Advertisment

କୋଭିଡ୍‌ ସଂକ୍ରମଣର ଦୈନିକ ତଥ୍ୟ ଦେବନି ଚାଇନା

ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟରେ ତତ୍ପରତା। କରୋନା ପରିସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ।

author-image
Chandan Shishu
china will not give daily covid data

china will not give daily covid data

ଚୀନରେ କରୋନା ସଂକ୍ରମଣ ଅଣାୟତ୍ତ। ଦିନକୁ ଦିନ ବିଗିଡ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୦ ଦିନରେ ସ୍ଥିତି ଅଧିକ ବିଗିଡ଼ିଛି। ଦୈନିକ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଥିବାର ଖବର ଆସିଛି। ଏପରିକି ମୃତ୍ୟୁହାର ମଧ୍ୟ ବହୁତ ଅଧିକ। ସ୍ଥିତି ଏମିତି ଯେ, ମୃତଦେହ ପାଇଁ ଶ୍ମଶାନରେ ଜାଗାର ଅଭାବ ଦେଖାଦେଇଛି।

Advertisment

ଡାକ୍ତରଖାନାରେ ବେଡ୍‌ର ଅଭାବ। କିଛି ସ୍ଥାନରେ ତ ରାସ୍ତାକଡ଼ରେ ଚାଲିଛି ଆକ୍ରାନ୍ତଙ୍କ ଚିକିତ୍ସା। ଆଉ ଏଭଳି ପରିସ୍ଥିତିରେ ଦୈନିକ ସଂକ୍ରମଣ ତଥ୍ୟ ଆଉ ଦେବନି ଚାଇନା। ନ୍ୟାସନାଲ ହେଲ୍ଥ କମିଶନ ପକ୍ଷରୁ ଏହା ଘୋଷଣା କରାଯାଉଛି। 

ଗତ ତିନି ବର୍ଷ ହେଲା କୋଭିଡ ସଂପର୍କରେ ଦୈନିକ ସବିଶେଷ ତଥ୍ୟ ଦେଉଥିଲା ଚୀନ। କିନ୍ତୁ କିଛି ଦିନ ହେଲା କରୋନାର ନୂଆ ଭାରିଆଣ୍ଟ ଚୀନରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ବୋଧହୁଏ ଏହି ସ୍ଥିତିକୁ ଦେଖି ପ୍ରକୃତ ତଥ୍ୟ ସମସ୍ତଙ୍କ ଆଖିରୁ ଲୁଚାଇବାକୁ ଚୀନ କରୋନାର ଦୈନିକ ତଥ୍ୟ ପ୍ରକାଶ ନ କରିବାକୁ ନିଷ୍ପତ୍ତି ନେଇଥିବା ସନ୍ଦେହ କରାଯାଉଛି।

Advertisment

ଚୀନରେ କରୋନା ସଂକ୍ରମଣ ବଢ଼ିବା ପରେ ଏବେ ରାଜ୍ୟରେ ତତ୍ପରତା। କରୋନା ପରିସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ ସାଢ଼େ ୪ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବଙ୍କ ସହ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ରହିବେ। ଏହାସହ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ, ମେଡ଼ିକାଲ୍ କଲେଜ କର୍ତ୍ତୃପକ୍ଷ ବି ଏହି ବୈଠକରେ ରହିବେ। ଆଗାମୀ ଦିନ ପାଇଁ କୋଭିଡ  ମୁକାବିଲା ରଣନୀତି ନେଇ ଏଥିରେ ଅାଲୋଚନା ହେବ।

ରାଜ୍ୟରେ ମେଡିକାଲ୍ ବେଡ୍, ଅକ୍ସିଜେନ୍ ବ୍ୟବସ୍ଥା ମହଜୁଦ୍ ରଖିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। ଯଦି, ଆକ୍ରାନ୍ତଙ୍କ ସଂଖ୍ୟା ବଢ଼େ ତେବେ ମେଡିକାଲ୍‌ରେ କଣ ସବୁ ବ୍ୟବସ୍ଥା ରହିବ ସେ ନେଇ ଆସନ୍ତାକାଲି ମକଡ୍ରିଲ୍ ହେବ।

COVID-19 Corona Omicron
Advertisment
Advertisment