ସେହିଭଳି ୨ଟି ଚାରି ଚକିଆ ଯାନ ଠାବ କରାଯାଇଛି। ଏକ ରିୟଲ ଇଷ୍ଟେଟ କମ୍ପାନୀକୁ ୧୬ ଲକ୍ଷ ଅଗ୍ରୀମ ଦେଇଥିବା ସୂଚନା ମିଳିଛି । ବ୍ୟାଙ୍କ, ବୀମା, ପୋଷ୍ଟାଲ ଆଦି ସଞ୍ଚୟର ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
କବିସୂର୍ଯ୍ୟନଗର ଅଢ଼େଇବର ଗାଁରେ କେ. ଗଣେଶ ପାତ୍ର ନିଜ ସ୍ତ୍ରୀ ଓ ଝିଅକୁ ସାପ ସହାୟତାରେ ହତ୍ୟା କରିଥିବା ଅଭିଯୋଗ ଆସିଛି। ଗତ ଅକ୍ଟୋବର ୭ ତାରିଖରେ ଘରେ ମାଆ ଝିଅଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ପୋଲିସ।
ତାପସ ଗାଡି ଚାବି ନ ଦେବାରୁ ସୁଧୀର ତାଙ୍କୁ ଗାଳିଗୁଳଜ କରିଥିଲେ। ସନ୍ଧ୍ୟାରାଣୀ ଏହାର ପ୍ରତିବାଦ କରିବାରୁ ସୁଧୀର ତାଙ୍କୁ ଜୋରସେ ଠେଲି ଦେଇଥିଲେ । ସେ ଏକ ନଡ଼ିଆ ଗଛରେ ପିଟି ହୋଇ ପକ୍କା ରାସ୍ତାରେ ପଡିଯାଇଥିଲେ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୨୬ ତାରିଖ ସୁଦ୍ଧା ଘୂର୍ଣ୍ଣିବଳୟ ପ୍ରବେଶ କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୭ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।
କୋରନା ପରେ ଏବେ ଚୀନରେ ରହସ୍ୟମୟ ନିମୋନିଆ ବ୍ୟାପୁଛି। ଏଥିରେ ହଜାର ହଜାର ପିଲା ଆକ୍ରାନ୍ତ ହେଉଛନ୍ତି। ଅସୁସ୍ଥ ଶିଶୁଙ୍କ ନେଇ ହସ୍ପିଟାଲ ମଧ୍ୟ ଭର୍ତ୍ତି ହୋଇଯାଇଛି।
କିନ୍ତୁ ପାଖରେ ଥିବା ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ସ୍ଥାନୀୟଲୋକେ ତାଙ୍କୁ ଧରି ଦେଇଥିଲେ। ଅଭିଯୁକ୍ତକୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସ୍ ଜିମା ଦେଇଥିଲେ ଲୋକେ। ଏକତରଫା ପ୍ରେମରୁ ଯୁବକ ଜଣକ ଏଭଳି କରିଥିବା ସୂଚନା ମିଳିଛି। ଏହି ମାମଲାରେ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି।
୨୦୧୨ରେ ପରିଚ୍ଛାଗୁଡ଼ାରୁ ଜଣେ ଆଦିବାସୀ ନାବାଳିକାଙ୍କ ଅପହରଣ ହୋଇଥିଲା। ଗାଁର ରାକେଶ ସିଂ ନାମକ ଯୁବକ ତାଙ୍କୁ ଅପହରଣ କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।
ଗିରଫ ପରେ ଉଭୟଙ୍କ ଠାରୁ ୩୭ଟି ମୋବାଇଲ ଫୋନ୍, ୧୨ଟି ପାନ କାର୍ଡ, ୩୮ଟି ଏଟିଏମ୍ କାର୍ଡ, ୨୫ଟି ସିମକାର୍ଡ ଓ ଲାପଟପ୍ ଜବତ କରିଛି ପୋଲିସ । ଭୁବନେଶ୍ୱରରୁ ଗିରଫ ପରେ ଦୁଇ ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡ ନେଇଛି ମୁମ୍ବାଇ ପୋଲିସ ।
ଆଦିବାସୀ ଉପଦେଷ୍ଟା ପରିଷଦ (TAC) ଦ୍ୱାରା ଗତ ଜୁଲାଇ ୧୧ ତାରିଖରେ ଅନୁମୋଦନ କରାଯାଇଥିବା ପ୍ରସ୍ତାବକୁ ଆଧାର କରି ଗତ ୧୪ ତାରିଖ ଦିନ ଓଡିଶା ଅନୁସୂଚିତ ଅଞ୍ଚଳରେ ଆଦିବାସୀଙ୍କ ସ୍ଥାବର ସମ୍ପତ୍ତି ହସ୍ତାନ୍ତର ଆଇନ, ସଂଶୋଧନ ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ପାରିତ କରିଥିଲେ।
ପୂର୍ବରୁ ଆଦିବାସୀଙ୍କ ଜମି ବିକ୍ରି ନିୟମକୁ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଥିଲା। ଏନେଇ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିଲା। ତେବେ କ୍ୟାବିନେଟର ଏହି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ।
ଶନିବାର ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଶୀତ ଛୁଟି ପରେ ସ୍କୁଲ ଖୋଲାଯିବ ବୋଲି କୁହାଯାଇଛି। ୧୮ ନଭେମ୍ବର ପର୍ଯ୍ୟନ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଥିଲା।
ଫାଇନାଲ ପୂର୍ବରୁ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ ଅଧିନାୟକ ରୋହିତ ଶର୍ମା । ଏହି ସାମ୍ବାଦିକ ସମ୍ମିଳନୀରେ ରାହୁଲ ଦ୍ରାବିଡଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ରୋହିତ । ଚଳିତ ବିଶ୍ୱକପ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ପାଇଁ ଜିତିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।...
