• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫି । ୫ ଟିକିଆ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ପର୍ଥରେ ଖେଳାଯାଉଛି । ତେବେ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଯେଉଁଭଳି ଭାବେ ଆରମ୍ଭ କରିଛି ତାହା କେହି ଆଶା କରିନଥିଲେ । ମ୍ୟାଚ୍‌ ଆରମ୍ଭରୁ ଟିମ୍‌ ଇଣ୍ଡିଆ ଏତେ ବ୍ୟାକ୍‌ଫୁଟ୍‌କୁ ଆସିଯିବ ତାହା କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି ।

ପର୍ଥରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ଆରମ୍ଭରୁ ହିଁ ଭାରତ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି । ଅଷ୍ଟ୍ରେଲିଆ ଦ୍ରୁତ ବୋଲିଂ ଆଗରେ ଅଧିକ ସମୟ ତିଷ୍ଠି ପାରି ନାହାନ୍ତି ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ । ଲଞ୍ଚ୍‌ ବ୍ରେକ୍‌ ପୂର୍ବରୁ ମାତ୍ର ୪୭ ରନ୍‌ରେ ୪ ୱିକେଟ୍‌ ହରାଇ ସାରିଛି ଭାରତ ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ କାହିଁକି କଷ୍ଟସାଧ୍ୟ ହେବ ଅଷ୍ଟ୍ରେଲିଆ ଗସ୍ତ

ସୂଚନା ଅନୁସାରେ ପର୍ଥ ଟେଷ୍ଟରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଜଶପ୍ରୀତ ବୁମ୍ରା । ତେବେ ଆରମ୍ଭରୁ ଭାରତକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲା କଙ୍ଗାରୁ ଦଳ । ପ୍ରଥମ ମ୍ୟାଚ୍‌ର ପ୍ରଥମ ଇନିଂସରେ ଖାତା ଖୋଲି ପାରିନଥିଲେ ଜୟସ୍ୱାଲ । ଦଳୀର ସ୍କୋର ୫ ରନ୍‌ ଥିବା ବେଳେ ଓପନର ଯଶସ୍ୱୀ ଜୟସ୍ୱାଲଙ୍କୁ ପ୍ୟାଭିଲିୟନ ପଠାଇଥିଲେ ମିଚେଲ ଷ୍ଟାର୍କ । ଏହାପରେ ଦେବିଦତ୍ତ ପାଡ଼ିକଲ ମଧ୍ୟ ଖାତା ନ ଖୋଲି ପ୍ୟାଭିଲିୟନ ଫେରିଯାଇଥିଲେ । ଜୋଶ୍‌ ହେଜେଲଉଡ୍‌ଙ୍କ ଶାଣିତ ବୋଲିଂର ସାମ୍ନା କରିପାରିନଥିଲେ ପାଡ଼ିକଲ ।

 

ମାତ୍ର ୧୪ ରନ୍‌ରେ ଦୁଇ ୱିକେଟ୍‌ ଯିବା ପରେ ପାଳି ସମ୍ଭାଳିଥିଲେ ବିରାଟ କୋହଲିକେଏଲ ରାହୁଲ । ଉଭୟ ବ୍ୟାଟ୍ସମ୍ୟାନ୍‌ ଏକ ବଡ଼ ପାର୍ଟନରସିପ୍‌ କରିବେ ବୋଲି ଆଶା କରିଥିଲେ ଭାରତୀୟ କ୍ରିକେଟ ପ୍ରେମୀ । କିନ୍ତୁ କ୍ରିଜ୍‌ରେ ଅଧିକ ସମୟ ରହିପାରିନଥିଲେ ବିରାଟ କୋହଲି । ମାତ୍ର ୫ ରନ୍‌ କରି ଆଉଟ ହୋଇଥିଲେ କୋହଲି । ଯେତେବେଳେ ବିରାଟ ଆଉଟ ହୋଇଥିଲେ, ସେ ସମୟରେ ଭାରତର ସ୍କୋର ୩୨ ରନ୍‌ ଥିଲା । ଯଦି ଆମେ ବିରାଟ କୋହଲିଙ୍କ ଏହି ଟେଷ୍ଟ ଇନିଂସ ସମେତ ଶେଷ ୭ ଇନିଂସକୁ ଦେଖିବା ତେବେ ସେ ଗତ ୭ଟି ଇନିଂସରେ ମାତ୍ର ୯୮ ରନ୍‌ ସଂଗ୍ରହ କରିଛନ୍ତି । ତେବେ ବିରାଟ କୋହଲିଙ୍କ ପରେ କେଏଲ ରାହୁଲ ମଧ୍ୟ ମାତ୍ର ୨୬ ରନ୍‌ କରି ଆଉଟ ହୋଇଥିଲେ । ସେହିପରି ଧ୍ରୁବ୍‌ ଜୁରେଲକୁ ମଧ୍ୟ ମାତ୍ର ୧୧ ରନ୍‌ରେ ପ୍ୟାଭିଲିୟନ ପଠାଇଥିଲେ ମିଚେଲ ମାର୍ଶ । ତେବେ ଖବର ଲେଖାହେବା ସମୟରେ ଭାରତ ୬ ୱିକେଟ୍‌ ହରାଇ ୭୩ ରନ୍‌ କରିଛି ।

ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ପ୍ରଥମ ମ୍ୟାଚ୍‌ ପର୍ଥରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ରୋହିତ ଶର୍ମା ଅନୁପସ୍ଥିତ ଥିବାରୁ ତାଙ୍କ ସ୍ଥାନରେ ଜଶପ୍ରୀତ ବୁମ୍ରାର ଅଧିନାୟକତ୍ୱ ଭାର ସମ୍ଭାଳୁଛନ୍ତି । ତେବେ ଆଜିର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଚୁଡ଼ାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜାରବି ଅଶ୍ୱୀନିଙ୍କୁ ସ୍ଥାନ ମିଳିନି । ସେହିପରି ପ୍ରଥମ ଟେଷ୍ଟରେ ଭାରତ ପକ୍ଷରୁ ଦୁଇ ଜଣଙ୍କ ଡେବ୍ୟୁ ହୋଇଛି । ନୀତିଶ ରେଡୀ ଓ ହର୍ଷିତ ରାଣା ଆଜିର ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି ।

ଅଧିକ ପଢ଼ନ୍ତୁ: ପୋଷ୍ଟ କଲେ ରନ୍‌ ମେସିନ୍‌: ଚମକିପଡ଼ିଲେ ଫ୍ୟାନ୍‌, ଜାଣନ୍ତୁ କାହିଁକି...

OTV is now on Whatsapp

Join and get latest news update delivered to you via whatsapp

Join Now