ହାଇଦ୍ରାବାଦରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି।
ଗତ କିଛିଦିନ ହେବ କରୋନା ସଂକ୍ରମଣ ଯେଉଁଭଳି ଭାବେ ବୃଦ୍ଧି ପାଉଛି ତାକୁ ନେଇ ଚିନ୍ତା ବଢ଼ିଛି। ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ କହିଛନ୍ତି।
ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ୯ ଘଣ୍ଟାର ଜେରା ପରେ ଛାଡ଼ିଲା ED। ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍ରେ ତାଙ୍କୁ ହାଜର ପାଇଁ ED ପକ୍ଷରୁ ନୋଟିସ୍ ହୋଇଥିଲା।
କାଳବୈଶାଖୀ ଓ ବଜ୍ରପାତ ଆଶଙ୍କା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏ ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି।
ବୃତ୍ତିର ବାଧ୍ୟବାଧକତାରେ ଆମେରିକାରେ ରହୁଛନ୍ତି ସିନା ମନ କିନ୍ତୁ ଗାଁରେ। ଗାଁର ପାଣି ପବନ, ଠାକୁର ମନ୍ଦିର ସବୁ ଯେମିତି ତାଙ୍କୁ ପ୍ରତି ମୁହୂର୍ତ୍ତରେ ଆନମନା କରେ। ଆଉ ଏଇ ନିକଟରେ ସେ ତା’ର ବଡ଼ ପ୍ରମାଣ ଦେଇଛନ୍ତି।
ପାର୍ଟିରେ ଯୋଗ ଦେବାକୁ ପବ୍ ଯାଇଥିବା ନାବାଳିକାଙ୍କୁ ପାର୍ଟି ପରେ ଗଣଦୁଷ୍କର୍ମ ! ଏକ କାର୍ ଭିତରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦରୁ ଏଭଳି ଅଭିଯୋଗ ଆସିଛି।
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଦିଲ୍ଲୀ ଓ ପଞ୍ଜାବ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଛାନ୍ଭିନ୍ ଚଳାଇଛି। ସନ୍ଦେହ କରାଯାଉଛି ଯେ, ସିଦ୍ଧୁଙ୍କୁ ହତ୍ୟା କରିବା ପରେ ଶୁଟର୍ ନେପାଳରେ ଲୁଚି ଥାଇପାରେ।
ଓଡ଼ିଶାକୁ ପୁଣି ଫେରିଲା ସ୍ୱାଇନ୍ ଫ୍ଲୁ। ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ସ୍ୱାଇନ୍ ଫ୍ଲୁ ରିପୋର୍ଟ ପଜିଟିଭ୍ ଆସିଛି। ଅନ୍ୟ ଜଣଙ୍କର ରିପୋର୍ଟ ଆସିନି। ବଡ଼ କଥା ହେଲା, ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି କରି ଉଭୟ ଆବେଦନକାରୀଙ୍କ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ଜରିମାନା ଲଗାଯାଇଛି।
ଗତକାଲି ଜମ୍ମୁ-କାଶ୍ମୀର କୁଲଗାମ୍ ଜିଲ୍ଲାରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ବ୍ୟାଙ୍କ୍ ଭିତରେ ପଶି ବ୍ୟାଙ୍କ୍ ମ୍ୟାନେଜର ବିଜୟ କୁମାରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବିଜୟଙ୍କୁ ଅଳ୍ପ ବୟସରୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ବ୍ରଜରାଜନଗରରେ କାହା ହାତକୁ ଯିବ କ୍ଷମତା ? କିଏ ମାରିବେ ବାଜି ? ଲୋକଙ୍କ ଆସ୍ଥା ଜିତିବାରେ କିଏ ହୋଇଛି ସଫଳ ? ରାଜ୍ୟର ଏହି ଚର୍ଚ୍ଚିତ ଓ ହଟ୍ ସିଟ୍ରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି।
