ଆଜି ସକାଳେ ନେପାଳ ସେନା ବିମାନର ଦୁର୍ଘଟଣାସ୍ଥଳ ଠାବ କରିଛନ୍ତି। ସେନା ଓ ରେସ୍କ୍ୟୁ ଟିମ୍ ଆଜି ସକାଳୁ କ୍ରାଶ୍ ସାଇଟ୍ରେ ପହଞ୍ଚି ବିମାନର ଧ୍ୱଂସାବଶେଷ ଠାବ କରିଛନ୍ତି ବୋଲି ସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା କରିବା ପାଇଁ କାନାଡ଼ାରୁ ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା। କାନାଡ଼ାର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍ ଓ ଲକି ହତ୍ୟା ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିବା କୁହାଯାଉଛି।
ବହରାଇଚ-ଲଖିମପୁର ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି।
ଗୁଳିମାଡ଼ କରି ଏକ ପାକିସ୍ତାନୀ ଡ୍ରୋନ୍କୁ ଖସାଇ ଦିଆଯାଇଛି। ଡ୍ରୋନ୍ଟି ଅନ୍ତର୍ଜାତୀୟ ସୀମା ପାର୍ ହୋଇ ଭାରତୀୟ ସୀମାକୁ ଚାଲି ଆସିଥିଲା। ଏହା ଜଣାପଡ଼ିବା ପରେ ସୁରକ୍ଷାକର୍ମୀ ଗୁଳିମାଡ଼ କରି ଏହି ଡ୍ରୋନ୍କୁ ଖସାଇ ଥିଲେ।
ରାଜଧାନୀ ଭୁବନେଶ୍ୱରରେ ବଳି ପଡୁଛି ଶହ ଶହ ପୁରୁଣାକାଳିଆ ଗଛ। ଏସବୁ ଗଛକୁ ବିଧାୟକମାନଙ୍କ ପାଇଁ ସରକାରୀ ସୌଧ ନିର୍ମାଣ ଲାଗି କାଟି ସଫା କରି ଦିଆଯାଉଛି।
ଏଲିଏନ୍ ସହ ପ୍ରେମ। ବିଶ୍ୱାସ ହେଉନଥିଲେ ବି ସତ। ଏଭଳି ଏକ ପ୍ରେମ କାହାଣୀର ଖୁଲାସା କରିଛନ୍ତି ଲଣ୍ଡନର ଜଣେ ମହିଳା। ଏଲିଏନ୍ ବୟଫ୍ରେଣ୍ଡ୍କୁ ଏତେ ପସନ୍ଦ କରନ୍ତି ଯେ, ସେ ଏଲିଏନ୍ର ଏକ କଣ୍ଢେଇକୁ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଛି।
ନେପାଳର ଏକ ଘରୋଇ ବିମାନ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ୩ ଜଣ କ୍ରିଉ ମେମ୍ବରଙ୍କ ସମେତ ୧୯ ଜଣ ଯାତ୍ରୀଙ୍କୁ ନେଇ Tara Air 9 NAET ବିମାନଟି ଟୁରିଷ୍ଟ୍ ଟାଉନ୍ ପୋଖରାରୁ ଜୋମ୍ସୋମ୍ ଯାଉଥିଲା।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ କେରଳରେ ପହଞ୍ଚିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସକାଳ ୬ଟା ପୂର୍ବରୁ ଓ ସନ୍ଧ୍ୟା ୭ଟା ପରେ ଲିଖିତ ସହମତି ବିନା କୌଣସି ମହିଳା କର୍ମଚାରୀଙ୍କୁ କାମ କରିବା ପାଇଁ ବାଧ୍ୟ କରାଯିବନି। ଯଦି ବିଳମ୍ବ ସମୟ ଯାଏ କୌଣସି ମହିଳା କର୍ମଚାରୀ କାମ କରନ୍ତି ତା’ହେଲେ ତାଙ୍କୁ ମାଗଣାରେ ପରିବହନ, ଖାଦ୍ୟ ଓ ସେମାନଙ୍କର ସୁରକ୍ଷା ଉପରେ...
