• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଗତ ଦୁଇ ବର୍ଷ ଧରି ଋଷ-ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି ଯୁଦ୍ଧ । କିନ୍ତୁ ଏବେ ରୁଷ୍‌ ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି । ତେବେ ଏହି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ଏବେ ଘନେଇଛି ପରମାଣୁ ଯୁଦ୍ଧ ଆଶଙ୍କା । ୟୁକ୍ରେନ ଉପରେ ICBM ଆକ୍ରମଣ କରିଛି କି ରୁଷିଆ ? ରୁଷ ପକ୍ଷରୁ ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ ବା ICBM ଆକ୍ରମଣ ନେଇ ଅଭିଯୋଗ କରିଛି ୟୁକ୍ରେନ୍ । ଏଭଳି ମିଜାଇଲକୁ ରୁଷ ପ୍ରଥମ ଥର ପାଇଁ ନିକ୍ଷେପ କରିଥିବା ଅଭିଯୋଗ କରିଛି ୟୁକ୍ରେନ୍ । ଏହି ମିଜାଇଲକୁ ରୁଷିଆ ଆଷ୍ଟ୍ରାଖାନ ଅଞ୍ଚଳରୁ ନିକ୍ଷେପ କରାଯାଇଥିବା କୁହାଯାଉଛି । ୟୁକ୍ରେନର କ୍ଷତିଗ୍ରସ୍ତ ଅଞ୍ଚଳଠାରୁ ଆଷ୍ଟ୍ରାଖାନର ଦୂରତା ପ୍ରାୟ ୧ ହଜାର କିଲୋମିଟର । ଏ ସମ୍ପକରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନସ୍କି ରୁଷିଆକୁ ପାଗଳ ପଡ଼ୋଶୀ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି ।

ସେପଟେ ରୁଷ୍ କିନ୍ତୁ RS-26 ରୁବେଜ୍ ନାମକ ବାଲିଷ୍ଟିକ ମିଜାଇଲ ନିକ୍ଷେପ କରିଥିବା କୁହାଯାଉଛି । ରାଷ୍ଟ୍ରପତି ପୁଟିନ କହିଛନ୍ତି, ୟୁକ୍ରେନ୍ ଉପରେ ଅନ୍ତଃ ମହାଦେଶୀୟ ବାଲିଷ୍ଟିକ୍ ମିଜାଇଲ ନୁହେଁ ବରଂ ନୂଆ ହାଇପରସୋନିକ ବାଲିଷ୍ଟିକ୍ ମିଜାଇଲ୍ ମାଡ କରିଛୁ । ଏଥିସହ ପରୋକ୍ଷରେ ଆମେରିକା ଏବଂ UKକୁ ଚେତାବନୀ ଦେଇଛି ଋଷ । ପୁଟିନ୍ କହିଛନ୍ତି, ଯେଉଁ ଦେଶର ମିଜାଇଲ ତାଙ୍କ ଦେଶ ଉପରେ ପଡ଼ିବ ରୁଷ ସେହି ଦେଶକୁ ଟାର୍ଗେଟ କରିବ । ଏମିତି କି ସେହି ଦେଶ ଉପରେ ଆକ୍ରମଣ କରିବାକୁ ମଧ୍ୟ ଋଷ ପଛାଇବ ନାହିଁ ବୋଲି ସେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ପୂର୍ବତନ WWE ସିଇଓ ହେବେ ଆମେରିକାର ଶିକ୍ଷା ମନ୍ତ୍ରୀ, କାହିଁକି ଏପରି ନିଷ୍ପତ୍ତି ନେଲେ ଟ୍ରମ୍ପ ? 

କ’ଣ ଏହି ICBM ?

ତେବେ କ’ଣ ଏହି ICBM ? ଏହା କେତେ ଭୟଙ୍କର ? ICBM ହେଉଛି ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିଜାଇଲ୍ ବା ଅନ୍ତଃ ମହାଦେଶୀୟ କ୍ଷେପଣାସ୍ତ୍ର । ଏହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର ୫୦୦ କିଲୋମିଟରରୁ ଅଧିକ । ଏହାର ବେଗ ଘଣ୍ଟାପ୍ରତି ୨୪ ହଜାର କିଲୋମିଟର । ପାରମ୍ପରିକ ଯୁଦ୍ଧାସ୍ତ୍ର ସହ ଏହାର ପରମାଣୁ ଯୁଦ୍ଧାସ୍ତ୍ର ବହନ କ୍ଷମତା ମଧ୍ୟ ରହିଛି । ତା ସହ ରସାୟନିକ ଓ ଜୈବିକ ଯୁଦ୍ଧ ଅସ୍ତ୍ର ପରିବହନ କରିପାରେ ICBM ।

ସୂଚନା ଅନୁସାରେ ବୁଧବାର ୟୁକ୍ରେନ୍‌ ବ୍ରିଟେନ୍‌ ନିର୍ମିତ ଷ୍ଟର୍ମ ଶାଡୋ କ୍ରୁଜ୍‌ ମିଜାଇଲ୍‌ ଏବଂ ଆମେରିକା ନିର୍ମିତ ଏଟିଏସିଏମ୍‌ଏସ୍‌ ମିଜାଇଲରେ ଋଷ ଉପରେ ଆକ୍ରମଣ କରିଥିଲା । ଦୂରଗାମୀ ଲକ୍ଷ୍ୟଭେଦ କରୁଥିବା ମିଜାଇଲ ବ୍ୟବହାର ଲାଗି ଆମେରିକା ଅନୁମୋଦନ କରିବା ପରେ ୟୁକ୍ରେନ୍‌ ଏହି କ୍ଷେପଣାସ୍ତ୍ର ଋଷ ଉପରେ ମାଡ଼ କରିଥିଲା । ୟୁକ୍ରେନ୍‌ ଛାଡ଼ିଥିବା ବ୍ରିଟିଶ୍‌ ଷ୍ଟର୍ମ ଶାଡୋ ମିଜାଇଲ, ୬ ରକେଟ୍‌ ଏବଂ ୬୭ ଡ୍ରୋନ୍‌କୁ ଋଷର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଖସାଇ ଦେଇଛି । ତେବେ ୟୁକ୍ରେନ୍‌ ପକ୍ଷରୁ ଏହି ମିଜାଇଲ୍‌ ମାଡ଼ ପରେ ଋଷ ଆହୁରି ଆକ୍ରମଣାତ୍ମ ହୋଇପଡ଼ିଛି । ଏପରିକି ଋଷ ରାଷ୍ଟ୍ରପତି ପୁଟିନ୍‌ ପରମାଣୁ ଆକ୍ରମଣ ଧମକ ଦେବା ସହ ଏଥି ସହ ଜଡ଼ିତ ନିୟମ ବଦଳାଇବାକୁ ମଧ୍ୟ ଘୋଷଣା କରିଥିଲା ।

ଅଧିକ ପଢ଼ନ୍ତୁ: ଛାତ୍ରଙ୍କୁ ‘AI’ର ଧମକ ! କହିଲା, 'ତୁମେ ପୃଥିବୀ ଉପରେ ବୋଝ; ଯାଅ, ମରିଯାଅ’

OTV is now on Whatsapp

Join and get latest news update delivered to you via whatsapp

Join Now