/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703846783.jpg)
Boat Capsized
କୋରାପୁଟ ତାନସିଂ ନଦୀଘାଟରେ ଡଙ୍ଗା ବୁଡ଼ି ଘଟଣାରେ ନିଖୋଜ ୪ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଗତ ବୁଧବାର ଡଙ୍ଗା ବୁଡ଼ି ଯିବାକୁ ୫ ଜଣ ତାନସିଂ ଗାଁର ନିଖୋଜ ହୋଇଯାଇଥିଲେ । ଗତକାଲି ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
Advertisment
ଆଜି ଦିନ ତମାମ କୋରାପୁଟ ଓଡ୍ରାଫ, ନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲେ । ତେବେ ବହୁ ଖୋଜାଖୋଜି ପରେ ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକମାନେ ହେଲେ ନବୀନା ଆରଲାବ, ପୁଷ୍ପାଞ୍ଜଳି ଆରଲାବ, ଶାନ୍ତି ଆରଲାବ ଓ ଶଶିରେଖ ଆରଲାବ । ଜଲାପୁଟ ଜଳ ଭଣ୍ଡାରର ଉପର ପାର୍ଶ୍ୱରେ ଥିବା ପାତଳୀ ନଦୀର ତାନସିଂ ନଦୀ ଘାଟରେ ଗତ ବୁଧବାର ଦିନରେ ଡଙ୍ଗା ବୁଡି ତାନସିଂ ଗାଁର ୫ ଜଣ ନିଖୋଜ ହୋଇ ଯାଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)