ପୂର୍ବରୁ ଏ ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ହତ୍ୟା, ହତ୍ୟା ଷଡ଼ଯନ୍ତ୍ର ଓ ଧମକ ଭଳି ସଂଗୀନ ଦଫା ଚାଲୁ ରଖିବାକୁ ସାଲେପୁର JMFC କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାରେ ଫସିଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା।
ସ୍ୱାମୀଙ୍କ ମୃତଦେହକୁ ଧରି ବାହୁନି ବାହୁନି କାନ୍ଦୁଥିବା ବେଳେ ଅଚେତ ହୋଇପଡିଥିଲେ । ପରିବାର ସଦସ୍ୟ ତାଙ୍କୁ ଡାକ୍ତରଖାନା ନେଇଥିଲେ ହିଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କଳାହାଣ୍ଡି କେସିଙ୍ଗା ଉତକେଲା ଜୁନିୟର୍ କଲେଜର ଏହି ୪ ଛାତ୍ରଙ୍କୁ ଜଣେ ପୂର୍ବତନ ଛାତ୍ର ବିଚ୍ ରାସ୍ତାରେ ମାଡ଼ ମାରିଛନ୍ତି। ବିନା କାରଣରେ ରାସ୍ତାରୁ ଡାକି ପିଟିଛନ୍ତି। କେବଳ ମାଡ଼ ନୁହେଁ ଗାଳି ଗୁଲଜ କରିବା ସହ ୪ ଜଣ ଛାତ୍ରଙ୍କୁ ସିଗାରେଟ୍ ମଧ୍ୟ ପିଆଇଛନ୍ତି।
ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ୫୬ ଫୁଟ୍ ଲମ୍ବର ଏକ ବିରାଟକାୟ ବିଶ୍ୱକପ୍ ଟ୍ରଫି ପ୍ରତିକୃତୀ ନିର୍ମାଣ କରିବା ସହ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଛନ୍ତି।
କ୍ୟାବିନେଟ ଅନୁମୋଦନ ପରେ ମାତ୍ର ୪୮ ଘଣ୍ଟା ଭିତରେ ଲାଗିଲା ରୋକ୍। ଉଠିଲା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ। ତେବେ ଆଦିବାସୀ ଜମିଜମା ସଂଶୋଧନ ପ୍ରସ୍ତାବକୁ କ୍ୟାବନେଟ୍ ମୋହର ପରେ କାହିଁକି ସରକାର ସ୍ଥଗିତ କଲେ। ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିପାରିବେ ବୋଲି ପ୍ରସ୍ତାବକୁ ଚାରିଆଡୁ...
ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅବିଶ୍ରାନ୍ତ ଉଦ୍ୟମ। ଆମେରିକାନ ଅଗର ଡ୍ରିଲ ସାହାଯ୍ୟରେ ମାଟି ଖୋଳା ଚାଲିଥିବା ବେଳେ ୩ ଫୁଟ ପାଇପକୁ ଭିତରକୁ ପୁରାଇ ସେଇ ବାଟରେ ଶ୍ରମିକଙ୍କୁ ବାହାରକୁ ଆଣିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି...
ବାର୍ଦ୍ଧକ୍ୟ ଭତ୍ତାରେ ବ୍ୟାପକ ହେରଫେର। କେଉଁଠି ଆବେଦନ କରି ବର୍ଷେ ବର୍ଷେ ଅପେକ୍ଷା କଲା ପରେ ହିତାଧିକାରୀ ନିରାଶ ତ ଆଉ କେଉଁଠି ବ୍ୟକ୍ତିଙ୍କ ମୃତ୍ୟୁ ପରେ ବି ଉଠୁଛି ଟଙ୍କା। ମାସିକିଆ ସମୀକ୍ଷା କରି ଭୂତ ହିକାଧିକାରୀଙ୍କୁ ତୁରନ୍ତ ତାଲିକାରୁ ବାଦ୍ ଦେବା ଲାଗି ଜିଲ୍ଲାପାଳମାନଙ୍କୁ ଚିଠି...
