/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713851740.jpg)
Wildlife Protection Act
ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ। ମେଳଣରେ ସାପ ଖେଳ ଦେଖାଇଲା ଅଘୋରି ବେଶୀ କଳାକାର । ପୁରୀ ସଦରଥାନା ଅନ୍ତର୍ଗତ ଛଇତନାରୁ ଆସିଛି ଏଭଳି ଘଟଣା, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଘୋରୀ ବେଶରେ ଥିବା କଳାକାର ନିଜ ଦେହରେ ବିଭୂତି ବୋଳିବା ସହ ମୁଣ୍ଡରେ ଲମ୍ବା ଜଟା ଓ ଗଳାରେ ଖପୁରି ମାଳ ପକାଇ ଡିଜେ ତାଳେ ତାଳେ ଏକ ଜୀବନ୍ତ ସାପକୁ ଧରି ଦୁଃସାହସିକ ଖେଳ ଦେଖାଇଥିଲେ ।
ଯାହାକୁ ସେତେବେଳେ ଉପସ୍ଥିତ ଦର୍ଶକଙ୍କ ମଧ୍ୟରୁ କିଛି ମୋବାଇଲରେ ରେକର୍ଡିଂ ବି କରିଥିଲେ। ବନ ବିଭାଗ ଏହାକୁ ଗୁରୁତ୍ବର ସହ ନେଉଥିବା କହିଛି । ଗତ କିଛି ଦିନ ହେବ ଆକ୍ସନ ମୋଡ୍ରେ ରହିଛି ବନ ବିଭାଗ । ସୋସିଆଲ ମିଡିଆରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ପୋଷ୍ଟ କଲେ ୭ ବର୍ଷ ଯାଏଁ ଜେଲ ସହ ଦେବାକୁ ପଡ଼ିପାରେ ଲକ୍ଷେ ଟଙ୍କା ତଣ୍ଡ । ଏନେଇ ମାର୍ଚ୍ଚ ୧୫ ସର୍କୁଲାରରେ ଚେତାଇଥିଲା ବନ ବିଭାଗ ।
ଅଧିକ ପଢ଼ନ୍ତୁ: ଆପଣ ଯଦି ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାକୁ ଚାହାନ୍ତି ତେବେ ଆପଣାନ୍ତୁ ଏହି ୫ ସରଳ ଉପାୟ
ଗତ କିଛିଦିନ ତଳେ ବନ୍ୟଜନ୍ତୁଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ କରି ଟଙ୍କା ରୋଜଗାର ମାମଲାରେ ଯାଜପୁରର ବଦ୍ରି ନାରାୟଣ ଭଦ୍ରା ଓ ମୋନାଲିସା ଭଦ୍ରାଙ୍କୁ ପୂର୍ବରୁ ଗିରଫ କରିଛି ବନ ବିଭାଗ । ଏ ଦମ୍ପତି ବେଆଇନ ଭାବେ ମାଙ୍କଡ଼କୁ ଘରେ ରଖିବା ସହ ଏହାର ଭିଡିଓକୁ ନିଜର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରୁଥିଲେ ।
ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ, ଭିଡିଓ ପୋଷ୍ଟ କରିବା ଘଟଣାରେ ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଘରେ ଚଢାଉ କରଥିଲା ବନ ବିଭାଗ । ତେବେ ମୋନାଲିସା ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଗିରଫ ଭୟରେ ଫେରାର ହୋଇଯାଇଥିଲେ । ତେବେ କିଛ ଦିନ ଫେରାର ରହିବା ପରେ ଶେଷରେ ଉଭୟେ ବନ ବିଭାଗ ନିକଟରେ ଆତ୍ମସମର୍ପଣ କରିଥିଲେ ।
ସେହିପରି ମିଲିୟନ ଫଲୋଅର୍ସ ଥିବା ଭଦ୍ରକର ମିର୍ଜା ମହମ୍ମଦ ଆରିଫ୍ ମଧ୍ୟ ସାପ ସହ ଖେଳର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରୁଥିଲେ । ବନ ବିଭାଗର ବାରମ୍ବାର ଚେତାବନୀକୁ ଖାତିର ନକରି, ସେ ବେଆଇନ ଭାବେ ସାପ ଧରୁଥିଲେ ଏବଂ ସେହି ଭିଡିଓକୁ ୟୁଟ୍ୟୁବ୍ ଓ ଫେସବୁକ ଆଦିରେ ଛାଡ଼ୁଥିଲେ ବୋଲି ଅଭିଯୋଗ ହୋଇଥିଲା ।
ଖାଲି ସେତିକି ନୁହେଁ, ବିଭାଗର କଡ଼ା ତାଗିଦ ପରେ ଲକ୍ଷ ଲକ୍ଷ ସବସ୍କ୍ରାଇବର ଓ ଫଲୋଅର ଥିବା ତାଙ୍କ ଆକାଉଣ୍ଟ କଣ୍ଟେଣ୍ଟକୁ ସସ୍ପେଣ୍ଡ କରିଥିଲେ ଫେସବୁକ୍ ଓ ୟୁଟ୍ୟୁବ କର୍ତ୍ତୃପକ୍ଷ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)