ନଭେମ୍ବର ୨୪ରେ ହେବ ଆଇପିଏଲ-୨୦୨୫ର ମେଗା ନିଲାମ । ଅର୍ଥାତ ଆଇପିଏଲ ମେଗା ଅକ୍ସନ ପାଇଁ ଆଉ କିଛି ସମୟ ମାତ୍ର ବାକି ରହିଛି । ଚଳିତ ଥର ଆଇପିଏଲ-୨୦୨୫ ପାଇଁ ମେଗା ଅକ୍ସନ ସାଉଦି ଆରବରେ ହେବ । ନଭେମ୍ବର ୨୪ ଓ ୨୫ରେ ଆଇପିଏଲ ମେଗା ନିଲାମ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ୧୦ ଫ୍ରାଞ୍ଚାଇଜ୍ ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ ବିଡ୍ ଲଗାଇବେ ।
Also Read
ତେବେ ଆଇପିଏଲ ମେଗା ନିଲାମ ପୂର୍ବରୁ ଫ୍ରାଞ୍ଚାଇଜ୍ ଆଗାମୀ ସିଜିନ୍ ପାଇଁ ସେମାନଙ୍କ ରିଟେନ୍ ଲିଟ୍ ମଧ୍ୟ ପ୍ରକାଶ କରିସାରିଛନ୍ତି । ଏମିତି କିଛି ଟିମ୍ ମଧ୍ୟ ଅଧିକ ଟଙ୍କା ଦେଇ କିଛି ଖେଳାଳିଙ୍କୁ ରିଟେନ୍ କରିଛନ୍ତି । ସୂଚନା ଅନୁସାରେ ଆଇପିଏଲ୍ 2025 ମେଗା ନିଲାମ ପାଇଁ ସମସ୍ତ ଫ୍ରାଞ୍ଚାଇଜ୍ ପର୍ସ ମୂଲ୍ୟ ୧୨୦ କୋଟି ଟଙ୍କା ରହିଥିଲା । ସେଥିମଧ୍ୟରୁ ସମସ୍ତ ଦଳ ଖେଳାଳିଙ୍କୁ ରିଟେନ୍ କରିବାରେ ମଧ୍ୟ କିଛି ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ମେଗା ଅକ୍ସନ ପୂର୍ବରୁ କେଉଁ ଫ୍ରାଞ୍ଚାଇଜ୍ ପର୍ସରେ କେତେ ଟଙ୍କା ରହିଛି ଆସନ୍ତୁ ଜାଣିବା...
କାହା ପାଖରେ ଅଛି କେତେ ଟଙ୍କା
ପଞ୍ଜାବ କିଙ୍ଗ୍ସ – ୧୧୦.୫ କୋଟି (ରିଟେନସନ୍ରେ ୯.୫ କୋଟି ଖର୍ଚ୍ଚ)
ସନରାଇଜର୍ସ ହାଇଦ୍ରାବାଦ – ୪୫ କୋଟି (ରିଟେନସନ୍ରେ ୭୫ କୋଟି ଖର୍ଚ୍ଚ)
ମୁମ୍ବାଇ ଇଣ୍ଡିଆନ୍ସ – ୪୫ କୋଟି (ରିଟେନସନ୍ରେ ୭୫ କୋଟି ଖର୍ଚ୍ଚ)
ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ୍ - ୬୯ କୋଟି (ରିଟେନସନ୍ରେ ୫୧ କୋଟି)
ରାଜସ୍ଥାନ ରୟାଲ୍ସ – ୪୧ କୋଟି (ରିଟେନସନ୍ରେ ୭୯ କୋଟି ଖର୍ଚ୍ଚ)
ଚେନ୍ନାଇ ସୁପର କିଙ୍ଗ୍ସ - ୫୫ କୋଟି (ରିଟେନସନ୍ରେ ୬୫ କୋଟି ଖର୍ଚ୍ଚ)
କୋଲକାତା ନାଇଟ୍ ରାଇଡର୍ସ – ୫୧ କୋଟି (ରିଟେନସନ୍ରେ ୬୯ କୋଟି ଖର୍ଚ୍ଚ)
