• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆହୁରି ବଢିବ ତାତି! ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ଏଥିସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରିରହିବାର ସମ୍ଭାବନା ରହିଛି । କାଳବୈଶାଖୀ ପାଇଁ ତାତିରୁ ଦୁଇ ଦିନ ହେଲା ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ଆଗକୁ ଆହୁରି ଖରା ଜାଳିବ ।

ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଗତକାଲି ରାଜ୍ୟର ୧୮ଟି ସହରର ତାପମାତ୍ରା ୪୦ ଉପରେ ଥିଲା । ୪୨.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ ସହର ପାଲଟିଛି । ନୟାଗଡ଼ରେ ୪୨.୨, ଭୁବନେଶ୍ୱର ଓ ବଲାଙ୍ଗିରରେ ୪୧.୮, ଅନୁଗୁଳରେ ୪୧.୭ ଓ ନୟାଗଡ଼ରେ ତାପମାତ୍ରା ୪୧.୫ ଡିଗ୍ରୀ ରେକର୍ଡ ହୋଇଛି ।

୨୬ ତାରିଖରେ ଫେରିବ ଗ୍ରୀଷ୍ମ ଲହରି । ୨୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ୨ରୁ ୪ ଡିଗ୍ରୀ ସେଲସିୟସ୍ ଯାଏ ବୃଦ୍ଧି ସମ୍ଭାବନା ରହିଛି । ସମ୍ଭାବ୍ୟ ହିଟୱେଭ୍ ନେଇ ୨୭ ତାରିଖରେ ରାଜ୍ୟର ଅଧା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଗତକାଲି ଭୁବନେଶ୍ୱର ପାଲଟିଥିଲା ସବୁଠାରୁ ଉତ୍ତପ୍ତ ।

ଅଧିକ ପଢ଼ନ୍ତୁ: ଜଳୁଛି ରାଜଧାନୀ, ଓଡ଼ିଶାରେ ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

ଦିନ ଅଢ଼େଇଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧.୮ ଡିଗ୍ରୀ ସେଲସିୟସ ଥିଲା । ଚାନ୍ଦବାଲିରେ ୪୦.୪ ରହିଥିବା ବେଳେ ବାଲେଶ୍ୱରରେ ୪୦.୩ ଡିଗ୍ରୀ ପାର୍ କରିଥିଲା ପାରଦ । ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଆଗାମୀ ୪ ଦିନ ଯାଏଁ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେଣୁ ଲୋକଙ୍କୁ ସତର୍କତା ଅବଲମ୍ବନ ଜାରି ରଖିବାକୁ କୁହାଯାଇଛି ।

ପାଣିପାଗ ବିଭାଗ କହିଛି ୨୭ ଯାଏଁ ତାତିରୁ ନିସ୍ତାର ନାହିଁ । ଆହୁରି ୪ ଦିନ ଜଳିବ। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି । ୨୪, ୨୫ରେ ଉତ୍ତର ଓ ଉପକୂଳରେ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୬ ଓ ୨୭ରେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସ୍ଥିତି ଗମ୍ଭୀର ହେବ । ୨୬ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୧ ଜିଲ୍ଲାକୁ, ୨୭ରେ ସିଭିୟର୍ ହିଟ୍ ୱେଭ୍ ନେଇ ୧୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି ।