Advertisment

ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ମିଳିଲା ଏକଲବ୍ୟ କ୍ରୀଡା ପୁରସ୍କାର

ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ। ଟେନିସ ଖେଳାଳି ଦେବାଶିଷ ସାହୁ ପାଇଲେ ଏକଲବ୍ୟ ପୁରସ୍କାର।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Eklavya Award

Eklavya Award

ସମ୍ମାନଜନକ ୩୧ତମ ଏକଲବ୍ୟ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଏକଲବ୍ୟ ପୁରସ୍କାର ଟେନିସ୍ ଖେଳାଳି ଦେବାଶିଷ ସାହୁଙ୍କୁ ପ୍ରଦାନ କରାଯାଇଛି । ଏପ୍ରିଲ ୧ ତାରିଖ ୨୦୨୧ରୁ ମାର୍ଚ୍ଚ ୩୧ ତାରିଖ ୨୦୨୩ ମଧ୍ୟରେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାଙ୍କ କ୍ରୀଡ଼ା ପ୍ରଦର୍ଶନ ପାଇଁ ଏହି ସମ୍ମାନ ଲାଭ କରିଛନ୍ତି । ଏକ ଭବ୍ୟ ସମାବେଶରେ ଦେବାଶିଷ ସାହୁଙ୍କୁ ସମ୍ମାନପତ୍ର ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି ।

Advertisment

ଏହି ଅବସରରେ ଉଦୀୟମାନ ଆଥଲେଟ୍ ବାପି ହାସଁଦା ଓ ଭାରୋତ୍ତୋଳକ ଜ୍ୟୋସ୍ନା ସବର ଉଭୟଙ୍କୁ ମାନପତ୍ର ସହ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । କ୍ରିକେଟ ତାରକା ତଥା ୧୯୮୩ ବିଶ୍ୱ ବିଜେତା ଦଳର ଅନ୍ୟତମ ଖେଳାଳି ମଦନ ଲାଲ ମୁଖ୍ୟ ଅତିଥି ଓ ପୂର୍ବତନ ରଣଜୀ ଖେଳାଳି ତଥା NCA କୋଚ ପ୍ରୱନ ଅଗ୍ରୱାଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଇମ୍ପାକ୍ଟର ଟ୍ରଷ୍ଟି ତଥା ଚେୟାରମ୍ୟାନ ବୈଜୟନ୍ତ ପଣ୍ଡା ବିଚାରକ ମଣ୍ଡଳୀର ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଭାରତର ପ୍ରମୁଖ ଫେରୋ ଆଲଏଜ୍ ଉତ୍ପାଦନକାରୀ କଂପାନି ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ ଇମ୍ପାକ୍ଟ ଦ୍ୱାରା ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଜାତୀୟ ସ୍ତରର ବହୁ ପୁରସ୍କାର ସମାନ୍ତରାଳରେ ଏବେ ଏହା ଓଡ଼ିଶାର ସବୁଠୁ ମର୍ଯ୍ୟାଦାଜନକ କ୍ରୀଡ଼ା ସମ୍ମାନ ଭାବେ ବିବେଚିତ ହେଉଛି।

Advertisment
Odisha News IMFA
Advertisment
Advertisment