ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ହାଇକୋର୍ଟ ତାଗିଦ୍ କରିଛନ୍ତି। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରାଯାଇଛି।
ମୁମ୍ବାଇ କ୍ରୁଜ୍ରେ ଡ୍ରଗ୍ସ ପାର୍ଟି ମାମଲାରେ ଅଭିନେତା ଶାହାରୁଖ୍ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କୁ କ୍ଲିନ୍ଚିଟ୍ ମିଳିଛି। NCB ଏହି କ୍ଲିନ୍ଚିଟ୍ ଦେଇଛି।
ଅନୁଭବ ତାଙ୍କ ଚତୁର୍ଥ ଭିଡିଓ ଛାଡ଼ିବା ପରେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତା’ ହେଉଛି ପୂର୍ବ ଭିଡିଓ ଭଳି ଏଥିରେ ସେ ବର୍ଷାଙ୍କ ବିଷୟରେ ପଦଟିଏ ବି କହି ନାହାନ୍ତି।
ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପ୍ରତି ଲିଟରକୁ ପେଟ୍ରୋଲ ଓ ଡିଜେଲ ଦର ୩୦ ଟଙ୍କା (ପାକିସ୍ତାନୀ ମୁଦ୍ରା) ବୃଦ୍ଧି ହୋଇଛି।
ଉଦ୍ୟାନ କୃଷିର ବିକାଶ ନାଁରେ ଯାଜପୁର ଜିଲ୍ଲାରେ ୫୫୦ ଏକର ଜମିରେ ପିଜୁଳି ବଗିଚା କରିବା ମାମଲାରେ ରାଜ୍ୟ ସରକାରଙ୍କୁ NGTଙ୍କ ଛାଟ। ଏହାକୁ ବେଆଇନ୍ ଦର୍ଶାଇ ରାଜ୍ୟ ସରକାରଙ୍କ ଉପରେ କୋଟିଏ ଟଙ୍କାର ଜରିମାନା ଲଗାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍।
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ନାଁରେ ଅପପ୍ରଚାର ବନ୍ଦ ନିର୍ଦ୍ଦେଶ ପାଇଁ ହାଇକୋର୍ଟରେ ବର୍ଷା ପିଟିସନ୍ ଦାଖଲ କରିଛନ୍ତି।
ଏନ୍କାଉଣ୍ଟରରେ କାଶ୍ମୀରର ଲୋକପ୍ରିୟ ଟିଭି ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କ ଦୁଇ ହତ୍ୟାକାରୀ ନିହତ ହୋଇଛନ୍ତି। ସ୍କର ଇ ତାଇବା ସଂଗଠନର ଏହି ୨ ଆତଙ୍କବାଦୀ ଅମରିନ ଭଟ୍ଟ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।
ଅନୁଭବ ମହାନ୍ତିଙ୍କ ନାଁରେ ଥିବା ଏକ ୟୁଟ୍ୟୁବ୍ ଚ୍ୟାନେଲରେ ଆଜି ସକାଳୁ ଏହି ଭିଡିଓଟି ଅପଲୋଡ୍ କରାଯାଇଛି। ଏଥର ନା ସେ ପତ୍ନୀ ବର୍ଷାଙ୍କୁ ଟାର୍ଗେଟ୍ କରିଛନ୍ତି ନା ବର୍ଷାଙ୍କ ଉଦ୍ଦେଶ୍ୟରେ କିଛି କହିଛନ୍ତି। ବରଂ ସେ ନିଜ ପରିବାର ବିଷୟରେ ଓ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ କିଛି ବାର୍ତ୍ତା ଦେଇଛନ୍ତି।
୬ଟି ରାଜ୍ୟର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ଦୁର୍ଦ୍ଦାନ୍ତ ନକ୍ସଲ ସନ୍ଦୀପ ଯାଦବର ମୃତ୍ୟୁ ଘଟିଛି। ବିହାର ଗୟା ଜିଲ୍ଲାର ଏହି ନକ୍ସଲ କମାଣ୍ଡରକୁ ୬ ରାଜ୍ୟର ପୋଲିସ୍ ଖୋଜୁଥିଲା।
ଦିଲ୍ଲୀର ତ୍ୟାଗରାଜ ଷ୍ଟାଡ଼ିୟମ(Thyagraj Stadium)ରେ କୁକୁର ବୁଲାଇଥିବା IAS ପତି-ପତ୍ନୀଙ୍କୁ ଗତକାଲି ବଦଳି କରି ଦିଆଯାଇଛି। ଏହି ମାମଲାରେ ଗତକାଲି ମୁଖ୍ୟ ସଚିବ ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିଥିଲେ।
ପୁଣି ବର୍ଷାଙ୍କୁ ଟାର୍ଗେଟ କଲେ ଅନୁଭବ। କିଛି ଫେକ୍ ଆକାଉଣ୍ଟ୍ ଓ ଫ୍ୟାନ୍ ପେଜ୍ ଯାହାକି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ଖୋଲା ଯାଇଛି, ସେସବୁ ପ୍ରତି ସତର୍କ ରହିବାକୁ ଅନଭୁବ ତାଙ୍କ ଅଫିସିଆଲ୍ ଫେସ୍ବୁକ୍ ପେଜ୍ରେ ଆଜି କହିଛନ୍ତି।
ଅବିକଳ କୁକୁର ଭଳି ଦେଖାଯାଉଥିବା, ଆଚରଣ କରୁଥିବା ଏକ କୁକୁରର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ବାସ୍ତବରେ ଏହା ଅସଲି ନୁହେଁ ବରଂ ନକଲି କୁକୁର।
ପାରାଦୀପରେ IOCL(Indian Oil Corporation) ଟାଉନସିପ୍ ନିକଟରେ ତେଲ ପାଇପ୍ ଫାଟି ଯାଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣ ପାଇଁ IOCL ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି।
ଦିଲ୍ଲୀର ପ୍ରିନ୍ସପାଲ ସେକ୍ରେଟାରୀ(ରେଭେନ୍ୟୁ) ସଞ୍ଜୀବ ଖିରଓ୍ୱର ତାଙ୍କ କୁକୁର ବୁଲାଇବେ ବୋଲି ଷ୍ଟାଡିୟମ ଖାଲି କରିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି।
ଭିଡିଓରେ ଦେଖିବାକୁ ମିଳିଛି, ଧୱନଙ୍କୁ ପ୍ରବଳ ମାଡ଼ ହେଉଛି। ଫ୍ଲେଅଫ୍ ପୂର୍ବରୁ ଆଇପିଏଲ୍(IPL)ରୁ ବାହାରି ଯିବା ପରେ ଧୱନ ଏହି ଭିଡିଓ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି।
ପ୍ରେମିକା ଘରେ ଝୁଲଛି ପ୍ରେମିକର ମୃତଦେହ। ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ହେଲେ ମୃତକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।
କେଉଁଠି ଅଭାବୀ ବିକ୍ରିର ଶିକାର ହେଉଛି ଅନ୍ନଦାତା ତ ପୁଣି କେଉଁଠି ଋଣ ଭାର ଶୁଝିବାକୁ ବର୍ଷକର ଅମଳକୁ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି। ସରକାରୀ ଧାନ କିଣା ପ୍ରକ୍ରିୟା ଫେଲ୍ ଯୋଗୁ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି।
ଖୁସିରେ ଘରକୁ ଫେରୁଥିଲେ, ହେଲେ ଜାଣି ନଥିଲେ ଅଧା ବାଟରେ ଚାଲି ଯିବ ଜୀବନ। ବସ୍ ଚକା ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।
ଭକ୍ଷକ ସାଜିଲା ରକ୍ଷକ। ଶେଷରେ ପଦାରେ ପଡ଼ିଲା ପୋଲିସ୍ ବାବୁଙ୍କ କଳା କାରନାମା। ୪ ବର୍ଷ ଧରି ନାବାଳିକାକୁ ଯୌନ ଶୋଷଣ କରିବା ସହ ଧମକ ଦେବା ଅଭିଯୋଗରେ ଜଣେ କନଷ୍ଟେବଲଙ୍କୁ ଗିରଫ କରାଯାଇଛି।
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ତୁଳା ରାଶିର ପୁଷ୍କର ଦୋଷ- ମୃତ ବ୍ୟକ୍ତିର ପୁଷ୍କର ଦୋଷ, ଗତେ ୧ ପାଦ - ପଶୁସମ୍ପଦ ନାଶ - ଅନ୍ନ ଦାନ