/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653885533.jpg)
Russian President Vladimir Putin Given 3 Years To Live
ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍(Vladimir Putin)ଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାରେ ଲାଗିଛି। ଏନେଇ ରୁଷ୍ ସ୍ପାଏ ଏଜେନ୍ସି FSB ଏକ ରିପୋର୍ଟରେ ଏସମ୍ପର୍କରେ ସୂଚନା ଦେଇଛି। ଇଣ୍ଟେଲିଜେନ୍ସ ସୂତ୍ରରୁ ଉଦ୍ଧୃତ କରି ‘The Mirror’ର ରିପୋର୍ଟ ଅନୁସାରେ, ‘ପୁଟିନ୍ ଆଉ ମାତ୍ର ୩ ବର୍ଷ ବଞ୍ଚିବେ ବୋଲି ଡାକ୍ତର କହିଛନ୍ତି।’
ରିପୋର୍ଟରେ ଆହୁରି କୁହାଯାଇଛି ଯେ, ପୁଟିନ୍ଙ୍କୁ ବ୍ଲଡ୍ କ୍ୟାନ୍ସର ହୋଇଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରୁଥିବା FSB ଅଫିସର ସୂଚନା ଦେଇଛନ୍ତି। ଏହାସହ ପୁଟିନ୍ଙ୍କ ଦୃଷ୍ଟିଶକ୍ତି ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ବେଳେ ବେଳେ ତାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ସବୁ ଥରୁଛି।’
ମିଳିଥିବା ସୂଚନା ଅନୁସାରେ, ଚଷମା ବ୍ୟବହାର କରିବା ଲାଗି ପୁଟିନ୍ ମନା କରୁଛନ୍ତି । କାରଣ ଏହାଦ୍ୱାରା ସେ ଆହୁରି ଦୁର୍ବଳ ହୋଇଯିବେ ବୋଲି ଭାବୁଛନ୍ତି।
ପୁଟିନ୍ ବ୍ଲଡ୍ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଏକ ସିକ୍ରେଟ୍ ରିପୋର୍ଟରୁ ଜଣାପଡ଼ିଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତାର ଭାବେ ସଙ୍କଟାପନ୍ନ ହେବାରେ ଲାଗିଛି ଓ ସେ ଜୀବନ ମରଣ ସହ ସଂଘର୍ଷ କରୁଥିବା ସୂଚନା ମିଳିଛି। ଏନେଇ ଜଣେ ପୂର୍ବତନ ବ୍ରିଟିଶ ଗୁପ୍ତଚର ଖ୍ରୀଷ୍ଟୋଫର ଷ୍ଟେଲି ସୂଚନା ଦେଇଥିଲେ। ରୁଷ୍-ୟୁକ୍ରେନ ଯୁଦ୍ଧ ପରଠାରୁ ପୁଟିନ ଅଧିକ ଅସୁସ୍ଥ ହେବାସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତାର ଭାବେ ବିଗିଡ଼ିବାରେ ଲାଗିଛି।
ୟୁକ୍ରେନ ସହ ଯୁଦ୍ଧ ପରଠାରୁ ପୁଟିନ୍ଙ୍କୁ ବହୁତ କମ୍ ଥର ସର୍ବସାଧାରଣରେ ଦେଖିବାକୁ ମିଳିଛି। ସୂଚନାଥାଉ କି, ଗତ ସପ୍ତାହରେ ମସ୍କୋର ବିଜୟ ଦିବସ ଉପଲକ୍ଷେ ପୁଟିନ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ଏହି ସମୟରେ ସେ ଅସୁସ୍ଥ ଥିବା ଜଣାପଡ଼ିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)