ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ବିଜେପି କାହିଁକି ଏଥର ପଞ୍ଚାୟତ ନିର୍ବାଚନରେ ଚିତପଟାଙ୍ଗ ମାରିଲା, ଓଟିଭି ଫୋରସାଇଟରେ ଅଂଶଗ୍ରହଣ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ସବୁ କଥା ଖୋଲିକରି କହିଛନ୍ତି । ...
ଓଟିଭି ଫୋର୍ସାଇଟ୍ ୨୦୨୨ କାର୍ଯ୍ୟକ୍ରମରେ ଯୋଗଦେଇ TCS iONର Country Head Market Function & Product Group ହେଡ୍ ଗୋପାଳ କ୍ରିଷ୍ଣା ଜିଏସ୍ଏସ୍ ଟେକ୍ନୋଲୋଜି ଉପରେ ଆଲୋକପାତ କରିଛନ୍ତି।
ପ୍ରତିବର୍ଷ ବିଶ୍ୱରେ ୨୭ ହଜାର ଉଦ୍ଭିଦ ପ୍ରଜାତି ନିଶ୍ଚିହ୍ନ ହୋଇଯାଉଛନ୍ତି। ଏହାକୁ ରୋକିବା ପାଇଁ ଏବେଠୁ ଆମେ ଚେଷ୍ଟା ନକଲେ ଆମ ପରପିଢ଼ି ସାଂଘାତିକ ଅସୁବିଧା ଭୋଗିବେ।
ଚାଷୀଙ୍କ ଆୟ ଦୁଇ ଗୁଣା କରିବା ପାଇଁ ବିଶେଷ ଯୋଜନା କରାଯାଉଛି। ପୂର୍ବରୁ ମାନ୍ଦାବସ୍ଥାରେ କୃଷି ଅର୍ଥନୀତି ଦେଶର ଆର୍ଥିକ ବ୍ୟବସ୍ଥାକୁ ସହାୟତା କରିଥିଲା ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି।
ଓଟିଭିର ଦ୍ୱାଦଶ ବାର୍ଷିକ ସମ୍ମିଳନୀ ଫୋର୍ସାଇଟ୍-୨୦୨୨ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓଟିଭିର ୨୫ ବର୍ଷର ଯାତ୍ରାକୁ ସ୍ୱାଗତ ଜଣାଇଛନ୍ତି।
ଫାର୍ମାସିଷ୍ଟଙ୍କୁ ଚଲାଇ ଚଲାଇ ଥାନାକୁ ନେଇ ପୋଲିସ୍ ଜିମା ଦେଲେ ଲୋକେ। ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ଏଭଳି କରିଛନ୍ତି।
ବ୍ଲକ୍ ଅଧ୍ୟକ୍ଷ ପଦ ପାଇଁ ବିଜେଡି କରୁଛି ଘୋଡ଼ା ବେପାର। ଶାସକ ଦଳକୁ ଟାର୍ଗେଟ କରିବା ସହ ଘୋଡ଼ା ବେପାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।
ଆଜି ଅପରାହ୍ଣରେ ଓଡ଼ିଶାରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ମୃଦୁ ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି।
ଆସନ୍ତା ଜୁନ୍ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ସୂଚନା ଦିଆଯାଇଛି।
ଯୁଦ୍ଧ ଭିତରେ ବି ବଞ୍ଚିଛି ମାନବିକତା। ସେମାନେ ଶତ୍ରୁ ହୋଇ ହତ୍ୟା କରିବାକୁ ଆସିଛନ୍ତି ହେଲେ ସେମାନଙ୍କ ପ୍ରତି ବି ମାନବିକତା ଦେଖାଇଛନ୍ତି ୟୁକ୍ରେନବାସୀ।
ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସା ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। କେଉଁଠି ଗୋଷ୍ଠୀ ସଂଘର୍ଷ ହୋଇଛି ତ ଆଉ କେଉଁଠି ଦୁର୍ବୃତ୍ତମାନେ ଘର ଉପରକୁ ଟେକାପଥର ମାଡ଼ କରିଛନ୍ତି, ଆଉ କେଉଁଠି ବୋମାମାଡ଼ ହୋଇଛି।
