Advertisment

ପୁଣି ଡରାଇଲାଣି କରୋନା: ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଜାରି ହେଲା ନୂଆ ଗାଇଡ୍‌ଲାଇନ୍

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍ ଜାରି ହୋଇଛି।

author-image
Rajalaxmi Sahoo
Centre Issues New COVID Guidelines For International Passengers

Centre Issues New COVID Guidelines For International Passengers

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍ ଜାରି ହୋଇଛି। ଯାତ୍ରୀମାନେ କୋଭିଡ୍ ଟିକା ନେଇଥିବା ବାଧ୍ୟତାମୂଳକ। ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ। ଯେଉଁମାନଙ୍କ କରୋନା ଲକ୍ଷଣ ଥିବ ସେମାନଙ୍କୁ ପୃଥକ୍ ରଖାଯିବ।

Advertisment

ଏଥିସହ ବିମାନ ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତଙ୍କ କରୋନା ଟେଷ୍ଟ କରାଯିବ। କେଉଁ ଯାତ୍ରୀମାନଙ୍କ କରୋନା ଟେଷ୍ଟ ହେବ, ତାହା ସମ୍ପୃକ୍ତ ଏୟାରଲାଇନ୍ସ ସ୍ଥିର କରିବ। ସାମ୍ପଲ ସଂଗ୍ରହ ପରେ ସେମାନଙ୍କୁ ବିମାନବନ୍ଦର ଛାଡ଼ିବାକୁ ଅନୁମତି ମିଳିବ। ସେମାନଙ୍କ ନମୂନା ପଜିଟିଭ୍ ବାହାରିଲେ ଜିନୋମ୍ ସିକ୍ୱିଏନ୍ସିଂ ପାଇଁ ପଠାଯିବ।  

ସୂଚନାଥାଉ କି, ଚୀନରେ କରୋନା ସଂକ୍ରମଣର ସୁନାମୀ ଦେଖି ଭାରତ ସରକାର ଆଗୁଆ ସତର୍କ ହୋଇଛନ୍ତି। ଦେଶରେ କରୋନା ସ୍ଥିତି ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷା କରିଥିଲେ। ସାମାଜିକ ଦୂରତା, ମାସ୍କ, ସାନିଟାଇଜେସନ୍ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିଲେ ବି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଖ୍ରୀଷ୍ଟମାସ ଓ ନୂଆବର୍ଷ ଉତ୍ସବ ପାଳନ ବେଳେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବା ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁତ୍ୱ ଦେଇଛି।

Advertisment

ଭୂତାଣୁର ନୂଆ ଭାରିଆଣ୍ଟ ଚିହ୍ନଟ ପାଇଁ ଜିନୋମ୍ ସିକ୍ୱିଏନ୍ସିଂ କରିବାକୁ ରାଜ୍ୟ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର କମୁଥିବାବେଳେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି। ଏହାରି ଭିତରେ ସଂସଦକୁ ପୁଣି ଫେରିଛି ମାସ୍କ। ପ୍ରଧାନମନ୍ତ୍ରୀ, ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କ ସମେତ ଅନେକ ସାଂସଦ ଗତକାଲି ମାସ୍କ ପିନ୍ଧି ପାର୍ଲାମେଣ୍ଟକୁ ଆସିଥିଲେ।

COVID19 Coronavirus
Advertisment
Advertisment