ପେଟ୍ରୋଲ ଓ ଡିଜେଲ ଦର ୧ ଟଙ୍କା କମିଲେ ମଧ୍ୟ ସାଧାରଣଜନତାଙ୍କ ପାଇଁ ଏହା ବଡ଼ ଆଶ୍ୱସ୍ତିକର ତଥା ଖୁସି ଖବର ବୋଲି କୁହାଯାଇଥାଏ। ତେବେ ପେଟ୍ରୋଲ ଓ ଡିଜେଲ ଆହୁରି ଶସ୍ତା ହେବ ବୋଲି ଆଶା କରାଯାଉଛି।
ପଶ୍ଚିମ ଓଡ଼ିଶାର ହଟ୍ ସିଟ୍। ବଡ଼ ନେତା, ହାଇପ୍ରୋଫାଇଲ୍ ଉପନିର୍ବାଚନ। କାହା ହାତକୁ ଯିବ କ୍ଷମତା ? ବ୍ରଜରାଜନଗର ଉପନିର୍ବାଚନର ଆଜି ଭୋଟ୍ ଗଣତି। ସକାଳ ୮ ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହୋଇଛି। ଏହାପରେ ଇଭିଏମ୍ ଗଣତି କରାଯିବ।
ହଠାତ୍ କୋଭିଡ୍ କେସ୍ ବଢ଼ିବା ପରେ ମୁମ୍ବାଇରେ କୋଭିଡ୍ ଟେଷ୍ଟିଂକୁ ଆହୁରି ବଢ଼ା ଯାଇଛି। ମୁମ୍ବାଇରେ କୋଭିଡ୍ ଟେଷ୍ଟିଂ ସମୟରେ ପଜିଟିଭ୍ ରେଟ୍ ୬%ରେ ପହଞ୍ଚିଥିବା ଦେଖିବାକୁ ମିଳିଛି।
୨୦୨୧-୨୨ ଆର୍ଥିକ ବର୍ଷରେ ୮.୭% GDP ବଢିଛି। ୨୦୨୦-୨୧ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ୬.୬% ସଙ୍କୋଚିତ ହୋଇଥିଲା।
କଟକ ବାରବାଟୀ ଷ୍ଟାଡିୟମରେ T20 ମ୍ୟାଚ୍ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଛି।
ବୟସ ସିନା କଅଁଳ ମନର ସାହସ କିନ୍ତୁ ପଥର ପରି ଟାଣ..ଆଉ ସେଇ ସାହସ ପାଇଁ କୁମ୍ଭୀର ମୁହଁରୁ ମୁକୁଳି ଆସିଛି ଓମ୍ ପ୍ରକାଶ। ତା’ ସାହସ ପାଇଁ ଏବେ ସବୁଠି ଚର୍ଚ୍ଚା...ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ସାବାସ୍ ଓମ୍..ସାବାସ୍।
ସଙ୍ଗୀତ ଦୁନିଆରେ କଳା ବାଦଲ। ଆଗ ପଛ ହୋଇ ଚାଲିଗଲେ ସୁନାମଧନ୍ୟ ୩ ଗାୟକ। ୭ ଦିନ ମଧ୍ୟରେ ତିନି ତିନି ଜଣ ପ୍ରସିଦ୍ଧ ଗାୟକଙ୍କ ମୃତ୍ୟୁକୁ ନେଇ ମ୍ୟୁଜିକ୍ ଇଣ୍ଡଷ୍ଟ୍ରି ଏକ ପ୍ରକାର ସ୍ତବ୍ଧ ହୋଇଯାଇଛି। ଏପରି ଲାଗୁଛି ସତେ ଯେମିତି ସଙ୍ଗୀତ ଦୁନିଆରେ ଯମରାଜଙ୍କ କୋପ ଦୃଷ୍ଟି ପଡ଼ିଛି।
ଆଜିଠୁ ବଢ଼ିଲା କଞ୍ଚା ଛେନା ଓ ପନିର ଦାମ୍। ଓମ୍ଫେଡ୍ କ୍ଷୀର ଦାମ୍ ଦୁଇ ଦୁଇ ଥର ଦର ବଢାଇ ସାରିଥିବା ବେଳେ ଗତ ୪ବର୍ଷ ଧରି ଛେନା ଏବଂ ପନିରର ଦର ବଢ଼ି ନଥିଲା।
ବଲିଉଡର ଭଏସ୍ ଅଫ୍ ଲଭ୍ କେକେ ବା କ୍ରିଷ୍ଣକୁମାର କୁନ୍ନାଥ(Krishnakumar Kunnath)ଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ବଢ଼ିଛି। ପୋଲିସ୍ ସୂଚନା ଅନୁସାରେ, କେକେଙ୍କ ମୁଣ୍ଡ ଏବଂ ଓଠରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି।