ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ଆଜି ୧ ତାରିଖ, ବୁଧବାର। ଘାତ ବାର- କର୍କଟ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଦିବା ୧ ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୯/୪୭/୧୩ ।
ଗାଡ଼ିରେ ଲାଗିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍। ଏଥିପାଇଁ ଆଜିଠୁ ଆବେଦନ କରି ହେବ। ଆବେଦନ କରିବା ପରେ କିଛି ଦିନ ମଧ୍ୟରେ ଆପଣଙ୍କ ଡିଲରଙ୍କ ପାଖକୁ ନମ୍ବର ପ୍ଲେଟ୍ ଆସିଯିବ।
ଶସ୍ତା ହେଲା LPG ଗ୍ୟାସ୍ ସିଲିଣ୍ଡର ଦାମ୍। ଆଜି ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ କମ୍ କରିଛନ୍ତି। ୧୯ କିଲୋ ଏଲ୍ପିଜି ସିଲିଣ୍ଡର ଦାମ୍ ୧୩୫ ଟଙ୍କା ଶସ୍ତା ହୋଇଛି।
ପଞ୍ଜାବରେ ଗ୍ୟାଙ୍ଗ ଓ୍ୱାର୍ କୌଣସି ନୂଆ କଥା ନୁହେଁ। ଏଭଳି ଅନେକ ବ୍ୟକ୍ତିଙ୍କୁ ରାସ୍ତା ଉପରେ ହତ୍ୟା କରାଯାଇଛି। ବିଗତ ୧୦ ବର୍ଷରେ ପଞ୍ଜାବରେ ଅପରାଧ ସାମ୍ରାଜ୍ୟ ବଢ଼ିଛି।
ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୌଣସି ଉପାନ୍ତ ଅଞ୍ଚଳରେ ଏହି ଘଟଣା ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରେ ଘଟଣା ଘଟିଛି। ପ୍ରଥମ ସାବିତ୍ରୀ ବ୍ରତ ପାଳନ କରିବା ପୂର୍ବରୁ ସତ୍ୟବାନ୍ ଖୋଦ୍ ସାବିତ୍ରୀର ଜୀବନ ନେଇଯାଇଛନ୍ତି।
ସିମ୍ଲାରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ୍ କିଷାନ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ୨୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।
କଂଗ୍ରେସକୁ ବାଏ ବାଏ କହିଥିବା ହାର୍ଦ୍ଦିକ ପଟେଲ ବିଜେପିରେ ଖୁବ୍ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି। ଜୁନ୍ ୨ରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି।
ସିଦ୍ଧୁଙ୍କ ମୃତ୍ୟୁକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ମାତ୍ର ୨୮ ବର୍ଷ ବୟସରେ ସେ ଦୁନିଆକୁ ଅଲ୍ବିଦା କହିଦେବେ ବୋଲି କେହି ବି ବିଶ୍ୱାସ କରିପାରୁ ନାହାନ୍ତି।। ସିଦ୍ଧୁଙ୍କ ମୃତ୍ୟୁ ପରେ ସୋସିଆଲ୍ ମିଡିଆରେ ତାଙ୍କର ଗୀତ ଓ ପୋଷ୍ଟ୍ ଭାଇରାଲ୍ ହେବାରେ ଲାଗିଛି।
ତାରା ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାସହ ଦୁର୍ଘଟଣାସ୍ଥଳରୁ ବିମାନର ବ୍ଲାକ ବକ୍ସ ଉଦ୍ଧାର କରାଯାଇ ବେସ୍ ଷ୍ଟେସନକୁ ନିଆଯାଇଛି।
ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ସମୟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା(Singer Sidhu Moose Wala)ଙ୍କ ପୋଷ୍ଟମ ରିପୋର୍ଟରେ ବଡ଼ ଖୁଲାସା ହୋଇଛି। ଗତକାଲି ରାତିରେ ୫ ଜଣିଆ ଡାକ୍ତରୀ ଟିମ୍ ମୃତଦେହର ପୋଷ୍ଟମର୍ଟମ କରିଛନ୍ତି।
ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲରାର ମାଷ୍ଟରମାଇଣ୍ଡ୍ ଗୋଲ୍ଡି ବ୍ରାର୍ର ପ୍ରକୃତ ନାମ ସତ୍ୱିନ୍ଦରଜିତ୍ ସିଂ। ସେ A+ କ୍ୟାଟେଗୋରୀର ଗ୍ୟାଙ୍ଗଷ୍ଟର ଥିବାବେଳେ କୋର୍ଟ ତାକୁ ପଳାତକ ଘୋଷଣା କରିଛନ୍ତି।
ବିବାହ ବନ୍ଧନରେ ବାନ୍ଧି ହୋଇ ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ହେଲେ ଗୋଟିଏ ଜନ୍ମରେ ସବୁକିଛି ଓଲଟ ପାଲଟ ହୋଇଗଲା। ବିଧିର ବିଧାନ ଥିଲା କିଛି ଅଲଗା। ପରିବାରକୁ ଏମିତି ଦୁର୍ଭାଗ୍ୟ ମାଡ଼ି ଆସିଲା ଯେ କଡ଼ ଲେଉଟାଇ ସବୁ କିଛି ଛାରଖାର କରିଦେଲା।...
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଶ୍ରୀକ୍ଷେତ୍ର ଯାଇ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କ ପାଇଁ ରହିଥିବା ବ୍ୟାଟେରୀ ଅଟୋ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି।
ସପ୍ତାହର ପ୍ରଥମ ଦିନରେ ସୁନା ଓ ରୂପା ଦର ବୃଦ୍ଧି ଘଟିଛି। ଆଜି ମାର୍କେଟ୍ରେ ଟ୍ରେଡିଂ ଆରମ୍ଭ ହେଉ ହେଉ ସୁନା ଓ ରୂପା ଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି।
କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଜେରା ବେଳେ ଅଭିଯୁକ୍ତ ଶାହରୁଖ ସ୍ପେଶାଲ୍ ସେଲ୍କୁ କହିଛି, ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା ପାଇଁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର୍ ଓ ଲରେନ୍ସ ବିଷ୍ଣୋୟୀ ସୁପାରୀ ଦେଇଥିଲେ।
ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ତାରା ଏୟାରର 9N-AET ବିମାନର ପାଇଲଟ୍ ନେପାଳର ଜୋମ୍ସୋମ୍ ଏୟାର ଟ୍ରାଫିକ କଣ୍ଟ୍ରୋଲ (Air traffic control) ସହ କଥା ହୋଇଥିଲେ। ଏହି ସମୟରେ ପାଣିପାଗ ସମ୍ପର୍କରେ ସେ ପଚାରି ବୁଝିଥିଲେ।
ବିମାନ ଦୁର୍ଘଟଣାସ୍ଥଳରୁ ନେପାଳ ସେନା ୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହ ଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ, କାହାକୁ ଚିହ୍ନି ହେଉନଥିବା ନେପାଳ ପୋଲିସ ସୂଚନା ଦେଇଛି।
ରାଜଧାନୀ ଭୁବନେଶ୍ୱରରେ ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ସହକାରୀ ମହିଳା ପ୍ରଫେସର ଏଭଳି ଅଭିଯୋଗ ଆଣିଛନ୍ତି।
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରେ ଲାଗିଛି। ଏନେଇ ରୁଷ୍ ସ୍ପାଏ ଏଜେନ୍ସି FSB ଏକ ରିପୋର୍ଟରେ ଏସମ୍ପର୍କରେ ସୂଚନା ଦେଇଛି।