ଗୁଜରାଟ ଟାଇଟନ୍ସ – ୬୯ କୋଟି (ରିଟେନସନ୍ରେ ୫୧ କୋଟି ଖର୍ଚ୍ଚ)
ଦିଲ୍ଲୀ କ୍ୟାପିଟାଲ୍ସ – ୭୩ କୋଟି (ରିଟେନସନ୍ରେ ୪୭ କୋଟି ଖର୍ଚ୍ଚ)
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ – ୮୩ କୋଟି (ରିଟେନସନ୍ରେ ୩୭ କୋଟି ଖର୍ଚ୍ଚ)
ଅଧିକ ପଢ଼ନ୍ତୁ : ରହସ୍ୟ ଉପରୁ ପରଦା ଉଠାଇଲେ ରୈନା; କହିଲେ, ଚେନ୍ନାଇ ସୁପର କିଙ୍ଗସ୍ ଯାଇପାରନ୍ତି ପନ୍ତ
କେଉଁ ଦଳ କାହାକୁ କଲେ ରିଟେନ୍
ଚେନ୍ନାଇ ସୁପର କିଙ୍ଗସ୍: ଋତୁରାଜ ଗାଏକ୍ୱାଡ୍, ମଥିଶା ପତରଣା, ଶିଭମ୍ ଦୁବେ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂ ଧୋନି
ମୁମ୍ବାଇ ଇଣ୍ଡିଆନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା, ଜଶପ୍ରୀତ ବୁମ୍ରା, ରୋହିତ ଶର୍ମା, ତିଲକ ବର୍ମା, ସୂର୍ଯ୍ୟ କୁମାର ଯାଦବ
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି, ରଜତ ପଟିଦାର, ୟଶ ଦୟାଲ
କୋଲକାତା ନାଇଟ ରାଇଡର୍ସ: ରିଙ୍କୁ ସିଂ, ବରୁଣ ଚକ୍ରବର୍ତ୍ତୀ, ସୁନୀଲ ନାରାୟଣ, ଆନ୍ଦ୍ରେ ରସଲ, ହର୍ଷିତ ରାଣା, ରମନଦୀପ ସିଂ
ଦିଲ୍ଲୀ କ୍ୟାପିଟାଲ୍ସ: କୁଲଦୀପ ଯାଦବ, ଟ୍ରିଷ୍ଟନ୍ ଷ୍ଟବ୍ସ୍, ଅକ୍ଷର ପଟେଲ, ଅଭିଷେକ ପୋରେଲ
ପଞ୍ଜାବ କିଙ୍ଗ୍ସ: ଶଶାଙ୍କ ସିଂ, ପ୍ରଭସିରନ୍ ସିଂ
ଲକ୍ଷ୍ନୌ ସୁପର ଜିଆଣ୍ଟସ୍: ନିକୋଲାସ୍ ପୁରନ, ରବି ବିଷ୍ଣୋଇ, ମୟଙ୍କ ଯାଦବ, ମୋସିନ୍ ଖାନ୍, ଆୟୁଷ ବଦାନୀ
ଗୁଜରାଟ ଟାଇଟନ୍: ରସିଦ ଖାନ, ଶୁଭମନ ଗିଲ, ସାଇ ସୁଦର୍ଶନ, ରାହୁଲ ତେୱାଟିଆ, ଶାହରୁଖ ଖାନ
ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ୍, ୟଶ୍ୱସୀ ଜୟସଲ, ସିମରନ୍ ହେଟମାୟର, ରିଆନ ପରାଗ, ଧ୍ରୁବ ଜୁରେଲ, ସନ୍ଦୀପ ଶର୍ମା
ସନ୍ ରାଇଜର୍ସ ହାଇଦ୍ରାବାଦ: ପ୍ୟାଟ୍ କମିନ୍ସ, ଅଭିଶେକ ଶର୍ମା, ନୀତିଶ ରେଡ୍ଡୀ, ହେନରିକ୍ କ୍ଲାସେନ୍, ଟ୍ରାଭିସ୍ ହେଡ୍