ମହଙ୍ଗା ପଡ଼ିଲା ‘KGF 2’ ନିଶା। ୟଶ୍ ଓରଫ ରକି ଭାଇଙ୍କ ସିଗାରେଟ୍ ଟାଣିବା ଷ୍ଟାଇଲ୍କୁ କପି କରି ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ଜଣେ ନାବାଳକ।
‘KGF 2’ରେ ୟଶ୍ଙ୍କ ଆକ୍ସନ ଓ ଦମ୍ଦାର୍ ଡାଇଲଗ୍ ଦର୍ଶକଙ୍କୁ ଏତେ ପସନ୍ଦ ଆସିଛି ଯେ, ଏହାର ପାର୍ଟ-୩ ରିଲିଜ୍କୁ ଦର୍ଶକ ଚାହିଁଛନ୍ତି। ଏହାର ପାର୍ଟ-୩ ରିଲିଜ୍ ନେଇ କିଛିଦିନ ପୂର୍ବେ ‘KGF’ ମେକର୍ସ ଘୋଷଣା କରିଥିଲେ।
ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁ କରୁ ପୋଲିସ୍ ହାତରେ ଲାଗିଲା ବଡ଼ ସୁରାଗ। ପୁରୀ ସେବାୟତ ଶିବରାମ ପାତ୍ର ହତ୍ୟାକାଣ୍ଡ ମାମଲାର ତଦନ୍ତ ବେଳେ ବେଆଇନ ବନ୍ଧୁକ କାରବାର ନେଇ ପୋଲିସ ହାତରେ ସୁରାଗ ଲାଗିଛି।
ରାଜ୍ୟରେ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ୧୩ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି।
ପୁଣି ବଢ଼ିଲା ସୁନା ଓ ରୂପା ଦର। ଆଜି ସୁନା ପ୍ରତି ୧୦ ଗ୍ରାମକୁ ୨୫୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ରୂପା ପ୍ରତି କିଲୋକୁ ୯୩୩ ଟଙ୍କା ମହଙ୍ଗା ହୋଇଛି।
ପୂର୍ବ ତିମୋର ଉପକୂଳରେ ଏକ ଭୟଙ୍କର ଭୂକମ୍ପର ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏହି ବଡ଼ ଧରଣର ଭୂକମ୍ପ ଯୋଗୁ ଭାରତ ମହାସାଗରରେ ସୁନାମୀ ଆସିପାରେ।
ଜୁନ୍ ୨ରୁ ଯୁକ୍ତ ୨ ଖାତା ମୂଲ୍ୟାୟନ ଆରମ୍ଭ ହେବ। ୬୪ କେନ୍ଦ୍ରରେ ଅଫ୍ଲାଇନ୍ ଓ ୩୭ଟି କେନ୍ଦ୍ରରେ ଅନ୍ଲାଇନ୍ ମୂଲ୍ୟାୟନ ହେବ।
ନକଲି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି।
କିଛିଦିନ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ହୋଇଥିବା ବେଳେ ଏବେ ଏକ ସିଂହୀର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
କଟକ ମ୍ୟୁନିସିପାଲ୍ କର୍ପୋରେସନ୍(CMC) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁପଚୁପ୍ ତିଆରି ସ୍ଥାନରେ ରେଡ୍ କରାଯାଇଛି। ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ କଟକ ଶଙ୍କରପୁର ଅଞ୍ଚଳରେ ଆଜି ସକାଳୁ ସକାଳୁ ରେଡ୍ କରିଛି।
ଦଣ୍ଡ ମୁକ୍ତ ଅଞ୍ଚଳରେ ଜଣେ ସ୍କୁଲ୍ ଛାତ୍ରୀଙ୍କୁ ଦଣ୍ଡ ଦିଆଯାଇଥିବାର ଅଭିଯୋଗ ହୋଇଛି। ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦଣ୍ଡ ଦେବାକୁ ଯାଇ ଜଣେ ଶିକ୍ଷୟିତ୍ରୀ ନିର୍ଧୂମ ମାଡ଼ ମାରିଥିବା ଅଭିଯୋଗ ହୋଇଛି।