ଖାଲି ରଙ୍ଗ୍ ରୁଟ୍ ଡ୍ରାଇଭିଂ କାହିଁକି ବିକଟାଳ ହର୍ନ ବଜାଉଥିଲେ, ବେଆଇନ ସାଇଲେନ୍ସର ଲଗାଇଥିଲେ ବି ହୋଇ ଯାଆନ୍ତୁ ସାବଧାନ। ଏସବୁ ନିୟମ ପ୍ରତି ଏବେ ଟ୍ରାଫିକ୍ ପୋଲିସ ତୀକ୍ଷ୍ଣ ନଜର ରଖିଛି।
ରବିବାର ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ସୁପର ମୁକାବିଲା ଲାଗି ସାରା ଦେଶରେ ବଢିଚାଲିଛି କ୍ରିକେଟ ଫିଭର୍ ।
ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟରେ ଅଣ ଓଡିଆ ଅଫିସରଙ୍କ ରାଜୁତି ବଢୁଥିବା ଚର୍ଚ୍ଚାରେ ବିରାମ ଲଗାଇବାକୁ ସୁରେଶ ମହାପାତ୍ରଙ୍କୁ ସିଏମ୍ଓର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି।
ଦେଶରେ ସ୍କୁଲ୍ ଶିକ୍ଷାର ମାନ ବୃଦ୍ଧି ତଥା ଭିତ୍ତିଭୂମିର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍କୁଲ୍ ଫର୍ ରାଇଜିଂ ବା ପିଏମଶ୍ରୀ ଯୋଜନା। ରାଜ୍ୟ ସରକାର ଏଥିରେ ପଛଘୁଞ୍ଚା ଦେଉଥିଲେ ବି ଆସନ୍ତାକାଲି ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସ୍କୁଲ୍ ଗୁଡ଼ିକରେ ଏହାର ଶୁଭାରମ୍ଭ ହେବାକୁ ଯାଉଛି।
ଗ୍ୟାସ୍ ବେଲୁନ ପାଖରେ ବାଣ ଫୁଟାଯିବା ବେଳେ ଏହି ବେଲୁନ୍ ମଧ୍ୟ ଏକକାଳୀନ ଭାବେ ବିସ୍ଫୋରଣ ହୋଇଥିଲା । ଯାହାଫଳରେ ସେଠାରେ ଉପସ୍ଥିତ ଥିବା ଅନେକ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ଆହତ ହୋଇଛନ୍ତି। ଆହତଙ୍କୁ ମେହସାନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ତେଲେଙ୍ଗାନାରେ ଜୋରସୋରରେ ଜାରି ରହିଛି ପ୍ରଚାର ଅଭିଯାନ।
ପୁତୁରାର ଅନ୍ତିମ ସଂସ୍କାର ପରେ ହଠାତ୍ ତୈଲୋକ ମହାନ୍ତି ସେଠି ଟଳି ପଡ଼ିଥିଲେ। ନିଜେ ଅସୁସ୍ଥ ଥିଲେ କିନ୍ତୁ ପୁତୁରାର ମୃତ୍ୟୁ ଖବର ଶୁଣି ସେ ଗାଁରୁ ପୁରୀ ଦୌଡ଼ି ଯାଇଥିଲେ। ପୁତୁରା ମୃତ୍ୟୁ ତାଙ୍କୁ ଗଭୀର ଆଘାତ ଦେଇଥିଲା।
ସରକାରୀ ଚାକିରିରୁ ଅବସର ନେବାକୁ ଅନୁମତି। ଅବସର ପାଇଁ ଅନୁମତି ଦେଲେ ରାଜ୍ୟ ସରକାର। ଡିସେମ୍ବର ୩୧ରେ ଅବସର ନେବାକୁ ସରକାରଙ୍କ ଅନୁମତି।