Advertisment

ସାମ୍ନାକୁ ଆସିଲା ରାମ ମନ୍ଦିରର ସଂପୂର୍ଣ୍ଣ ଦୃଶ୍ୟ, ପୌରାଣିକ କଥାବସ୍ତୁ ଆଧାରରେ ଚାଲିଛି ନିର୍ମାଣ କାମ

ଜାନୁଆରି ୨୨ରେ ପ୍ରାଣ ପ୍ରତିଷ୍ଠା ପାଇଁ ଜୋରସୋରରେ ଚାଲିଛି କାମ । ପୁରା ଅଯୋଧ୍ୟା ନଗରୀକୁ ନୂଆ ରୂପ ଦିଆଯାଉଛି। ସହରର ସୌନ୍ଦର୍ଯ୍ୟକରଣ ବି ଜୋରସୋରରେ ଚାଲିଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Ram Mandira

Ram Mandira

ରାମ ମନ୍ଦିର ପରିସରରେ ଓଟିଭି । ସାମ୍ନାକୁ ଆସିଲା ରାମ ମନ୍ଦିରର ସଂପୂର୍ଣ୍ଣ ଦୃଶ୍ୟ । ପ୍ରଥମ ଥର ଲାଗି ମନ୍ଦିର ପରିସରକୁ ଗଣମାଧ୍ୟମକୁ ଛଡ଼ାଯାଇଥିବା ବେଳେ ମନ୍ଦିରର ସଂପୂର୍ଣ୍ଣ ଦୃଶ୍ୟ ସାମ୍ନାକୁ ଆସିଛି। ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଜୋର ସୋରରେ ନିର୍ମାଣ କାମ ଚାଲିଛି। ମନ୍ଦିରରେ ଓଡ଼ିଆଙ୍କ କାରୁକାର୍ଯ୍ୟର ଝଲକ ଦେଖିବାକୁ ମିଳିଛି। ମନ୍ଦିର ନିର୍ମାଣରେ ଶତାଧିକ ଓଡ଼ିଆ ଲାଗିଥିବା ବେଳେ ମନ୍ଦିରର କୋଣ ଅନୁକୋଣରେ ଓଡ଼ିଆଙ୍କ କଳା ସ୍ଥାପତ୍ୟ ଦେଖିବାକୁ ମିଳିବ।

Advertisment

ଜାନୁଆରି ୨୨ରେ ପ୍ରାଣ ପ୍ରତିଷ୍ଠା ପାଇଁ ଜୋରସୋରରେ ଚାଲିଛି କାମ । ପୁରା ଅଯୋଧ୍ୟା ନଗରୀକୁ ନୂଆ ରୂପ ଦିଆଯାଉଛି। ସହରର ସୌନ୍ଦର୍ଯ୍ୟକରଣ ବି ଜୋରସୋରରେ ଚାଲିଛି। ରାମ ମନ୍ଦିର ପରିସରରେ ରାମ କଥା କୁଞ୍ଜରେ ଦେଖିବାକୁ ମିଳିବ ପୁରା ରାମାୟଣ କଥା। ଏଥିପାଇଁ ସିମେଣ୍ଟ ମୂର୍ତ୍ତି ନିର୍ମାଣ କରୁଛନ୍ତି ଆସାମର ବିଶିଷ୍ଟ କାରିଗର ରଞ୍ଜିତ ମଣ୍ଡଳ। ସେ ୨୦୧୩ରୁ ଏହି କାମରେ ଲାଗିଛନ୍ତି। ରାମ ମନ୍ଦିର ଚତୁଃପାର୍ଶ୍ବରେ ଏହି ସବୁ ମୂର୍ତ୍ତି ସ୍ଥାନ ପାଇବ।

India Ayodhya Ram Mandir
Advertisment
Advertisment