ୟୁକ୍ରେନରୁ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ଋଷିଆ ରାଷ୍ଟ୍ରପତି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି। ୟୁକ୍ରେନ୍ ସ୍ଥିତି ନେଇ ଉଭୟ ନେତା କଥା ହୋଇଛନ୍ତି।
ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଭିତରେ ୟୁକ୍ରେନରୁ ପ୍ରାୟ ୧୦ ଲକ୍ଷ ଲୋକ ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାଇଲେଣି। ବିଳମ୍ବିତ ରାତିରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର୍ ଜେଲେନସ୍କି ଦେଶବାସୀଙ୍କୁ ସମ୍ବୋଧନ କରି ଋଷିଆ ବିରୋଧରେ ଶକ୍ତ ହୋଇ ଛିଡ଼ା ହେବାକୁ ଆହ୍ୱାନ ଦେଇଛନ୍ତି।
ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର କିଭ୍ ଉପରେ ଋଷିଆ ବଡ଼ ଧରଣର ହମଲା କରିଛି। କିଭ୍ ରେଲ୍ୱେ ଷ୍ଟେସନ ନିକଟରେ ଋଷୀୟ ସେନା ରକେଟ୍ ମାଡ଼ କରିଥିବା ସୂଚନା ମିଳିଛି।
ୟୁକ୍ରେନ ଉପରେ ଆକ୍ରମଣ ଜୋରଦାର କରିଛି ଋଷିଆ। ଆଜି ସକାଳୁ ୟୁକ୍ରେନର ଅନ୍ୟତମ ବୃହତ୍ତମ ଓ ଗୁରୁତ୍ୱପୂର୍ଣ୍ଣ ସହର ଖାରକିଭ୍ରେ ବୋମା ବର୍ଷଣ କରିଛି ଋଷିଆ।
ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ସେପଟେ ଗିରିବାଳା ବେହେରାଙ୍କୁ କଂଗ୍ରେସ କଟକ ମେୟର ପ୍ରାର୍ଥୀ କରିଛି।ପୌର ନିର୍ବାଚନ ସମ୍ପର୍କିତ ବୈଠକ ପରେ କଂଗ୍ରେସ ଗିରିବାଳାଙ୍କ ନାଁ ଘୋଷଣା କରିଛି।
ବଳି ଯାତ୍ରା ପାଳିବା ଲାଗି କୁକୁର ଛୁଆକୁ ହତ୍ୟା କଲେ ଓ ରକ୍ତ ପିଇଲେ। ଅଳ୍ପ ବୟସର ଶିଶୁମାନେ ଖେଳରେ ଖେଳରେ ବଳି ଯାତ୍ରା ପାଳନ ପାଇଁ ଏଭଳି କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି।
କିଭ୍ ଓ ଖାରକିଭ୍ରେ ୟୁକ୍ରେନ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଲାଗିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରବାସୀ ଭାରତୀୟମାନେ ଏବେ ପଡ଼ୋଶୀ ଦେଶ ରୋମାନିଆ, ହଙ୍ଗେରୀ ଓ ପୋଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି।
ରାଜଧାନୀ ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଖାରବେଳ ନଗର ଅଞ୍ଚଳରୁ ପୋଲିସ୍ ଏହିସବୁ ଜାଲ୍ ନୋଟ୍ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।
ନିର୍ବାଚନରେ ହାରିବା ପରେ ରାସ୍ତା ବନ୍ଦ କଲେ ପ୍ରାର୍ଥୀ। ରାସ୍ତାରେ ବଡ଼ ବଡ଼ ଗାତ ଖୋଳିବା ସହ ପଥର ପକାଇ ୫ଟି ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ବନ୍ଦ କରିଛନ୍ତି ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ।