ଜଣଙ୍କ ନାଁରେ ୱାରେଣ୍ଟ , ଆଉ ଜଣଙ୍କୁ ଉଠାଇ ନେଲା ପୋଲିସ୍। ଭଦ୍ରକ ଜିଲ୍ଲା ବନ୍ତ ପୋଲିସ ବିରୋଧରେ ଏସ୍ପିଙ୍କ ଦ୍ୱାରସ୍ଥ ହେବେ ଦିବ୍ୟାଙ୍ଗ ବୃଦ୍ଧ। ଅଭିଯୁକ୍ତ ନ ହୋଇବି ବଳପୂର୍ବକ ଭାବେ ପୋଲିସ୍ ଘରୁ ତାଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
ଇନ୍ସପେକ୍ଟର ସିଗ୍ଧାରାଣୀଙ୍କ ସ୍ୱାମୀ ସୁରେଶ ବାଗ୍ ସ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଜୟ ଜଣେ ଅପରାଧି, ତା ସହ କେମିତି ସ୍ନିଗ୍ଧା ସମ୍ପର୍କରେ ଆସିଲେ ତାକୁ ନେଇ ସ୍ୱାମୀ ସୁରେଶ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।
ଗଳାକଟା ଅବସ୍ଥାରେ ଘର ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ଅପରାହ୍ଣରେ କଟକରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି।
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ୍ ଗେଟ୍ସ ଆଉ ଧନୀ ହେବାକୁ ଚାହୁଁ ନାହାନ୍ତି। ୨୦ ଅରବ ଡଲାର ଦାନ କରିବା ପାଇଁ ସେ ଘୋଷଣା କରିଛନ୍ତି।
ସାରୁଅ ଶିଳ୍ପାଞ୍ଚଳରେ ଥିବା ତରଙ୍ଗ ଷ୍ଟୁଡିଓର ମୁଖ୍ୟ ସିକ୍ୟୁରିଟି ଅଫିସର ହଲିମ୍ ଖାଁଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ହଲିମ୍ଙ୍କ ହାତ ଓ ଗୋ଼ଡରେ ଆଘାତ ଲାଗିଛି।
୮ ବର୍ଷରେ ୧୪ଥର ଗର୍ଭପାତ। ଦିଲ୍ଲୀରେ ଜଣେ ମହିଳା ତାଙ୍କ ଲିଭ୍-ଇନ୍ ପାର୍ଟନରଙ୍କ ବ୍ୟବହାରରେ ଏତେ ଅତିଷ୍ଠ ହୋଇଯାଇଥିଲେ ଯେ ଶେଷରେ ଆତ୍ମହତ୍ୟା କରିଛନ୍ତି।
ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସଂକ୍ରମଣ ବଢୁଛି । ପୂର୍ବରୁ ମଧ୍ୟ ଅନ୍ୟ ରାଜ୍ୟ ଗୁଡ଼ିକରେ ଯେବେ ବଢ଼ିଥାଏ, ତାର କିଛି ଦିନ ବ୍ୟବଧାନରେ ଓଡିଶାରେ ବଢିବା ଆରମ୍ଭ ହୁଏ । ତେଣୁ ଥରେ ବଢିବା ଆରମ୍ଭ ହେଲେ କିଛି ଦିନ ନିଶ୍ଚିତ ଭାବରେ ବଢିବ ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜଣେ ଏକ୍ଜାମିନରଙ୍କ ହାତ ଥିବା ନେଇ ସନ୍ଦେହ କରାଯାଉଛି। ଲିକ୍ ହୋଇଥିବା ଉଭୟ ପ୍ରଶ୍ନପତ୍ର ଦାୟିତ୍ୱରେ ସମ୍ପୃକ୍ତ ଏକ୍ଜାମିନର ଥିଲେ।
ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ ଓ ଆଇପିଏଲ୍ର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦିଙ୍କ ଆଫାୟର୍ସ ସାମ୍ନାକୁ ଆସିବା ପରେ ଉଭୟଙ୍କ ରିଲେସନଶିପ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ ରେସ୍ର ସବୁଠାରୁ ଆଗରେ ଭାରତୀୟ ବଂଶୋଦ୍ଭବ ତଥା କନଜରଭେଟିଭ୍ ପାର୍ଟି ନେତା ଋଷି ସୁନକ୍ ଅଛନ୍ତି। ୮୮ ଭୋଟ୍ ସହ ସବୁଠାରୁ ଆଗରେ ରହିଛନ୍ତି ଋଷି ସୁନକ୍।
ଆହୁରି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପିଛା ୩ ଟଙ୍କା ହ୍ରାସ ପାଇଛି।
