• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୁନ୍ଦରଗଡ଼ର ପ୍ରତିଷ୍ଠିତ କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ବିଭାଗର ରେଡ୍ । ଘନଶ୍ୟାମ ଡାଲମିଆଙ୍କ ପୁଅଙ୍କୁ ନେଇ IT ବିଭାଗର ପଚରାଉଚରା । ଘନଶ୍ୟାମଙ୍କ ପୁଅ ଅଭିଷେକ ଡାଲମିଆଙ୍କୁ ନେଇ ପଚରାଉଚରା କରାଯାଉଛି ।

ଉଦିତନଗର ଅଫିସରୁ ନେଇ ଏକ ଗୋପନୀୟ ସ୍ଥାନରେ ତାଙ୍କୁ ପଚରାଉଚରା କରୁଛି ଆୟକର ବିଭାଗ । ଲଗାତର ୩ ଦିନ ହେଲାଣି ଘନଶ୍ୟାମ ଡାଲମିଆଙ୍କ ଘର ଓ ଶିଳ୍ପାନୁଷ୍ଠାନ ସହିତ ୧୦ଟି ସ୍ଥାନରେ ଇନକମ୍ ଟ୍ୟାକ୍ସ ବିଭାଗ ପକ୍ଷରୁ ରେଡ୍ ଚାଲିଛି ।

ଆୟକର ଠକେଇ ଅଭିଯୋଗରେ ଓଡ଼ିଶା ସମେତ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ଏହି ରେଡ୍ ଚାଲିଛି । ଘନଶ୍ୟାମ ଡାଲମିଆଙ୍କର କୋଲକତାରେ ଥିବା ଅଫିସରେ ମଧ୍ୟ ଆଜି ଚଢାଉ ଜାରି ରହିଛି । ଅନ୍ୟପଟେ ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କର ମୋବାଇଲ ସୁଇଚ୍ ଅଫ୍ ଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ।

ତେବେ ଯେଉଁଭଳି ଭାବେ ୩ ଦିନ ଧରି ଚଢାଉ ଚାଲିଛି, ନିଶ୍ଚିତ ଭାବେରେ ଟିକସ ଫାଙ୍କିର ସତ୍ୟ ସାମ୍ନାକୁ ଆସିବା ଅନୁମାନ କରାଯାଉଛି । ବେଆଇନ୍ ଭାବେ କୋଇଲା ଖନନ କରି ଚୋରା ଚାଲାଣ କରିବା ଅଭିଯୋଗରେ କିଛି ବର୍ଷ ତଳେ ଗିରଫ ହୋଇ ଜେଲ୍ ଯାଇଥିଲେ ଘନଶ୍ୟାମ ଡାଲମିଆ ।