Advertisment

ଚୀନ୍‌ରେ କରୋନାର ସୁନାମି ଦେଖି ଭାରତରେ ଆଲର୍ଟ: ୫ଟି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସତର୍କ

ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ବେଳେ ସତର୍କ ରୁହ। ମାସ୍କ ପିନ୍ଧ, ସାମାଜିକ ଦୂରତା ରଖ।

author-image
Chandan Shishu
ଅଦ୍ୟତନ ହୋଇଛି
COVID Alert In India

Covid 19

ଚୀନ୍‌ରେ  କରୋନା ସଂକ୍ରମଣର ସୁନାମୀ ଦେଖି ଆଗୁଆ ସତର୍କ ହେଲେ କେନ୍ଦ୍ର ସରକାର। ଦେଶରେ କରୋନା ସ୍ଥିତି ନେଇ ଆଜି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ କନଫରେନସିଂରେ ହୋଇଥିବା ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ନୀତି ଆୟୋଗ ସଦସ୍ୟ, ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀା ବର୍ତ୍ତମାନ ଦେଶରେ କରୋନାର ସ୍ଥିତି ଏବଂ ଏହାର ପ୍ରତିକାରକୁ ନେଇ ଆଲୋଚନା ହୋଇଛି।

Advertisment

ତାସହ ସାମାଜିକ ଦୂରତା, ମାସ୍କ, ସାନିଟାଇଜେସନ୍ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିଲେ ବି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଖ୍ରୀଷ୍ଟମାସ ଓ ନୂଆବର୍ଷ ଉତ୍ସବ ପାଳନ ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବା ଉପରେ ଗୁରୁତ୍ୱ ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରାଳୟ। ସେପଟେ ରାଜ୍ୟରେ କୋଭିଡ ମୁକାବିଲା ନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। 

ଅଧିକ ପଢ଼ନ୍ତୁ: ଚୀନ୍‌ରେ କୋଭିଡ ସ୍ଥିତି ଭୟଙ୍କର, ଭାରତକୁ ସତର୍କ ଘଣ୍ଟି ! ଓଡ଼ିଶାରେ ବି ଚୀନ୍‌ ଭାଇରସ..

Advertisment

ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ବେଳେ ସତର୍କ ରୁହ। ମାସ୍କ ପିନ୍ଧ, ସାମାଜିକ ଦୂରତା ରଖ। ଆଜି ଲୋକସଭାରେ କରୋନା ସ୍ଥିତି ଉପରେ ବିବୃତି ରଖି ସତର୍କ କରାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ। ଖ୍ରୀଷ୍ଟମାସ, ନୂଆ ବର୍ଷ ଉତ୍ସବକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବିଦେଶରେ ବଢୁଥିବା ସଂକ୍ରମଣକୁ ଦେଖି ବର୍ତ୍ତମାନ ବିମାନ ବନ୍ଦରରେ ୨ ପ୍ରତିଶତ ଅନ୍ତର୍ଜାତୀୟ ଯାତ୍ରୀଙ୍କ RTPCR ଟେଷ୍ଟ କରାଯାଉଛି।

ଆଗକୁ ଆବଶ୍ୟକ ପଡିଲେ ସମସ୍ତଙ୍କର ପରୀକ୍ଷା କରାଯିବ। ଭୂତାଣୁର ନୂଆ ଭାରିଆଣ୍ଟ ଚିହ୍ନଟ ପାଇଁ ଜିନୋମ୍ ସିକ୍ୱେନସିଂ କରିବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର କମୁଥିବାବେଳେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଥିବା ସେ କହିଛନ୍ତି। ଏହାରି ଭିତରେ ସଂସଦକୁ ପୁଣି ଫେରିଛି ମାସ୍କ। ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ସମେତ ଅନେକ ସାଂସଦ ଆଜି ମାସ୍କ ପିନ୍ଧି ପାର୍ଲାମେଣ୍ଟକୁ ଆସିଥିଲେ।

ଏପଟେ ରାଜ୍ୟ ସରକାର ବି ସଜାଗ କୋଭିଡ୍ ମୁକାବିଲା ନେଇ ଆସନ୍ତାକାଲି ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ସ୍ଥିତିରେ କଣ ପଦକ୍ଷେପ ନିଆଯିବ, ତାଉପରେ ବୈଠକରେ ଆଲୋଚନା ହେବ। ସ୍ୱାସ୍ଥ୍ୟ ବିଭାଗ ସହ RMRC, ILS, ବିଭିନ୍ନ ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ବୈଠକରେ ସାମିଲ ହେବେ। ହକି ବିଶ୍ୱକପ୍ ଓ ନୂଆ ବର୍ଷ ପାଇଁ ଗାଇଡ଼ଲାଇନ ସ୍ଥିର କରିବାକୁ ସରକାରଙ୍କୁ ସୁପାରିଶ କରିବ ସ୍ବାସ୍ଥ୍ୟ ବିଭାଗ। ତେବେ ଚୀନ ଭାରିଆଣ୍ଟକୁ ନେଇ ବର୍ତ୍ତମାନ ଆତଙ୍କିତ ନ ହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। 

ନଜର ପକାନ୍ତୁ କରୋନାର ନୂଆ ଭାରିଆଣ୍ଟ BF.7ର ଲକ୍ଷଣ ଉପରେ- ଆକ୍ରାନ୍ତଙ୍କ ଠାରେ ଗଳା ଦରଜ, ଛିଙ୍କ, କାଶ, କଂପ ସହିତ ଜ୍ୱର, ନାକରୁ ପାଣି ବୋହିବା, ନାକ ବନ୍ଦ ହୋଇଯିବା, ମୁଣ୍ଡବିନ୍ଧା, ମାଂସପେଶୀରେ ଦରଜ, ଗନ୍ଧ ବାରି ନପାରିବା, ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା, ଦୁର୍ବଳ ଅନୁଭବ କରିବା, ଭୋକ କମିଯିବା ଏବଂ ଡାଇରିଆ ଭଳି ଲକ୍ଷଣ ଦେଖାଯାଏ।

ଚୀନ୍‌ରେ କରୋନା ସଂକ୍ରମଣର ସୁନାମୀ ଆଣିଛି ଓମିକ୍ରନ୍‌ର ଏକ ସବ୍-ଭାରିଆଣ୍ଟ BF.7।  କରୋନା ଭୂତାଣୁର ଏହି ଅତି ସଂକ୍ରାମକ ରୂପ ଓଡ଼ିଶା ସମେତ ଦେଶର ୪ଜଣଙ୍କଠାରେ ଚିହ୍ନଟ ହୋଇସାରିଛି। ଏହାପରେ କରୋନା ମହାମାରୀକୁ ନେଇ ପୁଣି ବଢିଛି ଭୟ।

(ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା ଓ ହରିହର ଚାନ୍ଦଙ୍କ ରିପୋର୍ଟ)

Coronavirus COVID-19 Corona In India
Advertisment
Advertisment