ଟ୍ରାକରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍କୁ ଧକ୍କା ଦେଇଛି ଯାତ୍ରୀବାହୀ ଏକ୍ସପ୍ରେସ । ଏଥିରେ ଟ୍ରେନର ୫ରୁ ଅଧିକ ବଗି ଲାଇନଚ୍ୟୁତ ହେବା ସହିତ ସେଥିରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
ଟାଟା ଟ୍ରଷ୍ଟସ୍ ର ଗୁରୁଦାୟିତ୍ୱ ହାତକୁ ଆସିବା ପରେ, ନୋଏଲ 'ଟାଟା ଗ୍ରୁପ୍' ଭଳି ବିଶାଳ ସାମ୍ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣରେ ବି ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । କାରଣ ଟାଟା ଗ୍ରୁପ୍ ର ହୋଲ୍ଡିଂ କଂପାନୀ ଟାଟା ସନ୍ସର ୬୬ ପ୍ରତିଶତ ଅଂଶଧନ, ଟାଟା...
ଆଉ ହେବନି କଟନି ଛଟନି। ଚଳିତ ଖରିଫ ଋତୁରେ ଧାନ କିଣା ବେଳେ ମଣ୍ଡି ଏବଂ ଲ୍ୟାମ୍ପସରେ ଲାଗିବ କ୍ବାଲିଟି ଆନାଲାଇଜର ମେସିନ୍। କ୍ବିଣ୍ଟାଲ ପିଛା 31 ଶହ ଟଙ୍କାରେ ଚାଷୀଙ୍କଠୁ ଧାନ କିଣିବାକୁ ସ୍ଥିର କରିବା ପରେ ନିର୍ଧାରିତ ମାନର ଧାନ ସଂଗ୍ରହ ପାଇଁ ନୂଆ ବ୍ୟବସ୍ଥା...
ଏବର୍ଷ ଦୁର୍ଗା ପୂଜା ପେଣ୍ଡାଲରେ ନୂଆ ଦୃଶ୍ୟ। ରାଜଧାନୀରେ ବିଭିନ୍ନ ପେଣ୍ଡାଲ ବୁଲି ମାଆଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସବୁଠି ତାଙ୍କୁ ମିଳିଛି ସମ୍ବର୍ଦ୍ଧନା।
ଲକ୍ଷେ କି କୋଟିଏ ନୁହେଁ। ମା’ଜଗତଜନନୀଙ୍କ ଆରାଧନା ପାଇଁ ପୂଜା କମିଟି ଗୁଡ଼ିକ ଶହ ଶହ କୋଟି ଖର୍ଚ୍ଚ କରୁଛନ୍ତି। ମେଢ ହେଉ କି ତୋରଣ, ରାବଣପୋଡ଼ି ହେଉ କି ଭସାଣ। ଟ୍ବିନସିଟିରେ ସତେଯେମିତି ଚାଲିଛି ବ୍ୟୟବହୁଳ ପୂଜା ଆୟୋଜନ ପାଇଁ ପ୍ରତିଯୋଗିତା।
କେତେବେଳେ ବି ଏହା ତ୍ରିଚି ଏୟାରପୋର୍ଟରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିପାରେ । ଇନ୍ଧନ କମ୍ କରିବାକୁ ଆକାଶରେ ବାରମ୍ବାର ଚକ୍କର କାଟୁଛି ବିମାନ ।
ବିପର୍ଯ୍ୟୟ ବେଳେ ଭୀରୁମାନେ ହିଁ ଡଙ୍ଗାରୁ ଡେଇଁପଡ଼ନ୍ତି ବୋଲି ସମ୍ବିତ କହିଛନ୍ତି ।
ଗତ ୨୦୨୪ ମାର୍ଚ୍ଚ ୨୯ ତାରିଖରେ ହୋଇଥିବା ହତ୍ୟାକାଣ୍ଡ ମାମଲାରେ ନାରାୟଣର ସଂପୃକ୍ତି ଥିଲା । ନାରାୟଣ ଓ ତା’ର ଅନ୍ୟ ସହଯୋଗୀ ମିଶି ଜଣେ ଯୁବକଙ୍କୁ ହତ୍ୟା କରିଥିଲେ ।
ଗତ ସାଧାରଣ ନିର୍ବାଚନରେ କଟକ ବାରବାଟୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରକାଶ ବେହେରା ନିର୍ବାଚନ ଲଢ଼ିଥିଲେ ।
