/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713579431.jpg)
Mahanadi Boat Tragedy
ଝାରସୁଗୁଡ଼ା ଲଖନପୁର ମହାନଦୀରେ ବୋଟ୍ ଟ୍ରାଜେଡିରେ ନିଖୋଜ ୭ ଜଣଙ୍କର ଏଯାଏଁ ପତ୍ତା ମିଳୁନି । ୨ଟି ସର୍ଚ୍ଚ କ୍ୟାମେରା ସହାୟତାରେ ନିଖୋଜ ୭ ଜଣଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୫ ଜଣ ସ୍କୁବା ଡାଇଭର । ଏହି ଅଘଟଣରେ କେବଳ ଜଣଙ୍କର ହିଁ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ ।
ଏମାନେ ସମସ୍ତେ ଛତିଶଗଡ଼ ଖରସେନି ଅଞ୍ଚଳର । ବରଗଡ଼ ଅମ୍ବାଭୋନାର ପଥରସେନିରୁ ପିକନିକ୍ ସାରି ଡଙ୍ଗାରେ ଫେରୁଥିବା ବେଳେ ଘଟିଥିଲା ଏହି ଅଘଟଣ । ଡଙ୍ଗାରେ ପ୍ରାୟ ୫୦ ରୁ ଅଧିକ ଯାତ୍ରୀ ଥିଲେ । ୪୩ ଜଣଙ୍କୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ଧାର କରିଥିଲେ । ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ଥିଲେ ।
ତେବେ କେମିତି ଏବଂ କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା, ସେନେଇ ସ୍ପଷ୍ଟ ହୋଇନାହିଁ । କୁହାଯାଉଛି, ଏହା ଏକ ପୁରୁଣା ଡଙ୍ଗା ଥିଲା । ତେଣୁ ଓଭରଲୋଡିଂ ଯୋଗୁଁ ହୁଏତ ବୁଡ଼ିଯାଇଛି । ଏପରିକି ଡଙ୍ଗାରେ କୌଣସି ଲାଇଫ୍ ଜାକେଟ୍ ବି ନଥିଲା ବୋଲି ସୂଚନା ମିଳିଛି । ଏହି ଅଘଟଣରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ନିଖୋଜଙ୍କ ଶୀଘ୍ର ଉଦ୍ଧାର ପାଇଁ ପ୍ରାର୍ଥନା କରିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ସେହିପରି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଇ ମଧ୍ୟ ସୋସିଆଲ୍ ମିଡ଼ିଆରେ ମୃତକଙ୍କ ଆତ୍ମାର ସଦଗତି କାମନା କରିବା ସହ ନିଖୋଜଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଥିବା କହିଛନ୍ତି ।
‘विनम्र श्रद्धांजलि’
बस्तर लोकसभा में जारी मतदान के बीच बीजापुर में UBGL ब्लास्ट होने से मतदान केंद्र की सुरक्षा में लगे CRPF के जवान देवेंद्र कुमार वीरगति को प्राप्त हो गए।
मैं ईश्वर से दिवंगत आत्मा को शांति एवं शोकाकुल परिजनों को संबल प्रदान करने की प्रार्थना करता हूँ। ॐ…
— Vishnu Deo Sai (Modi Ka Parivar) (@vishnudsai) April 19, 2024
राज्यपाल श्री विश्वभूषण हरिचंदन ने झारसुगड़ा (ओडिशा) के महानदी में आज नाव पलटने से हुई एक व्यक्ति की मृत्यु पर गहरा दुःख व्यक्त किया.
राज्यपाल ने महाप्रभु श्रीजगन्नाथ जी से दिवंगत आत्मा की शांति की प्रार्थना कर अन्य लापता लोगों के शीघ्र मिलने की कामना की.
— Governor Chhattisgarh (@GovernorCG) April 19, 2024
ମହାନଦୀ ଟ୍ରାଜେଡିରେ ଜଣେ ମୃତକ ଏବଂ ୭ ନିଖୋଜ ବ୍ୟକ୍ତି ସମସ୍ତେ ଛତିଶଗଡ଼ର । ଛତିଶଗଡ଼ ରାୟପୁରର ବିଧାୟକ ଉମେଶ ପଟେଲ ନିଜେ ବିଳମ୍ବିତ ରାତିରେ ଘଟଣାସ୍ଥଳ ଆସି ସ୍ଥିତି ପରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)