• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ଆଜି ୧ ତାରିଖ, ବୁଧବାର। ତିଥି – ୨ୟା ରାତ୍ରି ୦୯ /୪୭/୧୩ ଗତେ ୩ୟା। ଚନ୍ଦ୍ର -  ମିଥୁନ ଅହୋରାତ୍ର। ଘାତ ଚନ୍ଦ୍ର-  କନ୍ୟା ରାଶିର ଅହୋରାତ୍ର। ଘାତ ବାର- କର୍କଟ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଦିବା  ୧ ପାଦ - ପଶୁସମ୍ପଦ ନାଶ- ଅନ୍ନଦାନ ରାତ୍ରି ୦୯/୪୭/୧୩ ।

ଶୁଭ ସମୟ- ପ୍ରାତଃ ୦୭/୪୮/୨୪ ରୁ ୦୮/୨୭/୪୬, ଦିବା ୧୦/୦୬/୧୦ରୁ ୧୧/୧୮/୨୯, ଦିବା ୦୧/୫୫/୦୯ ରୁ ୦୫/୨୫/୪୦, ସନ୍ଧ୍ୟା ୦୬/୧୮/୦୯ ରୁ ୦୯/୫୫/୪୪, ରାତ୍ରି ୧୨/୦୬/୦୧ ରୁ ୦୧/୩୩/୧୯
ଅଶୁଭ ସମୟ- ରାହୁ କାଳ-  ଦିବା ୧୧/୪୪/୩୩ ରୁ ୦୩/୨୨/୫୭, କାଳ ବେଳା -  ଦିବା ୦୮/୨୭/୪୬ ରୁ ୧୦/୦୬/୧୦, ବାର ବେଳା – ଦିବା ୧୧/୪୪/୩୩ ରୁ ୦୩/୨୨/୫୭, କାଳ ରାତ୍ରି -  ରାତ୍ରି ୦୨/୨୭/୪୨ ରୁ ୦୩/୪୯/୧୮

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: ଆବଶ୍ୟକତା ଠାରୁ ଅଧିକ ଧନ ପାଇବେ। ଭାଗ୍ୟର ସହଯୋଗରେ ପୂର୍ବରୁ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ। ଘରେ ବନ୍ଧୁ ମିଳନ ହେବ।
ପ୍ରତିକାର: ମା’ ବଗଳାମୁଖିଙ୍କ ପୂଜାର୍ଚ୍ଚନା କରନ୍ତୁ

ବୃଷ: ଭାବୁଥିବା କାମଟିକୁ ସମ୍ପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିବେ। ନୂତନ ପୋଷାକ ଅଳଙ୍କାର ନିଜ ପାଇଁ କିଣି ପାରନ୍ତି। ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କ ସହିତ ଆଲୋଚନା କରିବେ।
ପ୍ରତିକାର – ପର୍ଶୁରାମଙ୍କର ପୂଜାର୍ଚ୍ଚନା କରନ୍ତୁ

ମିଥୁନ:  ଧର୍ଯ୍ୟର ସହିତ ସବୁ କାର୍ଯ୍ୟକୁ ସମାଧାନ କରିପାରିବେ। ଆର୍ଥିକ ସ୍ଥିତିରେ ପୂର୍ବ ଅପେକ୍ଷା ଉନ୍ନତି ହେବ। ଆପଣଙ୍କର କର୍ତ୍ତବ୍ୟ ନିଷ୍ଠା  ଯୋଗୁ ଅନ୍ୟମାନଙ୍କର ଆଦର ପାଇବେ।
ପ୍ରତିକାର – ମା ଦତାତ୍ରେୟଙ୍କ ମନ୍ତ୍ର ପାଠ କରନ୍ତୁ ।