କିଏ ବଡ଼ଦାଣ୍ଡରେ ପିଲାଛୁଆ ଧରି ଶୀତ କାକରରେ ରାତି ବିତାଉଛି ତ ପୁଣି କିଏ ବ୍ୟାରିକେଡ୍ ଭିତରେ ମଶା ଡାଆଁଶଙ୍କ ଦାଉରେ ଶୋଇବା ଚେଷ୍ଟା କରୁଛି। ପୁଣି କାହା ପାଇଁ ସାହାରା ପାଲଟୁଛି ଦୋକାନ ପିଣ୍ଢା ।
ଯିଏ ନଅ ତାଲା ବିଲଡିଂ ତିଆରି କରି ଆଜିକୁ ୪୦ ବର୍ଷରୁ ଅଧିକ ସମୟ ଧରି ବକେୟା ଟଙ୍କା ପାଇଁ ଦୌଡୁଥିଲେ କୋର୍ଟ କଚେରୀ। ଶେଷରେ ଲୋକହସା ହେବା ପରେ ରାଜ୍ୟ ସରକାର ମୂଳ ୬ ଲକ୍ଷ ଏବଂ ସୁଧ ପ୍ରାୟ ୧୨ ଲକ୍ଷକୁ ମିଶାଇ ୧୮ ଲକ୍ଷରୁ...
ଛତିଶଗଡରେ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ହୋଇଛି। ପୂର୍ବରୁ ୨୦ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ଆଜି ବାକି ୭୦ଟି ଆସନରେ ମତଦାନ ହୋଇଛି ।
୧୯୭୪ରେ ନଅ ତାଲା ନିର୍ମାଣ କରିଥିବା ଠିକାସଂସ୍ଥା କଷ୍ଟ୍ରକସନ ଇଣ୍ଡିଆର ୬ ଲକ୍ଷ ଟଙ୍କା ବାକି ରଖିଥିଲେ ରାଜ୍ୟ ସରକାର। ବାରମ୍ବାର ବକେୟା ଟଙ୍କା ମାଗିବା ସତ୍ତ୍ୱେ ନ ଦେବାରୁ ୧୯୮୨ରେ ଭୁବନେଶ୍ୱର ସିଭିଲ୍ ଜଜ୍ ସିନିୟର ଡିଭିଜନ କୋର୍ଟରେ କେସ୍ କରିଥିଲେ ଠିକା ସଂସ୍ଥାର ତତ୍କାଳୀନ ମୁଖ୍ୟ...
କ୍ୟାବିନେଟ ଅନୁମୋଦନ ପରେ ମାତ୍ର ୪୮ ଘଣ୍ଟା ଭିତରେ ଲାଗିଲା ରୋକ୍। ଉଠିଲା ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ। ତେବେ ଆଦିବାସୀ ଜମିଜମା ସଂଶୋଧନ ପ୍ରସ୍ତାବକୁ କ୍ୟାବନେଟ୍ ମୋହର ପରେ କାହିଁକି ସରକାର ସ୍ଥଗିତ କଲେ।
ଚଳିତ ବିଶ୍ୱକପ୍ରେ ପ୍ରତିଶୋଧ ନେବା ମୁଡ୍ରେ ରହିଛି ଭାରତ। ପ୍ରଥମେ ନ୍ୟୁଜିଲାଣ୍ଡଠାରୁ ୨୦୧୯ ସେମି ଫାଇନାଲ ହାରିବାର ପ୍ରତିଶୋଧ ନେବା ପରେ ଏବେ ଅଷ୍ଟ୍ରେଲିଆକୁ ଫାଇନାଲରେ ପରାସ୍ତ କରି ୨୦୦୩ର ବଦଲା ନେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ।
ଦ୍ୱିତୀୟ ଦଳ ଭାବେ ବିଶ୍ୱକପ୍ ଫାଇନାଲ୍ରେ ପହଞ୍ଚିଲା ଅଷ୍ଟ୍ରେଲିଆ। ଏକ ଲୋ ସ୍କୋରିଂ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ହରାଇ ହାତେଇଲା ଫାଇନାଲ୍ ଟିକେଟ୍।
ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ କି ରାଜ୍ୟ ସରକାର? ପ୍ରଥମେ କେନ୍ଦ୍ର ସରକାରଙ୍କ ଫ୍ଳାଗସିପ୍ ସ୍ବାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତକୁ ଲାଗୁ କଲେନି। ଆଉ ଏବେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବାରମ୍ୱାର ଚିଠି ପରେ ବି ଶିକ୍ଷା ଭିତ୍ତିଭୂମି ସଜାଡିବାକୁ ପିଏମ୍ଶ୍ରୀ ଯୋଜନା ନେଇ ନୀତି ସ୍ପଷ୍ଟ କରୁନି ରାଜ୍ୟ।...
