମିତ ହେଉଥିବା ସୂଚନା ମିଳିଛି।

Advertisment

ଓମିକ୍ରନର ନୂଆ ଭାରିଏଣ୍ଟ ବିଏଫ୍.୭ ଏଠାରେ ଆତଙ୍କ ଖେଳାଇଛି। ଚୀନର ଦକ୍ଷିଣ-ପଶ୍ଚିମର ସିଚୁଆନ୍ ଅଞ୍ଚଳ ଓ ରାଜଧାନୀ ବେଜିଂର ଅଧାରୁ ଅଧିକ ଲୋକ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସେହିପରି ଶେନଗାନ୍, ସାଂଘାଇ ଓ ଚେଙ୍ଗାକିଙ୍ଗରେ ହଜାର ହଜାର ଲୋକେ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ତେଣୁ ଚୀନରେ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବ୍ୟବହାର କରାଯାଉଛି। ତେବେ ଦୈନିକ କରୋନା ସଂକ୍ରମିତ ମାମଲାର ସଂଖ୍ୟା ସରକାରଙ୍କ ପକ୍ଷରୁ ପ୍ରକାଶ ପାଉନାହିଁ। 

ଚୀନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ସରକାର ସଜାଗ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍‌ କଟକଣାକୁ ଆହୁରି କଡ଼ାକଡ଼ି କରିବା ସହ ଜନଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ସାନିଟାଇଜେସନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ କିଛି ନିର୍ଦ୍ଦିଷ୍ଟ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି।

Advertisment

ଚୀନ, ଜାପାନ, ଦକ୍ଷିଣ କୋରିଆ, ହଂକଂ, ଥାଇଲାଣ୍ଡରୁ ଯେଉଁ ଯାତ୍ରୀ ଭାରତ ଆସିବେ ସେମାନଙ୍କ ପାଇଁ RT-PCR ଟେଷ୍ଟ ବାଧ୍ୟତାମୂଳକ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍‌ ମାଣ୍ଡଭୀୟ ସୂଚନା ଦେଇଛନ୍ତି। ଏହିସବୁ ଦେଶରୁ ଯେଉଁ ଯାତ୍ରୀ ଭାରତ ଆସିବେ, ଯଦି ସେମାନଙ୍କ ପାଖରେ କରୋନାର ଲକ୍ଷଣ ଥାଏ  ବା କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସେ, ତେବେ ସମ୍ପୃକ୍ତ ଯାତ୍ରୀଙ୍କୁ କ୍ୱାରେଣ୍ଟିନରେ ରଖାଯିବ। ସମ୍ପୃକ୍ତ ଦେଶରୁ ଆସୁଥିବା ଯାତ୍ରୀ ଏୟାର ସୁବିଧା ଫର୍ମ ପୂରଣ କରିବେ। ଏୟାର ସୁବିଧା ଫର୍ମ ଜରିଆରେ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେବେ।

COVID-19 Corona Omicron
Advertisment
Advertisment