କର୍କଟ: ନିଜର ଜିନିଷ ଅନ୍ୟକୁ ଦେଇ ଅପମାନିତ ହେବେ। ପରିବାରର ପରିସ୍ଥିତିକୁ ନେଇ ମନ ଭାରାକ୍ରାନ୍ତ ରହିବ। ଅପେକ୍ଷା କରିଥିବା ଖବରଟି ନପାଇ ବ୍ୟସ୍ତ ହୋଇପଡିବେ। 
ପ୍ରତିକାର – ଶ୍ରୀ ଗଣେଷଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

ସିଂହ: ପଡୋଶୀଙ୍କ ସହ ଚତୁରତାର ସହ କଥା କହି କାର୍ଯ୍ୟ ହାସଲ କରିବେ। ଆଗରୁ ଭୋଗୁଥିବା ସ୍ୱାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବେ। ଦୁଃସାହାସିକ ପଦକ୍ଷପ ନେଇ ରାଜନୀତିରେ ସଫଳତା ପାଇବେ। 
ପ୍ରତିକାର – ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କନ୍ୟା: ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ପାରନ୍ତି। ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷା ପାଇବେ। ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିପାରିବେ।
ପ୍ରତିକାର -  ଶ୍ରୀ  ବିଷ୍ଣୁଙ୍କର ପୂଜାର୍ଚ୍ଚନା କରନ୍ତୁ

ତୁଳା: ଆପଣଙ୍କର ଧ୍ୟାନ ପରିବାର ଓ ପଇସା  ଦିଗରେ ଲାଗି ରହିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ।
ପ୍ରତିକାର – ମହାଲକ୍ଷ୍ମୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ବିଛା: ଅନିୟମିତ ଖାଦ୍ୟ ଖାଇବା ଯୋଗୁ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ। ମହିଳାମାନେ ପାରିବାରିକ ସମସ୍ୟାରେ ବୁଡି ରହିବେ। ନିଜ ଲୋକମାନେ ତାଙ୍କର ସ୍ୱାର୍ଥପାଇଁ ନିଜକୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ।
ପ୍ରତିକାର – ନୃଶିଂଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।

ଧନୁ: କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଆଲୋଚନାର ପାତ୍ର ହେବେ। ସତ୍‌ସଙ୍ଗ ଓ ଦେବତା ଦର୍ଶନରେ ମନ ନିବେଶ କରିବେ। ମାଲିମୋକଦମାରେ ବିଜୟୀ ଲାଭ କରିବେ।
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ମକର: ଆଗରୁ ଭୋଗୁଥିବା ସ୍ୱାସ୍ଥ୍ୟଗତ ସମସ୍ୟାରେ ଉନ୍ନତି ହେବ। ଋଣ ସୂତ୍ରରେ ଅର୍ଥ ଲାଭ କରିପାରନ୍ତି। ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତ ଆରମ୍ଭ କରିବେ।
ପ୍ରତିକାର – ମଦାଦେବଙ୍କର ଦର୍ଶନ କରନ୍ତୁ ।

କୁମ୍ଭ: ଦେବୀମାତାଙ୍କ ଧ୍ୟାନରେ ମନରେ ସକାରତ୍ମକ ଶକ୍ତି ସଂଚାର ହେବ। ପରିଶ୍ରମ ଅନୁସାରେ ଯଥେଷ୍ଟ ଲାଭ ପାଇବେ। ଅଧିକାରୀଙ୍କ ସହିତ ତାଳମେଳ ରଖନ୍ତୁ ଫାଇଦା ହେବ।
ପ୍ରତିକାର – ଦକ୍ଷିଣ କାଳୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ମୀନ: ବହୁ  ଚେଷ୍ଟା କଲେ ମଧ୍ୟ ଓଲଟା ଫଳ ପାଇବେ। ଘରର ସମ୍ପତ୍ତିକୁ ନେଇ କଳହ ଦେଖା ଦେଇପାରେ। ପ୍ରେମ କ୍ଷେତ୍ରରେ ଅସଫଳତା ଦେଖା ଦେଇପାରେ।
ପ୍ରତିକାର -  ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)