• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଷ୍ଟିଲ ସିଟି ରାଉରକେଲାରେ ଚିନ୍ତା ବଢାଇଛି ପ୍ରଦୂଷଣ । ଶତାଧିକ ଛୋଟବଡ କଳକାରଖାନାରୁ ନିର୍ଗତ ଧୂଆଁ ଏବେ ବାୟୁମଣ୍ଡଳରେ ଭରିଦେଇଛି ବିଷ । ରାସ୍ତାଘାଟ ସବୁଠି ଧୂଳିଧୂଆଁ ଅସ୍ତବ୍ୟସ୍ତ କରୁଥିବା ବେଳେ, ପ୍ରଦୂଷଣ ବିଭାଗର ନିଦ ଭାଙ୍ଗୁନଥିବା ଅଭିଯୋଗ ହୋଇଛି ।

କଥା କୁହନ୍ତି ନା .. ହେଲେ ତ ହେଲା, ନହେଲେ ଚାଲ ରାଉରକେଲା । ଶିଳ୍ପ ନଗରୀ ହୋଇଥିବାରୁ ଏ ଉକ୍ତିର ବି ଯଥାର୍ଥତା ଥିଲା । କାହିଁକି ନା ରାଉରକେଲା ସହର ବହୁ ଛୋଟବଡ଼ କଂପାନି ଓ ଶିଳ୍ପ ପ୍ରତିଷ୍ଠାନକୁ ନିଜର କରିନେଇଛି । ଆଉ ତା ସହ ପ୍ରଦୂଷଣକୁ ବି ନିଜର ସାଥି କରିନେଇଛି ।

ଏହାରି ଭିତରେ ଶିଳ୍ପ ଅନୁଷ୍ଠାନରୁ ନିର୍ଗତ ଧୂଳିଧୂଆଁ ଏବେ ସାରା ସହରକୁ କବଳିତ କରିଗଲାଣି । ଖାଲି ସହର କାହିଁକି .. ଉପକଣ୍ଠ କଲୁଙ୍ଗା ଶିଳ୍ପାଞ୍ଚଳ, କୁଆଁରମୁଣ୍ଡା ଓ ଲାଠିକଟା ବି ଏବେ ବିଷ ବଳୟରେ ଥିବା ଅଭିଯୋଗ ହୋଇଛି । ତା ସାଙ୍ଗକୁ ଲକ୍ଷ ଲକ୍ଷ ଗାଡିମୋଟର ପ୍ରଦୂଷଣକୁ ଆଉ ଟିକିଏ ବଢାଇଦେଇଛି ।

ସହରରେ ପ୍ରଦୂଷଣ ବଢି ଚାଲିଥିବା ବେଳେ, ରାସ୍ତାକଡ଼ ଘରଦ୍ୱାର ଗଛ ଲତାରେ ବସିଗଲାଣି ଧୂଳିର ଆସ୍ତରଣ । ହେଲେ ପ୍ରଦୂଷଣ କଥା ମାନିବାକୁ ନାରାଜ ଜିଲ୍ଲାପ୍ରଶାସନ ଓ ପ୍ରଦୂଷଣ ବିଭାଗ । ଜିଲ୍ଲା ପ୍ରଶାସନ ନିଜ ସ୍ପଷ୍ଟୀକରଣ ଦେଇ କହିଛି, ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ସବୁକିଛି ଠିକଠାକ ଚାଲିଛି ।

ପ୍ରଦୂଷଣ ନିୟନ୍ତ୍ରଣ ନେଇ ଏବେଠୁ ଚିନ୍ତିନ୍ତ ନହେଲେ ଆଗକୁ ଦିଲ୍ଲୀ ଭଳି ପରିଣାମ ଭୋଗିବାର ସମ୍ଭାବନା ରହିଛି ।

  • Reported by:
  • PAWAN TIWARI