Advertisment

‘ମୋ SMSର ରିପ୍ଲାଏ ଦିଅ’...ସୁସ୍ମିତା-ଲଲିତଙ୍କ ୯ ବର୍ଷ ପୁରୁଣା ଚିଟ୍‌ଚାଟ୍‌ ଭାଇରାଲ୍‌

ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍‌ ଓ ଆଇପିଏଲ୍‌ର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦିଙ୍କ ଆଫାୟର୍ସ ସାମ୍ନାକୁ ଆସିବା ପରେ ଉଭୟଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lalit Modi Old Tweet Viral

Lalit Modi Old Tweet Viral

ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍‌ ଓ ଆଇପିଏଲ୍‌ର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦିଙ୍କ ଆଫାୟର୍ସ ସାମ୍ନାକୁ ଆସିବା ପରେ ଉଭୟଙ୍କ ରିଲେସନଶିପ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଜଠୁ ୧୦ ବର୍ଷ ବଡ଼ ଲଲିତଙ୍କ ସହ ସୁସ୍ମିତାଙ୍କ ରୋମାଣ୍ଟିକ୍‌ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। ଅନେକ ବର୍ଷ ହେବ ଦୁହେଁ ଦୁହିଁକୁ ଜାଣିଛନ୍ତି। ଉଭୟଙ୍କର ପୁରୁଣା ଫଟୋ ଓ ଟ୍ୱିଟ୍‌ ଦେଖିଲେ ଏଥିରୁ ଅନୁମାନ କରି ହେଉଛି।

Advertisment

ଲଲିତ ଓ ସୁସ୍ମିତାଙ୍କ ଆଫାୟର୍ସ ସାମ୍ନାକୁ ଆସିବା ପରେ ଲଲିତ ମୋଦିଙ୍କ ଏକ ପୁରୁଣା ଟ୍ୱିଟ୍‌ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି। ଲଲିତଙ୍କ ଏହି ଟ୍ୱିଟ୍‌ ୯ ବର୍ଷ ପୁରୁଣା। ଘଟଣାଟି ହେଲା, ୨୦୧୩ ମସିହାରେ ଲଲିତ, ସୁସ୍ମିତାଙ୍କୁ ଟ୍ୟାଗ୍‌ କରି ଲେଖିଥିଲେ- ‘Okay I commit 😋😋"@thesushmitasen: @LalitKModi u r too kind:)) however, promises are meant to be broken.. commitments are honored ! ! Cheers love ! ! Here’s to 47 ! ! !.. ଏହାପରେ ଲଲିତ ଲେଖିଥିଲେ- ମୋ SMSର ରିପ୍ଲାଏ ଦିଅ। 

Advertisment

Lalit Susmita Relationship

ପୁରୁଣା ଟ୍ୱିଟ୍‌ ଭାଇରାଲ୍‌ ହେବା ପରେ ଏଠାରେ ପ୍ରଶ୍ନ ଉଠୁଛି, ଲଲିତ ଓ ସୁସ୍ମିତା କ’ଣ ସତରେ ୨୦୧୩ରୁ ଡେଟିଂ କରୁଥିଲେ। ହେଲେ ଏହାର ପ୍ରକୃତ ଜବାବ କେବଳ ଏହି ଦୁହେଁ ହିଁ ଦେଇପାରିବେ। ତେବେ ଉଭୟଙ୍କ ରିଲେସନଶିପ୍‌ ଖବର ସମସ୍ତଙ୍କୁ ସର୍‌ପ୍ରାଇଜ୍‌ କରିଛି। ବିଜ୍‌ନେସ୍‌ ମ୍ୟାନ୍‌ ତଥା ଆଇପିଏଲ୍‌ ଫାଉଣ୍ଡର ବିବାହିତ। ୨୦୧୮ରେ ତାଙ୍କ ପତ୍ନୀ ମିନଲ୍‌ଙ୍କ କ୍ୟାନ୍ସରରେ ଦେହାନ୍ତ ହୋଇଥିଲା। 

Sushmita Sen Lalit Modi Lalit Modi Sushmita Sen
Advertisment
Advertisment