/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713579829.jpg)
Weather Update
ଆହୁରି ବଢ଼ିବ ଗ୍ରୀଷ୍ମ ପ୍ରବାହ, ଜଳିବ ମେ ମାସ । ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ ଏହି ମାସରେ । ସୋସିଆଲ୍ ମିଡ଼ିଆ Xରେ ଏହି ତଥ୍ୟ ଦେଇଛି ପାଣିପାଗ ବିଭାଗ । ତେବେ ମେ’ ମାସରେ କେମିତି ରହିବ ଗ୍ରୀଷ୍ମର ପ୍ରକୋପ ଚଳିତ ମାସ ଶେଷ ସୁଦ୍ଧା ବିବରଣୀ ଜାରି କରାଯିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।
ओडिशा में 19-20 अप्रैल के दौरान अलग-अलग स्थानों पर भीषण उष्ण लहर तथा 21 अप्रैल, 2024 को उष्ण लहर की स्थिति होने की संभावना है।#Odisha#WeatherUpdate#HeatWaveAlert@moesgoi@DDNewslive@ndmaindia@airnewsalertspic.twitter.com/7fPdh83ZIU
— India Meteorological Department (@Indiametdept) April 19, 2024
୨୧ ରୁ ୨୪ ଯାଏଁ ସାମୟିକ #ଆଶ୍ବସ୍ତି#୨୫ରୁ ପୁଣି ବଢିବ #ତାତି !
ଆଜି ରାଜ୍ୟର ମୟୁରଭଞ୍ଜ, ବୌଦ୍ଧ, କଟକ, କେନ୍ଦୁଝର, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ନବରଙ୍ଗପୁର, ଗଞ୍ଜାମ, ଖୋର୍ଦ୍ଧା, ଦେବଗଡ, ଏବଂ ଢେଙ୍କାନାଳ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇଛି, ଏଥି ସହ ଚଳିତ ଅପ୍ରେଲ ରେ ୭ଦିନ ଗ୍ରୀଷ୍ମପ୍ରବାହ ଅନୁଭୂତ ହୋଇସାରିଛି
— Meteorological Centre, Bhubaneswar (@mcbbsr) April 19, 2024
ଏସବୁ ଭିତରେ ଗତକାଲି ଏ ବର୍ଷ ପ୍ରଥମ ଥର ପାଇଁ ୪୪ ଡିଗ୍ରୀ ପାର୍ କରିଛି ରାଜ୍ୟର ତାତି । ବୌଦ୍ଧର ତାପମାତ୍ରା ସର୍ବାଧିକ ୪୪.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେପଟେ କାଳବୈଶାଖୀ ହେବାର ଥିବାରୁ ୨୧ ଓ ୨୨ ତାରିଖରେ ତାତି ଟିକେ କମିବ । ୨୪ ତାରିଖ ଯାଏଁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ।
କିନ୍ତୁ ୨୫ ତାରିଖ ପରେ ପୁଣି ତାପମାତ୍ରା ବଢ଼ିବାର ସମ୍ଭାବନା ଅଛି । ଅନ୍ୟପଟେ ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଲେଶ୍ୱରରୁ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏଯାବତ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍ ରିଲେଟେଡ୍ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ।
୭୧ ଜଣଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ମୟୂରଭଞ୍ଜରୁ ୭, ଅନୁଗୁଳରୁ ୭ ଜଣ ଅଂଶୁଘାତଜନିତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ହିଟ୍ ରିଲେଟେଡ୍ ଇଲନେସ୍ ପାଇଁ ଆଡମିଶନ୍ ହୋଇଥିଲେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ଅତି ଆବଶ୍ୟକ ନ ପଡ଼ିଲେ ବୟସ୍କ, ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଓ ଗର୍ଭବତୀ ମହିଳାମାନେ ଖରାରେ ନ ବହାରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ଯଦି ଖରାକୁ ବାହାରୁଛନ୍ତି ତେବେ ସାଙ୍ଗରେ ଛତା, ପାଣି ବୋତଲ ଆଦି ନେଇ ଯାଆନ୍ତୁ ଏବଂ ମୁଣ୍ଡରେ ଓଦା କପଡ଼ା ଦିଅନ୍ତୁ ବୋଲି ସେ କହିଛନ୍ତି ।
ଏପ୍ରିଲରେ ଏଯାବତ୍ ୬ ଦିନ ହିଟୱେଭ୍ ଅନୁଭୂତ ହେଲାଣି । ଚଳିତ ମାସ ଆହୁରି ୩ ଦିନ ହିଟୱେଭ୍ ଅନୁଭୂତ ହେବ। କାଲି ପାଇଁ ହିଟୱେଭ୍ ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏପ୍ରିଲରେ ସାଧାରଣତଃ ୧ରୁ ୩ ଦିନ ଯାଏଁ ହିଟୱେଭ୍ ଅନୁଭୂତ ହୁଏ। ଗତବର୍ଷ ଏପ୍ରିଲରେ ୫ ଦିନ ହିଟୱେଭ ଅନୁଭୂତ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)