/odishatv-khabar/media/post_attachments/uploadimage/library/16_9/16_9_0/s_1653890670.jpg)
Missing Tara Air plane crashed: 14 bodies recovered
ବିମାନ ଦୁର୍ଘଟଣାସ୍ଥଳରୁ ନେପାଳ ସେନା ୧୪ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତଦେହ ଗୁଡ଼ିକ ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ, କାହାକୁ ଚିହ୍ନି ହେଉନଥିବା ନେପାଳ ପୋଲିସ ସୂଚନା ଦେଇଛି। ତେବେ ପ୍ରତିକୂଳ ପାଗ ସତ୍ତ୍ୱେ ଅନ୍ୟମାନଙ୍କୁ ଠାବ କରିବା ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି।
ଆଜି ସକାଳେ ନେପାଳ ସେନା ବିମାନର ଦୁର୍ଘଟଣାସ୍ଥଳ ଠାବ କରିଛନ୍ତି। ସେନା ଓ ରେସ୍କ୍ୟୁ ଟିମ୍ ଆଜି ସକାଳୁ କ୍ରାଶ୍ ସାଇଟ୍ରେ ପହଞ୍ଚି ବିମାନର ଧ୍ୱଂସାବଶେଷ ଠାବ କରିଛନ୍ତି ବୋଲି ସେନା ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ତାରା ଏୟାରର 9N-AET ବିମାନଟି ଗତକାଲି ୨୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ନିଖୋଜ ହୋଇଥିଲା। ଏହା ପରେ ବିମାନଟି ମୁସ୍ତାଙ୍ଗ ଜିଲ୍ଲାର କୋଓ୍ୱାଙ୍ଗ ଗାଁ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଜଣାପଡ଼ିଛି।
ଗତକାଲି ନିଖୋଜ ବିମାନକୁ ଠାବ ଲାଗି ସେନା ପକ୍ଷରୁ ହେଲିକପ୍ଟର ସାହାଯ୍ୟରେ ସର୍ଚ୍ଚ ଅଫରେସନ କରାଯାଇଥିଲା। ହେଲେ ପ୍ରବଳ ତୁଷାରପାତ ଯୋଗୁ ଏହାକୁ ବନ୍ଦ ରଖାଯାଇଥିଲା। ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଗତକାଲି ବିମାନଟି ୨୨ ଜଣଙ୍କୁ ନେଇ ପୋଖରାରୁ ଜୋମ୍ସୋମ୍ ଯାତ୍ରା କରିଥିଲା। ଏହାପରେ ଧଉଳଗିରି ଯିବାବେଳେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)