Advertisment

Maharashtra-Jharkhand Election Results: ଝାଡ଼ଖଣ୍ଡ-ମହାରାଷ୍ଟ୍ରରେ କାହାର ହେବ ସରକାର, କାଲି ଆସିବ ୨ ରାଜ୍ୟର ରେଜଲ୍ଟ

ମହାରାଷ୍ଟ୍ରର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ଭୋଟିଂ ହୋଇଥିଲା । ୨୦୧୯ ନିର୍ବାଚନରୁ ମହାରାଷ୍ଟ୍ର ତିନିଟି ସରକାର, ତିନି ଜଣ ମୁଖ୍ୟମନ୍ତ୍ରୀ ଏବଂ ୪ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିଲାଣି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
କାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ରେଜଲ୍ଟ

କାଲି ଆସିବ ମହାରାଷ୍ଟ୍ର-ଝାଡ଼ଖଣ୍ଡ ରେଜଲ୍ଟ

ଆସନ୍ତାକାଲି ଆସିବ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମହାରାଷ୍ଟ୍ରର ୨୮୮ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଝାଡଖଣ୍ଡର ୮୧ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ କରିଛନ୍ତି ଭୋଟର । ମହାରାଷ୍ଟ୍ରରେ ମରାଠି ଅସ୍ମିତା ବନାମ ଧର୍ମ ଯୁଦ୍ଧକୁ ନେଇ ନିର୍ବାଚନ ଲଢାଯାଇଥିବା ବେଳେ ଝାଡ଼ଖଣ୍ଡରେ ଆଦିବାସୀଙ୍କ ହକ୍‌, ଅନୁପ୍ରବେଶକୁ ମୁଦ୍ଦା କରି ନିର୍ବାଚନ ଲଢିଥିବା ନେତା ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଚାହିଁ ରହିଛନ୍ତି ।

Advertisment

ମହାରାଷ୍ଟ୍ରର ୨୮୮ ଆସନ ପାଇଁ ନଭେମ୍ବର ୨୦ରେ ଭୋଟିଂ ହୋଇଥିଲା । ୨୦୧୯ ନିର୍ବାଚନରୁ ମହାରାଷ୍ଟ୍ର ତିନିଟି ସରକାର, ତିନି ଜଣ ମୁଖ୍ୟମନ୍ତ୍ରୀ ଏବଂ ୪ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିଲାଣି । ତେଣୁ ଏଥରର ନିର୍ବାଚନ ବେଶ୍ ଗୁରୁତ୍ବପୂର୍ଣ୍ଣ । ସେପଟେ ଝାଡଖଣ୍ଡରେ ଆଜି ଦ୍ବିତୀୟ ତଥା ଶେଷ ପର୍ଯ୍ୟାୟରେ ୩୮ଟି ଆସନ ପାଇଁ ମତଦାନ ହୋଇଛି । ଏଠାରେ ପାଖାପାଖି ୬୮ ପ୍ରତିଶତ ମତଦାନ ହୋଇଛି ।

ଅଧିକ ପଢ଼ନ୍ତୁ: ‘ନୈତିକତାରୁ ଦୂରେଇଯାଇଛି ଆପ୍, କେଜରିୱାଲ ନୁହଁନ୍ତି ଆମ୍ ଆଦମୀ’

ମହାରାଷ୍ଟ୍ରରେ ମରାଠି ଅସ୍ମିତା ବନାମ ଧର୍ମ ଯୁଦ୍ଧ । ଗୋଟିଏ ପକ୍ଷରେ ସତ୍ତାଧାରୀ ବିଜେପି-ଶିବସେନା ଏବଂ ଏନସିପି ଅନ୍ୟ ପକ୍ଷରେ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ,ଏନସିପି ଶରଦ ପାୱାର ଗୋଷ୍ଠୀ ଏବଂ କଂଗ୍ରେସ । ଏନସିପି ଓ ଶିବସେନା ଦୁଇ ଭାଗ ହୋଇ ଦୁଇ ପକ୍ଷରେ ଲଢୁଛନ୍ତି । କେଉଁଠି କେଉଁଠି ତ ଶିବସେନା ବନାମ ଶିବସେନା ଏବଂ ଏନସିପି ବନାମ ଏନସିପି ଲଢେଇ ହେଉଛି । ରୋଚକ କଥା ହେଲା,ମୈଦାନକୁ ଓହ୍ଲାଇଛନ୍ତି ମୋଟ୍ ୪ ହଜାର ୧୩୬ ପ୍ରାର୍ଥୀ । ତା ମଧ୍ୟରେ ୨ ହଜାର ୮୬ ସ୍ବାଧୀନ ପ୍ରାର୍ଥୀ । ତେବେ ଏଥର ନିର୍ବାଚନର ଫଳାଫଳ ସ୍ଥିର କରିବ ୭ଟି ପ୍ରମୁଖ ପ୍ରସଙ୍ଗ । ସବୁଠୁ ଆଗରେ ରହିଛି ଓବିସି ଏବଂ ମରାଠା ଭୋଟ୍ । ଯାହା ପକ୍ଷକୁ ଏମାନଙ୍କ ଭୋଟ୍ ଗଲା, ସରକାର ତାହାର । ମହାରାଷ୍ଟ୍ରର ୭୬ଟି ସିଟରେ ବିଜେପି ଓ କଂଗ୍ରେସ ମଧ୍ୟରେ ହେଉଛି ସିଧାସଳଖ ଲଢେଇ ।

Advertisment

ଅଧିକ ପଢ଼ନ୍ତୁ: ଆଦାନୀଙ୍କ ପାଇଁ ପୁଞ୍ଜି ବଜାରରେ ବଡ଼ ହଲ୍‌ଚଲ୍ ! ଉଡ଼ିଗଲା ନିବେଶକଙ୍କ କୋଟି କୋଟି ଟଙ୍କା ...

ଏପଟେ ଝାଡଖଣ୍ଡରେ ନଭେମ୍ବର ୨୦ରେ ପଡ଼ିଥିଲା ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ୩୮ଟି ଆସନ ପାଇଁ ମୈଦାନରେ ୫୨୮ ପ୍ରାର୍ଥୀ । ଏଠି ଲଢେଇ ହେଉଛି, ଏନଡିଏ ଏବଂ ମହାଗଠବନ୍ଧନ ମଧ୍ୟରେ। ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ତାଙ୍କ ପତ୍ନୀ କଳ୍ପନା ସୋରେନ ଏବଂ ବିରୋଧୀ ଦଳ ନେତା ଅମର କୁମାରଙ୍କ ଭାଗ୍ୟ ପରୀକ୍ଷା ହୋଇଛି । ସିଲ୍ ହୋଇଛି ଇଭିଏମ୍। ନେତାଙ୍କ ଭାଗ୍ୟ ସ୍ଥିର କରିସାରିଛନ୍ତି ଭୋଟର। ପରୀକ୍ଷା ସରିଛି, ଅପେକ୍ଷା ରେଜଲଟକୁ। ଶନିବାର ଉଭୟ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

ସେପଟେ କିନ୍ତୁ ବୁଥ୍ ବାହୁଡ଼ାର ମତ ଅନୁସାରେ ମହାରାଷ୍ଟ୍ରରେ ମହାୟୁତି ଏବଂ ମହା ବିକାଶ ଅଘାଡି ମଧ୍ୟରେ କଡା ମୁକାବିଲା ହେଉଛି । P-MARQର ଆକଳନ ଅନୁସାରେ, ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତିକୁ ୧୩୭ରୁ ୧୫୭ ସିଟ୍ ମିଳିପାରେ । ମହା ବିକାଶ ଅଘାଡିକୁ ମିଳିପାରେ ୧୨୬ରୁ ୧୪୬ ଓ ଅନ୍ୟାନ୍ୟଙ୍କୁ ମିଳିପାରେ ୨ରୁ ୮ଟି ସିଟ୍ । ସେପଟେ ଝାଡଖଣ୍ଡରେ ଏନଡିଏ ଆଗରେ ଥିବା ଏକଜିଟ୍ ପୋଲ୍ ଆକଳନ କରାଯାଇଛି। MATRIZEର ଆକଳନ ଅନୁସାରେ ଝାଡଖଣ୍ଡରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ୪୨ରୁ ୪୭ଟି ସିଟ୍ ମିଳିବା ସମ୍ଭାବନା ରହିଛି। ସେହିପରି ମହାଗଠବନ୍ଧନକୁ ୨୫ରୁ ୩୦ ଆସନ ମିଳିପାରେ। ଅନ୍ୟାନ୍ୟ ଦଳ ୧ରୁ ୪ଟି ଆସନ ପାଇପାରନ୍ତି ।

Maharashtra Jharkhand
Advertisment
Advertisment