Advertisment

New EV Scooter: ମାର୍କେଟକୁ ଆସୁଛି ନୂଆ EV ସ୍କୁଟର, ଜାଣନ୍ତୁ ମାଇଲେଜ୍‌ ଓ ଲଞ୍ଚ୍‌ ତାରିଖ

ରିଲିଜ୍‌ ହୋଇଥିବା ଟିଜରରୁ ଦେଖିବାକୁ ମିଳୁଛି ଯେ, ଏହି EV ମଡେଲରେ ଦୁଇଟି Swappable ବ୍ୟାଟେରୀ ରହିଛି । ଏହାର ଅର୍ଥ ଏଥିରେ ଦୁଇଟି ବ୍ୟାଟେରୀ ରହିବ ଏବଂ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଏହାକୁ ଅଦଳବଦଳ କରିପାରିବେ ।

author-image
Santosh Kumar Sahoo
ମାର୍କେଟକୁ ଆସୁଛି ନୂଆ EV ସ୍କୁଟର

ମାର୍କେଟକୁ ଆସୁଛି ନୂଆ EV ସ୍କୁଟର

ଭାରତରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବିଦ୍ୟୁତ୍ ଚାଳିତ ଯାନର ଚାହିଦା । ସେ କାର ହେଉ କିମ୍ବା ଦୁଇ ଚକିଆ ଯାନ । EV କିଣିବାକୁ ଗ୍ରାହକଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ । ଗ୍ରାହକଙ୍କ ମଧ୍ୟରେ EVକୁ ନେଇ ଉତ୍ସାହ ବଢ଼ୁଥିବାରୁ ନୂଆ ନୂଆ କମ୍ପାନୀ ବିଦ୍ୟୁତ୍ ଯାନ ଲଞ୍ଚ କରୁଛନ୍ତି । ତେବେ ଏହାରି ମଧ୍ୟରେ ହୋଣ୍ଡା ମୋଟର ସାଇକେଲ ଓ ସ୍କୁଟର ଇଣ୍ଡିଆ (HMSI) ପ୍ରଥମ ଇଲେକ୍ଟ୍ରି ସ୍କୁଟର ଲଞ୍ଚ କରିବ ବୋଲି ଘୋଷଣା କରିଛି । ଏହି EV ସ୍କୁଟର ନଭେମ୍ବର ୨୭ରେ ଲଞ୍ଚ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ନୂଆ EV ସ୍କୁଟର ଲଞ୍ଚ କରିବା ପୂର୍ବରୁ କମ୍ପାନୀ ପକ୍ଷରୁ ଏହି ଗାଡ଼ିକୁ ନେଇ କିଛିଟା ଟିଜର୍‌ ଛଡ଼ାଯାଇଛି । ଯେଉଁଥିରେ ଏହି ଗାଡ଼ିର ଡିଜାଇନ୍‌ ଓ ଫିଚର୍‌ ଦେଖିବାକୁ ମିଳୁଛି ।

Advertisment

ଅଧିକ ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଡିଗୋର ସ୍ପେଶାଲ୍ ଅଫର୍; ଟିକେଟ୍ ବୁକିଂ ବେଳେ ରିହାତି ସହ ମିଳିବ ଏହି ସୁବିଧା

ରିଲିଜ୍‌ ହୋଇଥିବା ଟିଜରରୁ ଦେଖିବାକୁ ମିଳୁଛି ଯେ, ଏହି EV ମଡେଲରେ ଦୁଇଟି Swappable ବ୍ୟାଟେରୀ ରହିଛି । ଏହାର ଅର୍ଥ ଏଥିରେ ଦୁଇଟି ବ୍ୟାଟେରୀ ରହିବ ଏବଂ ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଏହାକୁ ଅଦଳବଦଳ କରିପାରିବେ । ତେବେ ଏହି EV ସ୍କୁଟର ଷ୍ଟାଣ୍ଡାର୍ଡ ମୋଡରେ 104 କିଲୋମିଟରର ମାଇଲେଜ୍‌ ଦେବ ବୋଲି ଆଶା କରାଯାଉଛି । ସେହିପରି ଏଥିରେ ସ୍ପୋର୍ଟ୍ସ ମୋଡ୍‌ ମଧ୍ୟ ରହିଛି, ଯାହା ପୂର୍ବ ଟିଜରରେ ଦେଖିବାକୁ ମିଳିଛି । ଟପ୍-ସ୍ପେକ୍ ଭାରିଆଣ୍ଟରେ ସ୍ମାର୍ଟଫୋନ୍ କନେକ୍ଟିଭିଟି ସହିତ ମଲ୍ଟି ରଙ୍ଗର TFT ସ୍କ୍ରିନ୍ ରହିବ । ସେହିପରି ଷ୍ଟାଣ୍ଡାର୍ଡ ଭର୍ସନରେ ଏକ ସାମାନ୍ୟ LCD ସ୍କ୍ରିନ୍ ସହିତ ଆସିବ ।

Advertisment

ଅଧିକ ପଢ଼ନ୍ତୁ: ଜର୍ମାନୀ-ଚୀନ୍‌ ପରେ ଭାରତରେ ଗଡ଼ିବ ହାଇଡ୍ରୋଜେନ୍‌ ଟ୍ରେନ୍‌, ଏହି ରାଜ୍ୟରେ ହେବ ଟ୍ରାଏଲ ରନ୍‌

ସେହିପରି ହୋଣ୍ଡା ମୋଟର ସାଇକେଲ ଏବଂ ସ୍କୁଟର ଇଣ୍ଡିଆର ଆଗାମୀ ଆକ୍ଟିଭା ଇଭିରେ ଏଲଇଡି ହେଡଲ୍ୟାମ୍ପ ଏବଂ ଟେଲ ଲ୍ୟାମ୍ପ ସହିତ ଏଲଇଡି ଟର୍ଣ୍ଣ ଲାଇଟ୍‌ ମଧ୍ୟ ରହିବ । ଏହା ବ୍ୟତୀତ, ଯଦି ଆମେ ଅନ୍ୟ ଫିଚର୍‌ ବିଷୟରେ ଯଦି ଆଲୋଚନା କରିବା, ତେବେ ଏଥିରେ ୭ ଇଞ୍ଚରୁ ଅଧିକ ସ୍କ୍ରିନ୍‌ ରହିବ, ଯାହା ଟଚ୍ ସ୍କ୍ରିନ୍ ଅଟେ । ଏହି ସ୍କ୍ରିନ୍‌ ମାଧ୍ୟମରେ ବ୍ୟାଟେରୀ ସ୍ଥିତି, ସ୍ପିଡୋମିଟର ଏବଂ ରାଇଡିଂ ମୋଡ୍ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜିନିଷ ଦୃଶ୍ୟମାନ ହେବ ।

Electric Vehicle Honda
Advertisment
Advertisment