NCPA ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ୱର୍ଲି ଅଭିମୁଖେ ରତନ ଟାଟାଙ୍କ ମରଶରୀର । ତେବେ ଆଉ କିଛି ସମୟ ପରେ ୱାର୍ଲିରେ ଟାଟାଙ୍କ ଅନ୍ତିମ ସଂସ୍କାର ହେବ ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ରାଜ୍ୟରେ ରାସନ କାର୍ଡର E-KYC ଚାଲିଛି । ପାଖାପାଖି ୨ କୋଟି ୩୦ ଲକ୍ଷ E-KYC ସରିଥିବା କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।
ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ମୃତ୍ୟୁ ପରେ ତାଙ୍କ ଘନିଷ୍ଠ ସହଯୋଗୀ ତଥା ରତନ ଟାଟାଙ୍କ କାର୍ଯ୍ୟାଳୟର ଜେନେରାଲ ମ୍ୟାନେଜର ଶାନ୍ତନୁ ନାଇଡୁ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ପୋଷ୍ଟ କରି ସମବେଦନା ଜଣାଇଛନ୍ତି ।
କାକର ଭିଜା ସରୁ ଓଢଣୀ ଟାଣି ହସୁଛି କାଶତଣ୍ତୀ ଫୁଲ । ସକାଳ ସୁରୁଜର ପହିଲି ଛୁଆଁରେ ଯେମିତି ଫୁଲେଇ ହେଉଛି । ହାଲକା ପବନରେ ନବ ବିବାହିତା ବୋହୂଟିଏ ପରି କେତେବେଳେ ନଇଁପଡ଼ୁଛି ତ ପୁଣି କେତେବେଳେ ମୁଣ୍ଡଟେକି ମୁରୁକି ହସି ଦେଉଛି ।
ରେଡ୍ ବେଳେ ପ୍ରାୟ ୫ ହଜାର ଲିଟର ପୋଚ ନଷ୍ଟ କରଛି ଅବକାରୀ ବିଭାଗ । ମାମଲାରେ ୬ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ରତନ ଟାଟାଙ୍କ ମରଶରୀରକୁ ଏଠାରେ ଶେଷ ଦର୍ଶନ ପାଇଁ ଅପରାହ୍ନ ସାଢ଼େ ୩ଟା ପର୍ଯ୍ୟନ୍ତ ରଖାଯିବ। ଏହାପରେ ଅପରାହ୍ମ ୪ଟାରେ ୱର୍ଲି କ୍ରିମେଟୋରିୟମରେ ରାଷ୍ଟ୍ରୀୟ ମର୍ଯାଦା ସହ ତାଙ୍କର ଅନ୍ତିମ ସଂସ୍କାରର କାର୍ଯ୍ୟକ୍ରମ ରହିଛି ।
୧୯୯୫ ମସିହା ଡିସେମ୍ବର ୩୦ରେ ଗୋପାଳପୁର ଷ୍ଟିଲ ପ୍ରକଳ୍ପ ପାଇଁ ଓଡ଼ିଶା ଆସିଥିଲେ ଟାଟା । ସେତେବେଳେ ଏହି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ।
ହରିୟାଣାରେ ବିଜେପିର ଐତିହାସିକ ଜିତାପଟ୍ ପରେ, ସରକାର ଗଠନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଖୁବଶୀଘ୍ର ବିଧାୟକ ଦଳ ଓ ବିଜେପି ସଂସଦୀୟ ବୋର୍ଡ ନୂଆ ମୁଖ୍ୟମନ୍ତ୍ରୀ ନେଇ ନିଷ୍ପତ୍ତି ନେବାକୁ ଥିବା ବେଳେ, ନାୟବ ସିଂ ସୈନି ପୁଣି ସିଏମ୍ ବନିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ମହାଷଷ୍ଠୀର ଶୁଭ ମୁହୂର୍ତ୍ତରେ ମହିଳାଙ୍କୁ ମିଳିଛି ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ବାରିପଦା ସଭାରୁ ପ୍ରାୟ ୩୫ ଲକ୍ଷ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଣ୍ଟିଛନ୍ତି ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି।
ଛାତ ତଳେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ୍ ଟିମ୍ ଯାଉଥିବା ସୂଚନା ମିଳିଛି ।