Advertisment

ଡାକ୍ତରଙ୍କ ଇମୋସନାଲ୍‌ ମେସେଜ୍‌- ‘ରୋଗରେ ପଡ଼ନ୍ତୁ ନାହିଁ, ଦେଶରେ ଆଉ ଔଷଧ ନାହିଁ’

‘ରୋଗରେ ପଡ଼ନ୍ତୁ ନାହିଁ କି, ଦୁର୍ଘଟଣାର ଶିକାର ହୁଅନ୍ତୁ ନାହିଁ।’ କାରଣ ଦେଶରେ ଆଉ ଔଷଧ ନାହିଁ। ଏଭଳି କିଛି ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି ଶ୍ରୀଲଙ୍କାର ଡାକ୍ତର।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sri Lanka doctors warn of drug shortage

Sri Lanka doctors warn of drug shortage

‘ରୋଗରେ ପଡ଼ନ୍ତୁ ନାହିଁ କି, ଦୁର୍ଘଟଣାର ଶିକାର ହୁଅନ୍ତୁ ନାହିଁ।’ କାରଣ ଦେଶରେ ଆଉ ଔଷଧ ନାହିଁ। ଏଭଳି କିଛି ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି ଶ୍ରୀଲଙ୍କାର ଡାକ୍ତର। ଆର୍ଥିକ ସଙ୍କଟ ଦେଇ ଶ୍ରୀଲଙ୍କା ଗତି କରୁଥିବା ବେଳେ ଡାକ୍ତରଙ୍କ ଏଭଳି ଭାବପ୍ରବଣ ବାର୍ତ୍ତା ଲୋକଙ୍କୁ ଆହୁରି ଚିନ୍ତାରେ ପକାଇଛି। ଗୋଟିଏପଟେ ଶ୍ରୀଲଙ୍କା ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଅନ୍ୟପଟେ ସ୍ୱାସ୍ଥ୍ୟ ସେବା ଏକ ପ୍ରକାର ଭୁଶୁଡ଼ି ଯାଇଛି। ଦେଶରେ ମେଡିସିନ୍‌ ଓ ଗୁରୁତ୍ୱପୂର୍ଣ୍ଣ ଯୋଗାଣର ଅଭାବ ଦେଖା ଦେଇଛି।

Advertisment

ଦକ୍ଷିଣ ଏସୀୟ ଦ୍ୱୀପପୁଞ୍ଜ ଦେଶରେ ଇନ୍ଧନ ଏବଂ ଖାଦ୍ୟ ଭଳି ମୌଳିକ ଆମଦାନୀ ପାଇଁ ଅର୍ଥର ଅଭାବ ରହିଛି। ଧୀରେ ଧୀରେ ମେଡିସିନ୍‌ ମଧ୍ୟ ଶେଷ ହେବାରେ ଲାଗିଛି। ଏଭଳି ସ୍ଥିତିରେ କିଛି ଡାକ୍ତର ସୋସିଆଲ ମିଡିଆ ମାଧ୍ୟମରେ ସହାୟତା ଲୋଡ଼ିଛନ୍ତି। ଔଷଧ କିଣିବା ପାଇଁ ଅର୍ଥ କିମ୍ବା ସପ୍ଲାଏ ପାଇଁ ଡୋନେଟ୍‌ କରିବା ଲାଗି ଲୋକଙ୍କୁ ନିବେଦନ କରିଛନ୍ତି। ଏହାସହ ଶ୍ରୀଲଙ୍କାବାସୀଙ୍କୁ ସହାୟତାର ହାତ ବଢ଼ାଇବା ଲାଗି ଡାକ୍ତରମାନେ ନିବେଦନ କରିଛନ୍ତି। ଫଳରେ ଦେଶରେ ସୃଷ୍ଟି ହୋଇଥିବା ସଙ୍କଟ ଦୂର ହୋଇପାରିବ।   

ଯେଉଁ ସବୁ ଔଷଧର ଅତ୍ୟାବଶ୍ୟକ ରହିଛି, ସେସବୁର ତାଲିକା Sri Lanka College of Oncologists, ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରଦାନ କରିଛି। ହେଲେ ଦେଶରେ ଏବେ ଆର୍ଥିକ ସଙ୍କଟ ସହ ରାଜନୈତିକ ସଙ୍କଟ ଦେଖା ଦେଇଥିବାରୁ ଏସବୁକୁ ପ୍ରଦାନ କରିବାରେ ସରକାର ବିଫଳ ହୋଇଥିବା ଜଣାପଡ଼ିଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ Ranil Wickremesinghe, ଆମେରିକା, ଜାପାନ, ଭାରତ ଓ ଅନ୍ୟ ଦେଶଠାରୁ ସହାୟତା ଲୋଡ଼ିଛନ୍ତି। 

Advertisment

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଦେଶରୁ ପଳାୟନ କରିବା ପରେ ଲୋକମାନେ ଆହୁରି ଉତ୍ତେଜିତ ହୋଇପଡିଛନ୍ତି। ହଜାର ହଜାର ଲୋକ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଛି। ସେମାନେ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ସେପଟେ ପରିସ୍ଥିତିକୁ ଦେଖି ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

Sri Lanka Economic Crisis Sri Lanka Crisis
Advertisment
Advertisment