/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713846637.jpg)
Earth Quake
ଆଜି ସକାଳେ ତାଇୱାନର ରାଜଧାନୀରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରହିଛି । ୯ମିନିଟରେ ପ୍ରାୟ ୫ଥରରୁ ଅଧିକ ଝଟକା ଅନୁଭୂତ ହୋଇଛି । ତେବେ ପାଣିପାଗ ବିଭଗର ତଥ୍ୟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ କମ୍ପନ ପୂର୍ବ ହୁଆଲିଏନରେ ଅନୁଭୂତ ହୋଇଛି ।
କେନ୍ଦ୍ରୀୟ ପାଣିପାଗ ବିଭାଗ ଅନୁଯାୟୀ ପ୍ରଥମ ଶକ୍ତିଶାଳୀ ଭୂକମ୍ପ ୫.୫ ମ୍ୟାଗ୍ନିଚ୍ୟୁଡର ପ୍ରଥମ କମ୍ପନ ଗତକାଲି ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୫.୦୮ ସମୟରେ ହୋଇଥିଲା । ଭାରତୀୟ ସମୟ ଅନୁସାରେ ଏହା ପ୍ରାୟ ରାତି ୧୦ଟାରେ ଘଟିଛି । ରାଜଧାନୀ ତାଇପେଇରେ ଏହା ଅନୁଭବ କରାଯାଇଥିଲା ।
ଅଧିକ ପଢ଼ନ୍ତୁ: ମଝି ଆକାଶରେ ଦୁଇ ନୌସେନା ହେଲିକପ୍ଟର କ୍ରାସ୍; ୧୦ ମୃତ
Too many tremors and jolts on a single day in #Taipei & it’s making me paranoid inside my apartment. My head is spinning now & can’t sleep.jkmx #Taiwan#Earthquake#TaiwanEarthquake#earthquakepic.twitter.com/EBkDxsw48D
— JEETESH KUMAR MEENA (@jeeteshsaray) April 23, 2024
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମଙ୍ଗଳବାର ପ୍ରଥମ କମ୍ପନ ପରେ ସ୍ଥାନୀୟ ସମୟ ପ୍ରାୟ ୨:୩୦ ସମୟରେ ଦୁଇଟି ତୀବ୍ର କମ୍ପନ ହୋଇଥିଲା । ଗୋଟିଏ ପରେ ଗୋଟିଏ ଲଗାତାର ଏହିପରି କମ୍ପନ ହୋଇଥିଲା । ତାଇପେଇର ଡେନ୍ ଜିଲ୍ଲାରେ ରହୁଥିବା ପର୍ଯ୍ୟଟକ ଅଲିଭିଆର୍ ବୋନିଫାସିଓଙ୍କ ଅନୁଯାୟୀ ହାତ ଧୋଇବା ବେଳେ ପ୍ରଥମେ କମ୍ପନ ଅନୁଭୂତ ହୋଇଥିଲା । ତେବେ ଏହାକୁ ମୁଁ ଏଡ଼ାଇ ଯାଇଥିଲି ।
ତେବେ କୋଠରୀ ଭିତରକୁ ପଶିବା ପରେ ଡେସ୍କର କ୍ରାକ୍ ଶୁଣିବାକୁ ମିଳିଥିଲା ବୋଲି ସେ କହିଛନ୍ତି । ତେବେ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ରାତି ପ୍ରାୟ ୨:୨୬ ରେ ୬.୦ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିଲା । ପରେ ଛଅ ମିନିଟ ପରେ ପୁଣି ଥରେ ୬.୩ ମ୍ୟାଗ୍ନିଚ୍ୟୁଡର ଆଉ ଏକ ଭୂକମ୍ପ ହୋଇଛି ।
ସୂଚନାଯୋଗ୍ୟ, ଗତ ଏପ୍ରିଲ୍ ୩ ରେ ହୁଆଲିଏନ୍ ଅଞ୍ଚଳ ୭.୪ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଥିଲା । ଫଳରେ ହୁଆଲିଏନ୍ ସହରର ଅଟ୍ଟାଳିକାଗୁଡ଼ିକ ନଷ୍ଟ ହୋଇଯାଇଥିଲା । ସେହି ଭୂକମ୍ପରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ଘଟିଥିଲା । ତେବେ ଆଜିର ଭୂମିକମ୍ପରେ କୌଣସି ମୃତାହତର ଖବର ମିଳିନାହିଁ ।
କାହିଁକି ତାଇୱାନରେ ବାରମ୍ବାର ଭୂମିକମ୍ପ ହୁଏ
ତାଇୱାନ ମୁଖ୍ୟତଃ ଦୁଇଟି ଟେକ୍ଟୋନିକ୍ ପ୍ଲେଟର ମିଳନସ୍ଥଳରେ ଅବସ୍ଥିତ । ଫଳରେ ଏହା ନିଜ ଭିତରେ ବାରମ୍ବାର ଘଷି ହୋଇଥାଏ । ଏଣୁ ଭୂମିକମ୍ପ ହୁଏ । ଏପ୍ରିଲ୍ ୩ ରେ ହୋଇଥିବା ଭୂକମ୍ପ ପରେ ବାରମ୍ବାର ଶହ ଶହ ଥର କମ୍ପନ ହୋଇଥିଲା । ୧୯୯୯ ମସିହାରେ ତାଇୱାନରେ ସବୁଠାରୁ ବଡ଼ ଭୂମିକମ୍ପ ହୋଇଥିଲା । ସେତେବେଳେ ଏହାର ତୀବ୍ରତା ରିକ୍ଚର ସ୍କେଲରେ ୭.୬ ଥିଲା । ତାଇୱାନ ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ୨,୪୦୦ ଲୋକ ପ୍ରାଣ ହରାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)