ଟିମ୍ ଇଣ୍ଡିଆ ହାତ ପାହାନ୍ତାରେ ୱାଲର୍ଡ କପ୍ ଟ୍ରଫି। ୧୨ ବର୍ଷ ପରେ ପୁଣି କ୍ରିକେଟ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଭାରତ। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଜବରଦସ୍ତ ଫର୍ମରେ ଥିବା ଭାରତୀୟ ଟିମ୍ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ମାତ୍ ଦେବା ସହ ୨୦୧୯ ପରାଜୟର ବଦଲା ନେଇଛି ।
ରାଜସ୍ବ ବଢୁଛି, ନା ଖର୍ଚ୍ଚ କରୁ ନାହାନ୍ତି ସରକାର ? ରାଜସ୍ବ ବଳକା ରାଜ୍ୟରେ ଓଡିଶା ୧ ନମ୍ବର ହେବା ପରେ ସମସ୍ତଙ୍କ ମନରେ ଏବେ ଏମିତି ପ୍ରଶ୍ନ। କାହିଁକିନା, ସରକାରଙ୍କ ବିରୋଧରେ ଅସନ୍ତୋଷ ଜଳ ଜଳ।
ଜଣେ ଯୁବ ଡାକ୍ତର ବ୍ରାଉନ ସୁଗାର କାରବାରରେ ଗିରଫ ହେବା ଘଟଣା ସାରା ଯାଜପୁରବାସୀଙ୍କୁ ଚକିତ କରିଛି। ତେଣେ ଗିରଫ ଡେଣ୍ଟିଷ୍ଟଙ୍କ କ୍ଲିନିକ୍ ପଂଜୀକୃତ ହୋଇନଥିବା ଜଣାପଡ଼ିବା ପରେ ତାକୁ ବନ୍ଦ କରିଦିଆଯାଇଥିବା କହିଛନ୍ତି ଯାଜପୁର ସିଡିଏମଓ।
ଚାଷ ଜମିକୁ ଜଳଯୋଗାଣ ନାଁରେ ମରଣର ଜାଲ ବିଛାଇଛନ୍ତି କି ରାଜ୍ୟ ସରକାର ? ନଳକୂଅ ଖନନ ବ୍ୟବସ୍ଥା ସାଜିଛି କି ମୃତ୍ୟୁର କୂଅ ?
ଖୋଳତାଡ଼ବେଳେ ମହାବୀର ନଗରରେ ଡେଣ୍ଟାଲ୍ କ୍ଲିନିକ୍ କରିଥିବା ନିଗମାନନ୍ଦ ଖଟୁଆ ନାମକ ଏ ଦାନ୍ତ ଡାକ୍ତର ହିଁ ମୁଖ୍ୟ କାର୍ପଟଦାର ବୋଲି ଜାଣିବାକୁ ପାଇଥିଲା ପୋଲିସ୍। ସେଠୁ ସିଧା ଦାନ୍ତ ଡାକ୍ତର ନିଗମାନନ୍ଦଙ୍କ ପାଖେ ପହଞ୍ଚି ତାଙ୍କୁ ବାନ୍ଧିଥିଲା।