ପୋଖରୀ ଭିତରୁ ମିଳିଲା ଚୋରା ବାଇକ୍। ଗୋଟିଏ କି ଦୁଇଟି ନୁହେଁ ଏକା ସାଙ୍ଗରେ ୮ଟି ଚୋରା ବାଇକ୍ ପୋଖରୀ ଭିତରୁ ମିଳିଛି।
ଆଜି ରାଷ୍ଟ୍ରପତି ନିର୍ବାଚନ। NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ୟୁପିଏ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କ ମଧ୍ୟରେ ହେବ ଟକ୍କର।
ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ମହିଳା ଜଣକ ପାଣିରେ ଭାସି ଯାଇଥିଲେ। ୨ ଘଣ୍ଟାର ମିଳିତ ଅପରେସନ ପରେ ତାଙ୍କୁ ଅଚେତ୍ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ବସିଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି।
ଦେଶରେ ୨ ଶହ କୋଟି ଡୋଜ୍ ଟିକାକରଣ ହୋଇଛି। ୧୮ ମାସ ଧରି ଚାଲିଥିବା ଟିକାକରଣରେ ଏବେ ଯାଏ ୨୦୦ କୋଟି ମାର୍କକୁ ପାର୍ କରିଛି।
ଏକ ନିଛାଟିଆ ସ୍ଥାନରେ ଥିବା ଅଣ୍ଡରଗ୍ରାଉଣ୍ଡ୍ ବଙ୍କରରୁ ୮୦ ଲକ୍ଷ ଟଙ୍କାର ଜିନିଷ ମିଳିଛି। ଏହାସବୁ ଲୁଟ୍ ସାମଗ୍ରୀ ବୋଲି ଜଣାପଡ଼ିଛି।
କଟକରେ ଜଣେ ସ୍ୱିଗି ଡେଲିଭରି ବୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ ସ୍ୱିଗି ବୟଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି।
NDAର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ସାଂସଦମାନଙ୍କୁ କହିଛନ୍ତି। ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଥିବାବେଳେ ବିରୋଧୀଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନା ପ୍ରାର୍ଥୀ ହୋଇଛନ୍ତି।
ପାହାଡ଼ରୁ ମାଟି ଅତଡ଼ା ଖସି ଗାଁରେ ପଶିଲା। ଯଦିଓ ଏଥିରେ କୌଣସି ଜୀବନହାନୀ ହୋଇନାହିଁ ହେଲେ ଘରଦ୍ୱାର ଭାଙ୍ଗି ଯାଇଛି।
ପ୍ରଥମେ ଡାଇଭର୍ଟ, ତା’ପରେ ଲ୍ୟାଣ୍ଡିଂ। ଇଣ୍ଡିଗୋର ଶାରଜାହ-ହାଇଦ୍ରାବାଦ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପାକିସ୍ତାନର କରାଚିରେ ଲ୍ୟାଣ୍ଡିଂ କରିବାକୁ ପଡ଼ିଛି।
ପାହାଡ଼ ଉପରୁ ମିଳିଲା ଯୁବକଙ୍କ ମୃତଦେହ। ଯୁବକଙ୍କୁ ହତ୍ୟା କରି ଫୋପାଡ଼ି ଦିଆଯିବା ସହ ଦେହର କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଛି।
ବିମାନ ଇନ୍ଧନ(Aviation Turbine Fuel- ATF) ଦାମ୍ ଗତକାଲି ୨.୨% କମିଛି। ଅନ୍ୟପକ୍ଷେ, ଗତ କିଛିଦିନ ହେବ କ୍ରୁଡ୍ ଅଏଲ୍(ଅଶୌଧିତ ତୈଳ) ଦର ପାଖାପାଖି ୧୦୦ ଡଲାର ରହିଛି।
ଅନ୍ଲାଇନ୍ରେ ମଟର ପନିର ଅର୍ଡର କରିଥିଲେ, ହେଲେ ଫୁଡ୍ ଡେଲିଭରିରେ ଚିକେନ୍ କରି ଆସିଥିଲା। ସେମାନେ ଜୋମାଟୋରେ ଖାଇବା ଅର୍ଡର ହୋଇଥିଲା। ଯେଉଁଠି ଏଭଳି ତ୍ରୁଟି ସାମ୍ନାକୁ ଆସିଛି।
୮ ମହଲାରୁ ଡେଇଁଲେ ଇଞ୍ଜିନିୟର ଛାତ୍ର। ପୋଲିସ୍ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି।
ଯେଉଁ ସରକାରୀ କର୍ମଚାରୀ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି, ତା’ପୂର୍ବରୁ ସେ ଚାକିରି କରିଥିବା ସମ୍ପୃକ୍ତ ବିଭାଗକୁ ଜଣାଇବେ। ଏହାପରେ ବିଭାଗ ପକ୍ଷରୁ ଆବଶ୍ୟକୀୟ ଅନୁମତି ମିଳିଲେ ହିଁ ବ୍ୟକ୍ତି ଜଣକ ଦ୍ୱିତୀୟ ବିବାହ କରିପାରିବେ।
ଲଗାଣ ବର୍ଷା ଓ ଘଡ଼ଘଡ଼ି ପାଇଁ ଟ୍ୱିନ୍ସିଟି କଟକ ଓ ଭୁବନେଶ୍ୱରକୁ ଆଲର୍ଟ ଜାରି କରାଯାଇଛି। କାମ ନଥିଲେ ଘର ବାହାରକୁ ନବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୬୨୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୪୧ ରହିଛି।
ଜଣେ ବୃଦ୍ଧଙ୍କ ମୃତଦେହ ମାଟିତଳୁ ଉଦ୍ଧାର ହୋଇଛି। ୩ ଦିନ ପୂର୍ବେ ବୃଦ୍ଧଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
ଲଘୁଚାପ ପ୍ରଭାବରେ କଟକ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହେଉଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାନିଲ ବିିକ୍ରେମାସିଂଘେ ଦେଶର କାମଚଳା ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ବିିକ୍ରେମାସିଂଘେ ଜୁଲାଇ ୨୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରାଷ୍ଟ୍ରପତି ରହିବେ।