Advertisment

ଫାର୍ମାସିଷ୍ଟଙ୍କୁ ନିସ୍ତୁକ ପିଟିଲେ, ଚଲାଇ ଚଲାଇ ଥାନାକୁ ନେଲେ

ଫାର୍ମାସିଷ୍ଟଙ୍କୁ ଚଲାଇ ଚଲାଇ ଥାନାକୁ ନେଇ ପୋଲିସ୍‌ ଜିମା ଦେଲେ ଲୋକେ। ଚିକିତ୍ସାରେ ଅବହେଳା ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ଏଭଳି କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
pharmacist punished by villagers

pharmacist punished by villagers

‘ମୋ ଝିଅକୁ ଜ୍ୱର ହୋଇଥିଲା। ଚିକିତ୍ସା ଲାଗି ଫାର୍ମାସିଷ୍ଟଙ୍କ ପାଖକୁ ଯାଇଥିଲୁ। ସେ ଝିଅର ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ ଓ ଟେଷ୍ଟ ରିପୋର୍ଟ ମ୍ୟାଲେରିଆ ବାହାରିଥିବା ସେ କହିଥିଲେ। ଏହାପରେ ଫାର୍ମାସିଷ୍ଟ ପାଖରେ ଚିକିତ୍ସା କରାଇଲୁ। ହେଲେ ଶେଷରେ ମୋ’ ଝିଅ  ଆଖି ବୁଜିଲା। ଫାର୍ମାସିଷ୍ଟଙ୍କ ଚିକିତ୍ସା  ଅବହେଳାରୁ ମୋ’ ଝିଅର ଜୀବନ ଗଲା। ମୋ ଝିଅ ବହୁତ ଭଲ ଥିଲା। ମୁଁ କେବେ ଭାବି ନଥିଲି ସେ ଆମକୁ ଏତେ ଶୀଘ୍ର ଛାଡ଼ି ଦେଇ ଚାଲିଯିବ।’  ହୁଏତ ଅନ୍ୟ କେଉଁଠି ଚିକିତ୍ସିତ ହୋଇଥିଲେ ମୋ ଝିଅ ବଞ୍ଚି ଯାଇଥାନ୍ତା। ଏଭଳି କିଛି କୋହଭରା କଣ୍ଠରେ କହିଛନ୍ତି ଝିଅକୁ ସବୁଦିନ ପାଇଁ ହରାଇଥିବା ଜଣେ ହତଭାଗା ବାପା। ମାଲକାନଗିରି ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ଘଟଣା ଜଣାପଡ଼ିବା ପରେ ଲୋକମାନେ ସମ୍ପୃକ୍ତ ଫାର୍ମାସିଷ୍ଟଙ୍କୁ ଚଲାଇ ଚଲାଇ ଥାନାକୁ ନେଇ ପୋଲିସ୍‌ ଜିମା ଦେଇଛନ୍ତି। ଅଟକ ଥିବା ଫାର୍ମାସିଷ୍ଟଙ୍କ ନାଁ ସଞ୍ଜୀବ ବେହେରା। ସେ ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାରେ ଫାର୍ମାସିଷ୍ଟ ଅଛନ୍ତି। ସେ ନିଜ ଘରେ ଔଷଧ ଦୋକାନ ଖୋଲି ରୋଗୀ ଦେଖିଥାନ୍ତି।

ସୂଚନା ଅନୁଯାୟୀ, ଗତ ସୋମବାର ଏମ. ଭି ୪୪ଗାଁର ବାସୁଦେବ ବାଲାଙ୍କ ଝିଅ ବନ୍ଦନା ଵାଲାଙ୍କ ଦେହ ଅସୁସ୍ଥ ଥିଲା। ଝିଅର ଚିକିତ୍ସା ଲାଗି ପରିବାର ଲୋକେ ଫାର୍ମାସିଷ୍ଟ ସଞ୍ଜୀବଙ୍କ ପାଖକୁ ନେଇଥିଲେ। ମ୍ୟାଲେରିଆ ହୋଇଛି ସେ ଭଲ କରିଦେବେ ବୋଲି ସଞ୍ଜୀବ କହିଥିଲେ। ଏହାପରେ ସେ ବନ୍ଦନା ମେଡିସିନ, ଇଞ୍ଜେକ୍ସନ ଦେଇଥିଲେ। ହେଲେ ଗତ ରାତିରେ ଝିଅଟିର ଅବସ୍ଥା ଗୁରୁତର ହୋଇ ଯାଇଥିଲା। ଏହାପରେ ପରିବାର ଲୋକେ ଫାର୍ମାସିଷ୍ଟଙ୍କୁ ଫୋନ୍‌ କରିଥିଲେ। ମାତ୍ର ସେ ନ ଥିବାରୁ ପରିବାର ଲୋକେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ। ସେଠାରେ ଝିଅଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ।

Advertisment

ଚିକିତ୍ସାରେ ଅବହେଳା ଯୋଗୁ ଝିଅଟିର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ଉତ୍ତ୍ୟକ୍ତ ଲୋକେ ଆଜି ସକାଳେ ଫାର୍ମାସିଷ୍ଟଙ୍କ ନିକଟକୁ ଯାଇଥିଲେ। ସେଠାରେ ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏଥିସହ ତାଙ୍କୁ ଚଲାଇ ଚଲାଇ ଥାନାକୁ ଆଣି ପୋଲିସ୍‌ ଜିମା ଦେଇଥିଲେ। 

ମୃତା ନାବାଳିକାଙ୍କ ବାପାଙ୍କ ଅଭିଯୋଗକୁ ଫର୍ମାସିଷ୍ଟ ସଞ୍ଜୀବ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଦୁଇ ଦିନ ପୂର୍ବେ ବାସୁଦେବ ଵାଲା ତାଙ୍କ ଝିଅକୁ ନେଇ ମୋ ପାଖକୁ ନେଇ ଆସିଥିଲେ। ଝିଅକୁ ମ୍ୟାଲେରିଆ ହୋଇଛି ବୋଲି ମୁଁ କହିଥିଲି। ଏହାପରେ ଝିଅକୁ କୋରାପୁଟ ଡାକ୍ତରଖାନାକୁ ନେଇଯାଅ ବୋଲି ମୁଁ କହିଥିଲି। ତାଙ୍କ ବାପା,ମା’  ଝିଅକୁ ଭଲ କରିଦେବା ପାଇଁ ମୋତେ ଅନୁରୋଧ କରିଥିଲେ। ଅନ୍ୟ ସ୍ଥାନରେ ଦେଖାଇବା ପାଇଁ ମୁଁ ବହୁତ ବୁଝାଇଥିଲେ ମଧ୍ୟ ସେମାନେ କିଛି ଶୁଣି  ନଥିଲେ। ଗତକାଲି ଝିଅଟିର ମୃତ୍ୟୁ ଘଟିଥିଲା।’

Negligence In Treatment
Advertisment
Advertisment