ସୁଜି ଓ ଛତୁଆ ପ୍ୟାକେଟ୍ ଉପରେ ଲେଖାଯାଇଛି ପ୍ରସ୍ତୁତକାରୀ ସଂସ୍ଥାର ନାଁ- ମା ବୁଢ଼ୀ ମଙ୍ଗଳା। ଏସ୍ଏଚଜି ନାଁରେ ପ୍ୟାକିଂ ହୋଇଥିବା ଏହି ଛତୁଆ ପ୍ୟାକେଟ୍ ଭିତରୁ ପୋକ ସାଲୁ ବାଲୁ ଥିବା ଦେଖିବାକୁ ମିଳିଛି। ଏପରିକି ପ୍ୟାକେଟ୍ ଭିତରେ ମଲା ପୋକ ମଧ୍ୟ ବାହାରୁଥିବା ଅଭିଯୋଗ ହୋଇଛି।
୨୧ ବର୍ଷୀୟ ମେଧାବୀ ଛାତ୍ର ସୌମ୍ୟରଞ୍ଜନ ବାରିକଙ୍କ ପାଇଁ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କଠୁ ନେଇ ଗାଁର ଆବାଳ ବୃଦ୍ଧବନୀତା ଏବେ କାନ୍ଦୁଛନ୍ତି। କାରଣ ସୌମ୍ୟ ଏବେ ଭୁବନେଶ୍ୱର ଏମ୍ସରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
ରାଜ୍ୟରେ ବଢି ଚାଲିଥିବା କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱର ପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ନୂଆ କୋଭିଡ଼ ଗାଇଡଲାଇନ ଜାରି କରାଯାଇଛି।ଏପରିକି ଯେଉଁମାନେ କୌଣସି କାମରେ ବାହାରୁ ସମ୍ବଲପୁର ଆସୁଛନ୍ତି ସେମାନେ ମଧ୍ୟ ମାସ୍କ ପିନ୍ଧିବେ।
ରାଜ୍ୟର ସବୁ ବିଶ୍ୱ ସ୍ତରୀୟ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ମୌସୁମୀ ବର୍ଷାରେ ବାଦାମବାଡ଼ିର ଅନୁଗୁଳ-ପାରାଦୀପ ବସ୍ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପଙ୍କ କାଦୁଅରେ ପଚପଚ ବସ୍ଷ୍ଟାଣ୍ଡ।
ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ତାଙ୍କ ଗର୍ଲଫ୍ରେଣ୍ଡ୍ ଆଣିଥିବା ସେକ୍ସ ରାକେଟ୍ କାରବାର ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ। ଜଗତସିଂହପୁର ଏସ୍ପି ଘଟଣାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି।
ଗତ କିଛି ଦିନ ହେଲା ଜାରି ରହିଥିବା ୫ ଶହ ଟ୍ରେଣ୍ଡକୁ ଡେଇଁ ଗତକାଲି ସିଧା ସାଢ଼େ ୭ ଶହ ପାଖାପାଖି ପହଞ୍ଚିଛି ଦୈନିକ ସଂକ୍ରମଣ ସଂଖ୍ୟା।
ରାଜ୍ୟରେ ଆହୁରି ୪ ଦିନ ଯାଏ ବର୍ଷା ଲାଗି ରହିବ। ଆଜି ପାଇଁ ୫ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି।
ବୋରିସ ଜନସନ୍ଙ୍କ ଇସ୍ତଫା ପରେ ଏବେ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ବୋରିସ୍ ଜନ୍ସନ୍ଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଭାରତୀୟ ବଂଶୋଦ୍ଭବ ଋଷି ସନକ୍ ବ୍ରିଟେନ୍ର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି।
‘ରୋଗରେ ପଡ଼ନ୍ତୁ ନାହିଁ କି, ଦୁର୍ଘଟଣାର ଶିକାର ହୁଅନ୍ତୁ ନାହିଁ।’ କାରଣ ଦେଶରେ ଆଉ ଔଷଧ ନାହିଁ। ଏଭଳି କିଛି ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି ଶ୍ରୀଲଙ୍କାର ଡାକ୍ତର।